ଆଇଆଇଏଫ୍‌ଏଲ୍‌ ସଂସ୍ଥାରେ ଡକାୟତି ଉଦ୍ୟମ, ୩ କର୍ମଚାରୀଙ୍କୁ ଆକ୍ରମଣ

ବ୍ରହ୍ମପୁର ଅଫିସ,୧ା୮-ବ୍ରହ୍ମପୁର ମହାନଗରରେ ଏବେ ଆପରାଧୀକ କାର୍ଯ୍ୟକଳାପ ଦିନକୁ ଦିନ ବଢ଼ିବାରେ ଲାଗିଛି। ବୁଧବାର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଡି ପଲ ସ୍କୁଲ ନିକଟରେ ଥିବା ଆଇଆଇଏଫଏଲ ଗୋଲଡ଼ ଲୋନ ସଂସ୍ଥାରେ ଦୁର୍ବୃତ୍ତମାନେ ସଶସ୍ତ୍ର ଡକାୟତି ଉଦ୍ୟମ କରିଛନ୍ତି। ୪/୫ ଜଣ ମୁଖାପିନ୍ଧା ବନ୍ଧୁକଧାରି ଉକ୍ତ ସଂସ୍ଥାରୁ ସୁନା ଗହଣା ଓ ଟଙ୍କା ଲୁଟରେ ବିଫଳ ହେବା ପରେ ୩ ଜଣ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆହତ କର୍ମଚାରୀଙ୍କୁ ନଗର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସାଇଣ୍ଟିିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଫିଙ୍ଗରପ୍ରିଣ୍ଟ ସଂଗ୍ରହ କରିଛି। ଡକାୟତଙ୍କୁ ଧରିବା ପାଇଁ ପୋଲିସ ସହରର ସମସ୍ତ ଥାନା ଇଲାକାରେ ନାକାବନ୍ଦୀ କରିଛି। ସଂସ୍ଥା ଭିତରେ ଖଞ୍ଜାଯାଇଥିବା ସିସି ଟିଭିରୁ ଫୁଟେଜ ସଂଗ୍ରହ କରିଛି। ଏଥିରେ ୪ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ରହିଥିବା ବୈଦ୍ୟନାଥପୁର ଥାନାଧିକାରୀ ସାରଦା ପ୍ରସନ୍ନ ଦାସ ସୂଚନା ଦେଇଛନ୍ତି।
ପ୍ରକାଶ ଯେ ବୁଧବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ ଟାରେ ଉକ୍ତ ସଂସ୍ଥା ଖୋଲିଥିଲା। ୪ ଜଣ ଦୁର୍ବୃତ୍ତ ଭିତରେ ପଶିଥିଲେ। ଅନ୍ୟ ଜଣେ ହେଲମେଟ ପିନ୍ଧି ବାହାରେ ଗାଡି ଉପରେ ବସିଥିଲେ। ଭିତରେ ଥିବା ଦୁର୍ବୃତ୍ତମାନେ ୩ ଜଣ କର୍ମଚାରୀଙ୍କୁ ଲକର ଚାବି ମାଗିବା ସହ ସୁନାଗହଣା ଓ ଟଙ୍କା ଦେବାକୁ କହିଥିଲେ। ଏପରିକି ବନ୍ଧୁକ ବାହାର କରି ଦୁର୍ବୃତ୍ତମାନେ କର୍ମଚାରୀଙ୍କୁ ଭୟଭୀତ କରିଥିଲେ। କ୍ୟାଶିୟର ମିହିର ପ୍ରଧାନ ଅପରାଧୀମାନଙ୍କୁ କହିଥିଲେ, ଏହି ସଂସ୍ଥାଟି ଏକ ଶାଖା ସଂସ୍ଥା। ଏହାର ମୁଖ୍ୟ କାର୍ଯ୍ୟାଳୟ ମୁମ୍ବାଇରେ ଅଛି। ସେଠାରୁ ୱାନ୍‌ ଟାଇମ୍‌ ପାସ୍‌ୱାର୍ଡ (ଓଟିପି) ନମ୍ବର ମିଳିଲେ ହିଁ ଏଠାରେ ଥିବା ଲକର ଆପେଆପେ ଖୋଲିବ। ଆମ ପାଖରେ ଲକର ଖୋଲିବା ପାଇଁ କୌଣସି ଚାବି ନାହିଁ। ଏକଥା ଶୁଣିବା ପରେ ଡକାୟତମାନେ ସଂସ୍ଥାରେ କାମ କରୁଥିବା ମିହିର ପ୍ରଧାନ, ଡ଼ି. ଶ୍ରୀଧର ଆଚାରୀ ଓ ମୃତ୍ୟୁଞ୍ଜୟ ନାହାକଙ୍କୁ ବନ୍ଧୁକ ମୁନରେ ଆକ୍ରମଣ କରିଥିଲେ। ପରେ ସେମାନଙ୍କୁ ଏକ ଜିଆଇ ତାରରେ ବାନ୍ଧି ବାଥରୁମ୍‌ ଭିତରେ ପୁରାଇ ବାହାର ପଟୁ ଗେଡା ଦେଇ ଚମ୍ପଟ ମାରିଥିଲେ। ସଂସ୍ଥା ବାହାରେ କାମ କରୁଥିବା ମହିଳା ସୁଇପରଙ୍କୁ ମଧ୍ୟ ଡକାୟତମାନେ ଯିବା ପୂର୍ବରୁ ଧମକ ଦେଇ ଚମ୍ପଟ ମାରିଥିଲେ। ଡ଼କାୟତମାନେ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିଲେ ବୋଲି ସୁଇପର ଜଣଙ୍କ ପୋଲିସକୁ କହିଛନ୍ତି। ଏପରିକି ମଙ୍ଗଳବାର ଜଣେ ଯୁବକ ଟଙ୍କା ଋଣ ନେବା ପାଇଁ ଆସିଥିଲେ। ସେ ଦେଖାଇଥିବା କାଗଜପତ୍ର ବାହାର ରାଜ୍ୟର ହୋଇଥିବାରୁ ତାଙ୍କୁ ଋଣ ଦିଆଯାଇପାରିବ ନାହିଁ ବୋଲି କୁହାଯାଇଥିଲା ବୋଲି ମିହିର ପୋଲିସକୁ କହିଛନ୍ତି। ପୋଲିସ ଏବେ ଘଟଣାର ସମସ୍ତ ଦିଗକୁ ନେଇ ତନାଘନା ଚଳାଇଥିବା କହିଛି। ସଂସ୍ଥା ଶାଖା ପ୍ରବନ୍ଧକ ୧ ମାସ ହେଲା ଛୁଟିରେ ଥିବା ବେଳେ ସେଠାରେ ସୁରକ୍ଷାକର୍ମୀ ନିୟୋଜିତ ହୋଇ ନ ଥିବା ପୋଲିସ ସୂଚନା ଦେଇଛି। ଖବର ପାଇ ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟ, ଥାନାଧିକାରୀ ସାରଦା ପ୍ରସନ୍ନ ଦାସ ଓ ଲାଞ୍ଜିପଲ୍ଲୀ ଫାଣ୍ଡି ଅଧିକାରୀ ନାରାୟଣ ସ୍ବାଇଁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲଗେଜ ବ୍ୟାଗରେ ଯାଉଥିଲା ଗୋମାଂସ ପରେ…

ଖଲ୍ଲିକୋଟ,୧୨ା୧୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ନିର୍ମଳଝର ନିକଟରେ ମଙ୍ଗଳବାର ମଦ ଚୋରାଚାଲାଣ ରୋକିବାକୁ ଅବକାରୀ ବିଭାଗ ପକ୍ଷରୁ ଗାଡ଼ିମୋଟର ଯାଞ୍ଚ...

ଦିଗପହଣ୍ଡିକୁ ପୁଣି ଲେଉଟିଲା ମହାବଳ, ଗାଁ ନିକଟରେ ବାଘ ପାଦ ଚିହ୍ନ ଠାବ, ଭୟରେ ଲୋକେ

ଦିଗପହଣ୍ଡି,୧୧।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜ ଅଧୀନ ଜକର ପଞ୍ଚାୟତ ଚୈତନ୍ୟ ପ୍ରସାଦ ଗ୍ରାମ ସଂଲଗ୍ନ ରତନେଇ ଜଙ୍ଗଲରେ ସୋମବାର ବନବିଭାଗ...

ମହିଳାଙ୍କୁ ବଳାତ୍କାର ପରେ ଆପତ୍ତିଜନକ ଫଟୋ ଭାଇରାଲ କରି ଗଲେ ଜେଲ      

ଦିଗପହଣ୍ଡି,୧୧ା୧୧(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ଅଞ୍ଚଳର ଜଣେ ମହିଳାଙ୍କୁ ବଳାତ୍କାର ପରେ ବ୍ଲାକମେଲ୍‌ କରି ବିଭିନ୍ନ ପର୍ଯ୍ୟାୟରେ ୧ ଲକ୍ଷ ୪୦ ହଜାର ଟଙ୍କା...

ସରପଞ୍ଚଙ୍କୁ ମାଡ଼ ମାରି ସର୍ଟ ଚିରିବା ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି

ବୁଗୁଡ଼ା:୧୧।୧୧(କାଳିଚରଣଦାଶ): ଗଞ୍ଜାମ ଜିଲା ବୁଗୁଡା ବ୍ଲକ ମୋଟାବାଡି ପଞ୍ଚାୟତର ସରପଞ୍ଚ ତଥା ସରପଞ୍ଚ ସଂଘର କୋଷାଧକ୍ଷ ପିଣ୍ଟୁ କୁମାର ସେଠୀଙ୍କୁ ରବିବାର ଦୀପକ ରାଉତ ନାମକ...

ବୋମାମାଡ଼ ପରେ ପେଟ୍ରୋଲ ଢ଼ାଳି ଜାଳି ଦେଇଥିଲେ କାର: ଧରାପଡ଼ିଲେ ୪ କୁଖ୍ୟାତ ଅପରାଧୀ

ଦିଗପହଣ୍ଡି,୧୧।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ଏବଂ ଦିଗପହଣ୍ଡି ଅଞ୍ଚଳରେ ଗତ କିଛିଦିନ ହେଲା ଆତଙ୍କ ଚଳାଇଥିବା ଅପରାଧି ଗ୍ୟାଙ୍ଗର ୪ ଯୁବକଙ୍କୁ ପୋଲିସ...

କାର୍ତ୍ତିକ ଶେଷ ସୋମବାରରେ ବୁଦ୍ଧଖୋଲ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ବୁଗୁଡ଼ା,୧୧ା୧୧(କାଳୀଚରଣ ଦାଶ): ଧର୍ମ ମାସ କାର୍ତ୍ତିକର ଶେଷ ତଥା ଚତୁର୍ଥ ସୋମବାରରେ ଶ୍ରଦ୍ଧାଳୁଙ୍କ ସମାବେଶ ଯୋଗୁ ଐତିହାସିକ ଶୈବପୀଠ ବୁଦ୍ଧଖୋଲ ଚଳଚଞ୍ଚଳ ହୋଇ ଉଠିଛି। ବୁଗୁଡ଼ା...

ପୋଲିସର ଚଢ଼ାଉ ପରେ ନାମଫଳକରେ ଢଙ୍କାଗଲା କପଡ଼ା

ଗଞ୍ଜାମ,୧୧ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଥିବା ଲଜ୍‌ ଓ ରେସିଡେନ୍ସିଗୁଡ଼ିକରେ କିଛିଦିନ ତଳେ ଚଢ଼ାଉ କରିଥିଲା ଗଞ୍ଜାମ ଥାନା ପୋଲିସ। ଫଳରେ...

ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଛାତ୍ରୀ ଶୌଚାଳୟ ବ୍ଲକ ଭୂତ କୋଠି

ବ୍ରହ୍ମପୁର,୧୦।୧୧(ସ୍ବାଧୀନ ଶେଖର ପାଢ଼ୀ ): ରାଜ୍ୟର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରୁ ଅଗଣିତ ମେଧାବୀ ଆଜି ରାଜ୍ୟ, ଦେଶ ବିଦେଶରେ ନିଜ କାର୍ଯ୍ୟଦକ୍ଷତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri