ଆଇଆଇଏମ୍‌ସି ପ୍ରତିଷ୍ଠା ଦିବସ: ଜାତୀୟତାବାଦ ସୃଷ୍ଟିରେ ଖବରକାଗଜ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଢେଙ୍କାନାଳ ଅଫିସ, ୧୮।୮:  ପରାଧୀନ ଭାରତର ଜନତାଙ୍କ ମଧ୍ୟରେ ଜାତୀୟତାବାଦ ସୃଷ୍ଟି କରିବାରେ ଆଞ୍ଚଳିକ ଭାଷାଭାଷୀ ଖବରକାଗଜ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ସେତେବେଳେ ଖବରକାଗଜଗୁଡ଼ିକ ବ୍ରିଟିଶ ଶାସନ ବିରୋଧରେ ସ୍ବର ଉତ୍ତୋଳନ କରୁଥିଲେ। ଇଂଲିଶ ସମେତ ଆଞ୍ଚଳିକ ଭାଷାରେ ଜାତୀୟତାବାଦ ଚିନ୍ତାଧାରାଭିତ୍ତିକ ଖବର ସବୁ ବର୍ଗ ମଧ୍ୟରେ ପ୍ରଭାବ ପକାଉଥିଲା ବୋଲି କହିଛନ୍ତି ପ୍ରଫେସର ପ୍ରୀତିଶ ଆଚାର୍ଯ୍ୟ। ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି)ର ୨୭ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଶନିବାର ଅନୁଷ୍ଠାନ ପରିସରରେ ଆୟୋଜିତ ବକ୍ତୃତା କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହା କହିଛନ୍ତି।
ଶିକ୍ଷାବିତ୍‌ ସୁବୀର ଘୋଷ କହିଲେ, ସ୍ବାଧୀନ ଭାରତରେ ଉନ୍ନୟନ ପ୍ରକ୍ରିୟା ଏବଂ ଜନତାଙ୍କ ମଧ୍ୟରେ ବିରାଟ ବ୍ୟବଧାନ ସୃଷ୍ଟି ହୋଇଥିଲା। ଶାସକ, ପ୍ରଶାସକ, ଜନତାଙ୍କ ମଧ୍ୟରେ ସେତୁ ବଢ଼ିବାରେ ଗଣମାଧ୍ୟମର ଯୋଗଦାନ ଅନସ୍ବୀକାର୍ଯ୍ୟ। ଏପରି ମହତ୍‌ ଉଦ୍ଦେଶ୍ୟକୁ ଚରିତାର୍ଥ କରିବାକୁ ୧୯୬୫ରେ ନୂଆଦିଲ୍ଲୀଠାରେ ଆଇଆଇଏମ୍‌ସି ପ୍ରତିଷ୍ଠା ହୋଇଥିଲା। ଏହାର ଉଦ୍ଦେଶ୍ୟ କେବଳ ସାମ୍ବାଦିକମାନଙ୍କୁ ତାଲିମ ଦେବା ମଧ୍ୟରେ ସୀମିତ ନ ଥିଲା। ଅଧିକନ୍ତୁ ଉନ୍ନୟନ ପ୍ରକ୍ରିୟା ସହ ଲୋକଙ୍କୁ ଯୋଡ଼ିବା ଦିଗରେ ଏହି ଅନୁଷ୍ଠାନ ଉଲ୍ଲେଖନୀୟ କାର୍ଯ୍ୟ କରିପାରିଥିଲା। ଏହାପରେ ୧୯୯୩ରେ ଏହାର ପ୍ରଥମ ଶାଖା ଢେଙ୍କାନାଳରେ ଖୋଲିଥିବା ସେ ସୂଚନା ଦେଇଥିଲେ। ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟ୍ଟାର୍ଜୀ କହିଲେ, ଅନୁଷ୍ଠାନର ଛାତ୍ରୀଛାତ୍ରମାନେ ନିଜର ପ୍ରତିଭାର ପ୍ରତିଫଳନ କରି ଦେଶ ବିଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହି ଧାରା ଆଗକୁ ବଢ଼ାଇବାକୁ ସେ ଆହ୍ବାନ ଦେଇଥିଲେ।
ଏହି ଉପଲକ୍ଷେ ଅନୁଷ୍ଠିତ ଇଂଲିଶ ପ୍ରବନ୍ଧ ପ୍ରତିଯୋଗିତାରେ ଛାତ୍ରୀ ରୁପା କୁମାରୀ, କଲ୍ୟାଣ ଚକ୍ରବର୍ତ୍ତୀ, କୋମଲ ଯୋଷୀ ଏବଂ ଓଡ଼ିଆ ପ୍ରବନ୍ଧରେ ବିନୋଦ କୁମାର ବେହେରା, ଦେବଶ୍ରୀ ଦେବସ୍ମିତା, ପ୍ରଜ୍ଞା ନିବେଦିତା ନାୟକ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ସେହିପରି ଇଂଲିଶ ତର୍କରେ ଯତିନ ଗ୍ରୋଭର, ପ୍ରୀତମ କଶ୍ୟପ, କୋମଲ ଯୋଶୀ ଯଥାକ୍ରମେ ଶ୍ରେଷ୍ଠ ୩ ସ୍ଥାନ ହାସଲ କରିଛନ୍ତି। ଓଡ଼ିଆ ତର୍କରେ ରଜତ ପଣ୍ଡା ପ୍ରଥମ, ସୋନାଲି ଓଝା ଦ୍ୱିତୀୟ, ନୀଳାଦ୍ରି ନିବାସିନୀ ଦାସ ଓ ସୌମ୍ୟ ସ୍ବରୂପା ଦାସ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସହାୟକ ପ୍ରଫେସର ଡ. ଜ୍ୟୋତିପ୍ରକାଶ ମହାପାତ୍ର ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ପିଠିରେ ବସି କଂସ ଦରବାରକୁ ଆସିଲେ ମୁଖ୍ୟମନ୍ତ୍ରୀ

ମଥୁରାନଗରୀ,୧୨।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବରେ ରବିବାର ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ବରଗଡ଼ରେ ପହଞ୍ଚିବା ପରେ...

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ: ଯୌତୁକ ପାଇଁ ହତ୍ୟା ଅଭିଯୋଗ ଆଣିଲେ ବାପା

ଦିଗପହଣ୍ଡି,୧୨ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା କଲରାପଦର ଗ୍ରାମର ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ ହେଲେ ରାଜେନ୍ଦ୍ର ସ୍ବାଇଁଙ୍କ ସ୍ତ୍ରୀ...

ବରଗଡ଼ ଧନୁଯାତ୍ରା ଓଡ଼ିଆ ଅସ୍ମିତାର ବଳିଷ୍ଠ ପରିଚୟ: ମୁଖ୍ୟମନ୍ତ୍ରୀ

ମଥୁରାନଗରୀ,୧୨।୧(ପ୍ରେମାନନ୍ଦ ଖମାରୀ): ମଥୁରାନଗରୀ ବରଗଡ଼ର ମାଟି ଐତିହ୍ୟ ସମ୍ପନ୍ନ। ଏଠାକାର କଳା, ସାହିତ୍ୟ, ସଂସ୍କୃତି ରାଜ୍ୟକୁ ଗୌରବାନ୍ବିତ କରିଛି। ଏ ମାଟିର ଲୋକନାଟକ ଧନୁଯାତ୍ରା ସମଗ୍ର...

ହାତୀ ହାବୁଡରେ ପଡ଼ିଗଲେ ବାପ-ଝିଅ: ଆଉ ତା’ପରେ…

ଭଞ୍ଜନଗର,୧୨ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ ରେଞ୍ଜରେ ରବିବାର ହାତୀ ଆକ୍ରମଣରେ ବାପ, ଝିଅ ଆହତ ହୋଇଛନ୍ତି। ସେମାନେ...

ଶୀତ ମହୋତ୍ସବର ଦ୍ୱିତୀୟ ଦିନ: ଦର୍ଶକଙ୍କ ମନ ମୋହିଲା ଗୋଟିପୁଅ, ଓଡ଼ିଶୀ, ଖଞ୍ଜଣୀ ନୃତ୍ୟ

ଦାରିଙ୍ଗବାଡ଼ି,୧୨।୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବର ରବିବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ଏହି ଅବସରରେ ବିଡିଓ ତଥା ଶୀତ ମହୋତ୍ସବ କମିଟିର...

ଖଳାରେ ଥିବା ଧାନକୁ ନିଆଁ ଲଗାଇ ପୋଡ଼ି ଦେଲେ: ଥାନାରେ ପହଞ୍ଚିଲା ମାମଲା…

ହିଞ୍ଜିଳିକାଟୁ,୧୨ା୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଗୋପିନାଥପୁର ଗ୍ରାମରେ ଧାନ ଫସଲରେ ନିଆଁ ଲଗାଇ ପୋଡି ଦେଇଥିବା ରବିବାର ହିଞ୍ଜିଳି ଥାନାରେ ଏକ ଅଭିଯୋଗ...

ମଣ୍ଡିରେ ଧାନ ବିକ୍ରିର ଦୀର୍ଘ ଦିନ ପରେ ବି ମିଳୁନି ଚାଷୀଙ୍କୁ ପ୍ରାପ୍ୟ

କର୍ଲାମୁଣ୍ଡା:୧୨।୧(ପ୍ରଦୀପ କୁମାର ସାହୁ): ସରକାରଙ୍କ ନିୟମ ଅନୁଯାୟୀ ଚାଷୀ ମଣ୍ଡିରେ ଧାନ ବିକିବାର ୪୮ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ଜମା ହେବାର ନିୟମ ରହିଥିଲେ...

ବନ ବିଭାଗ ଉପରେ ମାଛ ମାଫିଆଙ୍କ ଆକ୍ରମଣ: ଫାୟାରିଂ କରି ୮ ଜଣଙ୍କୁ ଛଡ଼ାଇ ନେଲେ

କେନ୍ଦ୍ରାପଡା,୧୨।୧: ରାଜନଗର ଗହୀରମଥା ଗଭୀର ସମୁଦ୍ରରେ ବନ ବିଭାଗ ପାଟ୍ରୋଲିଂ ଟିମ୍ ଉପରେ ମାଛ ମାଫିଆଙ୍କ ଆକ୍ରମଣ। ବେଆଇନ ଭାବେ ମାଛ ମାରୁଥିବା ତାରିଣୀ ୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image