ଭୁବନେଶ୍ୱର,୩।୧୦(ବ୍ୟୁରୋ): ରାଜ୍ୟ ସରକାର ଗୁରୁବାର ଆଇଏଏସ୍ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଛି। ସେହିପରି ସୁଶୀଲ କୁମାର ଲୋହାନୀଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ, ସୋମେଶ କୁମାର ଉପାଧ୍ୟାୟଙ୍କୁ ଓମ୍ଫେଡ୍ ସିଜିଏମ୍, ପି ଅନ୍ବେଷ କୁମାର ରେଡ୍ଠୀଙ୍କୁ ଓଡ଼ିଶା ଖଣି ନିଗମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ପାଟିଲ ଆଶୀଷ ଈଶ୍ୱରଙ୍କୁ ଗ୍ରୀଡ୍କୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ , ଟିଏସ୍ ଦିବାକରଙ୍କୁ ଓକାକ ଓଏସ୍ଡି ଓ ହେମକାନ୍ତ ସାଏଙ୍କୁ ଓଡ଼ିଶା ପର୍ଯ୍ୟଟନ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି।
ସୂଚନାଯୋଗ୍ୟ, ବରିଷ୍ଠ ଆଇଏଏସ୍ ପ୍ରଦୀପ କୁମାର ଜେନାଙ୍କ ବଦଳି ପରେ ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ପଦ ଖାଲି ପଡ଼ିଥିଲା।