ଆଇଆଇଏମ୍‌ସିରେ ଆରମ୍ଭ ହେଲା ‘ଫିଲ୍ମଚକ୍କର-୩’: ‘ଜୀବନକୁ ପ୍ରଭାବିତକରେ ପ୍ରଯୁକ୍ତିବିଦ୍ୟା’

ଢେଙ୍କାନାଳ ଅଫିସ, ୧୫।୧-ପୂର୍ବରୁ ଚଳଚ୍ଚିତ୍ର ନିର୍ମାଣ ଯେତିକି କଷ୍ଟକର ଥିଲା ସେଥିକି କଷ୍ଟ ଥିଲା ତାହାର ପ୍ରଦର୍ଶନ ଏବଂ ସାଇତି ରଖିବା ପଦ୍ଧତି। ଧୀରେ ଧୀରେ ଟେକ୍ନୋଲୋଜିର ଆଗମନ ହେଲା। ସାଉଣ୍ଡ ରେକର୍ଡିଂଠାରୁ ଆରମ୍ଭ କରି ଫିଲ୍ମକୁ ଡଜିଟାଇଜେଶନ କରିବା ସହଜ ହେଲା। ଏବେ ଟେକ୍ନୋଲୋଜି ଯୋଗୁ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଘଟିଛି। ଏହି ପରିପ୍ରେକ୍ଷୀରେ ଚଳଚ୍ଚିତ୍ର ଦେଖିବାର ନୂଆ ମାଧ୍ୟମ ପାଲଟିଛି ଓଭର ଦି ଟପ୍‌ ବା ଓଟିଟି। ଯେମିତି ଘରେ ପାଠପଢ଼ିବା ଆଉ ଶିକ୍ଷାନୁଷ୍ଠାନରେ ପାଠପଢ଼ିବା ଭିତରେ ତଫାତ୍‌ ରହିଛି ଠିକ୍‌ ସେମିତି ମୋବାଇଲ ମାଧ୍ୟମରେ ଫିଲ୍ମ ଦେଖିବା ଏବଂ ହଲ୍‌ ଯାଇ ଚଳଚ୍ଚିତ୍ରର ଦେଖିବାରେ ବହୁତ ଫରକ୍‌। ବଡ଼ ପରଦାର ଚଳଚ୍ଚିତ୍ର ନିଶ୍ଚୟ ଏକ ଭିନ୍ନ ଅନୁଭବ ଆଣିଦିଏ। ଏହାକୁ ସମୀକ୍ଷା କଲେ ଅଧୁନା ନୂତନ ପ୍ରଯୁକ୍ତିବିଦ୍ୟା ଜୀବନକୁ ପ୍ରଭାବିତ କରୁଥିବା ସ୍ପଷ୍ଟ ଅନୁମେୟ ବୋଲି କହିଛନ୍ତି କିଟ୍‌ ସ୍କୁଲ ଅଫ୍‌ ସିନେମାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଖଟୁଆ। ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି)ରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଚଳଚ୍ଚିତ୍ରଭିତ୍ତିକ କାର୍ଯ୍ୟକ୍ରମ ‘ଫିଲ୍ମଚକ୍କର-୩’ରେ ଯୋଗଦେଇ ସେ ଏପରି ବକ୍ତବ୍ୟ ରଖିଥିଲେ।
ଅନ୍ୟତମ ଅତିଥି ଭାବେ ଯୋଗଦେଇ ଆଇଆଇଏମ୍‌ସି ଅମରାବତୀର ପୂର୍ବତନ ନିର୍ଦ୍ଦେଶକ ନଦୀମ୍‌ ଖଁା କହିଲେ, ସମୟ ସହ ତାଳଦେଇ ଲୋକଙ୍କ ଚଳଚ୍ଚିତ୍ର ଦେଖିବାର ଆଗ୍ରହରେ କିଛିଟା ପରିବର୍ତ୍ତନ ହୋଇଛି। ସଂସ୍ଥାର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟ୍ଟାର୍ଜୀ କହିଲେ, ଆଜିର ଦିନରେ ଇକୋସ୍ଫିୟରର ଗଣତାନ୍ତ୍ରୀକରଣ ହୋଇଛି। ଅର୍ଥାତ୍‌ ଟେକ୍ନୋଲୋଜିର ଆଗମନ ତଥା ପରୀକ୍ଷା ନିରୀକ୍ଷା ଉଭୟ ଅମୃତ ଓ ବିଷ ପ୍ରଦାନ ସଦୃଶ। ଆମେ ଯେଉଁଭଳି ଭାବେ ଏହାର ବ୍ୟବହାର କରିବା ସେହି ଅନୁସାରେ ଫଳ ପାଇବା ବୋଲି ସେ କହିଥିଲେ।
ପରବର୍ତ୍ତୀ ବୈଷୟିକ ଅଧିବେଶନରେ ବକ୍ତାଭାବେ ଯୋଗଦେଇ କଲିକତା ଜାଭିୟର କଲେଜର ପ୍ରଫେସର ତଥା ଚଳଚ୍ଚିତ୍ର ନିର୍ମାତା ଉତ୍ସବ ଚାଟ୍ଟାର୍ଜୀ କହିଲେ, ଚଳଚ୍ଚିତ୍ରର ଏକ ସ୍ବତନ୍ତ୍ର ଭାଷା ରହିଛି। ବର୍ତ୍ତମାନ ସମ୍ପୂର୍ଣ୍ଣ ବାସ୍ତବତାକୁ ଚଳଚ୍ଚିତ୍ର ମାଧ୍ୟମରେ ଦେଖାଇବା ପାଇଁ ଓଟିଟି ଖୁବ୍‌ ଚେଷ୍ଟା କରୁଛି। ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ଲେଖକ ଡ. ପୀୟୂଷ ରାୟ କହିଲେ, ଓଟିଟି ଆସିବା ପରେ ଚରିତ୍ର କଳାକାର ମୁଖ୍ୟ ଆକର୍ଷଣ ପାଲଟିଛନ୍ତି। ବଲିଉଡରେ ଅଣଦେଖା କରାଯାଉଥିବା ଅଭିନେତା, ଅଭିନେତ୍ରୀଙ୍କୁ ଏହା ମାଧ୍ୟମରେ ସୁଯୋଗ ମିଳୁପାରୁଛି। ଏହାକୁ ସୁଯୋଗର ଗଣତାନ୍ତ୍ରୀକରଣ ବୋଲି କୁହାଯିବ। ଅନ୍ୟତମ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ସମ୍ବଲପୁର ମହିଳା ମହାବିଦ୍ୟାଳୟ ହିନ୍ଦୀ ବିଭାଗ ମୁଖ୍ୟ ଡ. ଜୟନ୍ତ କରଶର୍ମା କହିଲେ, ଇଣ୍ଟରନେଟ୍‌ ବ୍ୟବହାର ସହଜ ଓ ଶସ୍ତା ହେବାପରେ ଓଟିଟିର ଚାହିଦା ବଢୁଛି। କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ଡ. ଆଶିଷ ଦ୍ୱିବେଦୀ, ଆଇଆଇଏମ୍‌ସିର ସହାୟକ ପ୍ରଫେସର ସମ୍ବିତ ପାଲ, ଡ. ଜ୍ୟୋତିପ୍ରକାଶ ମହାପାତ୍ର, ୨୦୧୯-୨୦ ଶିକ୍ଷାବର୍ଷର ଛାତ୍ରୀ ଆକାଂକ୍ଷା ଟଣ୍ଡନ ସନ୍ଦର୍ଭ ଉପସ୍ଥାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ଜୀବନ ଗଲା: ଜାତୀୟ ରାଜପଥ ଅବରୋଧ କଲେ ଲୋକେ

ବୌଦ୍ଧ,୧୬।୧୧(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ଖୋର୍ଦ୍ଧା ବଲାଙ୍ଗୀର ୫୭ତମ ଜାତୀୟ ରାଜପଥର ସରସରା ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ...

ରାସ୍ତାରେ ବଡ଼ ଖାଲ: ଯାନବାହନ ଚଳାଚଳ ବାଧାପ୍ରାପ୍ତ

ରାଇକିଆ,୧୬।୧୧(ପ୍ରଦୀପ ବେହେରା):କନ୍ଧମାଳ ଜିଲା ରାଇକିଆ ମୁଖ୍ୟ ରାସ୍ତାରେ ବିଭିନ୍ନ ସ୍ଥାନରେ ଗର୍ତ୍ତ ସୃଷ୍ଟି ହୋଇଛି। ଦୀର୍ଘ ଦିନ ହେଲା ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ...

‘ଯମୁନା’ ପାଇଁ ଯନ୍ତା ପ୍ରସ୍ତୁତ

ବାରିପଦା,୧୬ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କୋର୍‌ ଅଞ୍ଚଳରେ ଘୂରିବୁଲୁଥିବା ମହାବଳ ବାଘୁଣୀ ‘ଯମୁନା’ ଚିନ୍ତାର କାରଣ ପାଲଟିଛି। କୋର୍‌ ଅଞ୍ଚଳ...

କନ୍ୟାକୁମାରୀ-ଦିବ୍ରୁଗଡ଼ ଏକ୍ସପ୍ରେସରେ ନିଆଁ

ଭଦ୍ରକ, ୧୬।୧୧(ସନାତନ ରାଉତ): କନ୍ୟାକୁମାରୀ-ଦିବ୍ରୁଗଡ଼ ବିବେକ ଏକ୍ସପ୍ରେସରେ ନିଆଁ ଲାଗିଥିଲା।  ବ୍ରେକ ବାଇଣ୍ଡିଙ୍ଗରୁ ନିଆଁ ଲାଗିଥିବା ରେଳବାଇ ସୂତ୍ରରୁ ଜଣାପଡିଛି। ଭଦ୍ରକ ଚରମ୍ପା ଷ୍ଟେଶନରୁ କିଛି...

ଦିଲ୍ଲୀରେ ବଢୁଛି କନ୍ଧମାଳ ତେନ୍ତୁଳିର କ୍ରେଜ୍‌: ଏତିକି ଟଙ୍କାରେ ହେଉଛି ବିକ୍ରି

ଦାରିଙ୍ଗବାଡି, ୧୬।୧୦(ଅରୁଣ ସାହୁ): ଦିଲ୍ଲୀ ପ୍ରଗତି ମୈଦାନରେ ଚାଲିଥିବା ବାଣିଜ୍ୟ ମେଳାରେ ଓଡିଶାରୁ ପ୍ରାୟ ୪୦ଟି ଷ୍ଟଲ ପଡିଛି। ସେଥିମଧ୍ୟରେ ମିଶନ ଶକ୍ତି ପକ୍ଷରୁ ପାରମ୍ପରିକ...

ରାଗରେ ନିଆଁବାଣ ହୋଇଗଲେ ମୁଖ୍ୟମନ୍ତ୍ରୀ: ଶେଷରେ ଚାଲିକି ଗଲେ…

କଟକ,୧୬।୧୧: ବାଲିଯାତ୍ରା ଉଦ୍‌ଘାଟନୀ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ଅନ୍ୟ ଅତିଥି ସିଲ୍‌ଭର୍‌ ସିଟି ବୋଟ୍‌ କ୍ଲବ୍‌ରୁ...

ଦାରିଙ୍ଗବାଡିରେ ତାପମାତ୍ରା କମିଲା, ସର୍ବନିମ୍ନ ୧୨.୫ ଡିଗ୍ରୀ

ଦାରିଙ୍ଗବାଡି, ୧୬।୧୦ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରୁ ତାପମାତ୍ରା ହ୍ରାସ ଘଟିଛି। ଶନିବାର ସକାଳ ୮ଟା ସୁଦ୍ଧା ସର୍ବନିମ୍ନ ତାପମାତ୍ରା...

ହଟିଲା କଟକଣା: ଆଜିଠୁ ଚାରିଦ୍ୱାର ଖୋଲା

ପୁରୀ,୧୬ା୧୧(ଅଜିତ୍‌ କୁମାର ମହାନ୍ତି):ଭକ୍ତଙ୍କ ନିମନ୍ତେ ଖୁସି ଖବର। କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା କଟକଣାକୁ ଶୁକ୍ରବାର ହଟାଇ ନିଆଯାଇଛି। ଶନିବାରଠାରୁ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri