ବରଗଡ଼ ଅଫିସ, ୧୮।୧- ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଶନିବାର କନ୍ୟା ସନ୍ତାନ ଜନ୍ମ ଦେବା ପରେ ଜଣେ ପ୍ରସୂତିଙ୍କ ମୃତ୍ୟୁ ହୋଇଛି। ମୃତା ମହିଳା ଜଣକ ହେଲେ ବରଗଡ଼ ସଦର ଥାନା ଅନ୍ତର୍ଗତ ବେହେରା ଗ୍ରାମର ଉମାକାନ୍ତ ବନଛୋରଙ୍କ ସ୍ତ୍ରୀ ରୀତା। ଚିକିତ୍ସାରେ ଅବହେଳା ଯୋଗୁ ରୀତାଙ୍କ ମୃତ୍ୟୁ ଘଟିଥିବା ତାଙ୍କ ଭାଇ ରାଜକିଶୋର ନାଗ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ହୃଦ୍ଘାତରେ ରୀତାଙ୍କ ମୃତ୍ୟୁ ଘଟିଥିବା ଅସ୍ତ୍ରୋପଚାର କରିଥିବା ଡା. କେ. ଆର୍. ରେଡ୍ଡୀ କହିଛନ୍ତି। ରୀତାଙ୍କ ମୃତ୍ୟୁରେ ତାଙ୍କ ପରିବାରଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ସମ୍ଭାବ୍ୟ ଉତ୍ତେଜନାକୁ ଦୃଷ୍ଟିରେ ରଖି ଡାକ୍ତରଖାନାରେ ପୋଲିସ ମୁତୟନ ଅଛିି।
Posted inଆମ ଜିଲା ଖବର, ବରଗଡ଼, ରାଜ୍ୟ