ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ଠକେଇ ମାମଲା;ସାମ୍ନାକୁ ଆସିଲା ଅଡିଟରଙ୍କ କାରସାଦି

ନୂଆଦିଲ୍ଲୀ,୧୦-୬: ଋଣ ସଙ୍କଟରେ ଫସିଥିବା ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ରେ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି। କମ୍ପାନୀକୁ ଗୋଷ୍ଠୀଗତ ଭାବେ ଲୁଟ କରାଯାଇଥିବା ବେଳେ ଏହି ଧାରାରେ ଅଡିଟରମାନେ ମଧ୍ୟ ସମ୍ପୃକ୍ତ ଥିବା ତଦନ୍ତରୁ ସାମ୍ନାକୁ ଆସିଛି। ଅଡିଟରମାନେ କେବଳ କମ୍ପାନୀର ଶୀର୍ଷ ପଦାଧିକାରୀଙ୍କ ସହ ମିଳିତ ହୋଇ ନ ଥିଲେ। ସେମାନଙ୍କ ନିଜ କମ୍ପାନୀର କେତେକ ଉତ୍ପାଦ ଏବଂ ସେବାକୁ ବିକ୍ରି କରିବାକୁ ଚେଷ୍ଠା କରିଥିବା ଏବେ ନଜରକୁ ଆସିଛି। ଜଘନ୍ୟ ଅପରାଧ ତଦନ୍ତ କାର୍ଯ୍ୟାଳୟ(ଏସ୍‌ଏଫ୍‌ଆଇଓ) ଆଇଏଲ୍‌ଏଫ୍‌ଏସ୍‌ ସମୂହ କମ୍ପାନୀ ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ଫାଇନାନ୍ସିଆଲ ସର୍ଭିସେସ ଲିମିଟେଡର ଯାଞ୍ଚ କରୁଛି। ଅଡିଟର, ଅଡିଟ ପରିଷଦ ଏବଂ ଶୀର୍ଷ ମ୍ୟାନେଜମେଣ୍ଟ ସ୍ତରରେ ବିଭିନ୍ନ ବେଆଇନ କାର୍ଯ୍ୟକଳାପ ସମ୍ପର୍କରେ ଏସ୍‌ଏଫ୍‌ଆଇଓ ଜାଣିବାକୁ ପାଇଛି। ବର୍ତ୍ତମାନ ସୁଦ୍ଧା ସରକାର ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ଗ୍ରୁପର ପୁନରୁଦ୍ଧାର ଲାଗି ନୂଆ ବୋର୍ଡ ନିଯୁକ୍ତ କରିଛନ୍ତି। ୨୦୧୭ରେ କମ୍ପାନୀରେ ହେଉଥିବା ବେଆଇନ କାର୍ଯ୍ୟକଳାପ ନେଇ ହ୍ବିସିଲବ୍ଲୋୟର ଜାଣିବା ପରେ ଘଟଣା ଉପରୁ ପର୍ଦା ହଟାଇବା ଲାଗି କହିିଥିଲେ। ଏହି ସମୟରେ ଅଡିଟ ବ୍ୟବସ୍ଥା ଉପରେ ଧ୍ୟାନ ଦେଇଥିଲେ ପ୍ରକୃତ ଘଟଣା ସାମ୍ନାକୁ ଆସିଥାନ୍ତା। ମାତ୍ର ଶୀର୍ଷ ମ୍ୟାନେଜମେଣ୍ଟ କଥାକୁ ଅଣଦେଖା କରିବା ସହ ଚପାଇ ରଖିଥିଲା। ଫଳରେ ଅଭିଯୋଗ ହୋଇଥିଲେ ଏହି ପ୍ରସଙ୍ଗ ଆଗକୁ ବଢି ନ ଥିଲା ବୋଲି ଏସ୍‌ଏଫ୍‌ଆଇଓ କହିଛି।
ଏହି ମାମଲାରେ ଏସ୍‌ଏଫ୍‌ଆଇଓ ପ୍ରାୟ ୪୦୦ ସଂସ୍ଥାର ତଥ୍ୟକୁ ତଦନ୍ତ ପରିସରଭୁକ୍ତ କରିଛି। କମ୍ପ୍ୟୁଟର ଏବଂ ଲ୍ୟାପଟପ ସମେତ ବିଭିନ୍ନ କ୍ଷେତ୍ରରୁ ତଦନ୍ତ ଏଜେନ୍ସି ପ୍ରମାଣ ସଂଗ୍ରହ କରିଛି। ଏହା ପରେ ଚାର୍ଜଶିଟ ଦାଏର କରାଯାଇଛି। ଅଡିଟ କରୁଥିବା ଡିଲଏଟ,ହାସକିନ୍ସ ଆଣ୍ଡ ସେଲ୍‌ସ ଭଳି ସଂସ୍ଥା ଋଣଦାତାଙ୍କ ସହ ହେଉଥିବା ଠକେଇ ସମ୍ପର୍କରେ ପୂର୍ବରୁ ଜାଣିଥିଲେ। ବିଶେଷ କରି ସୁଧବାବଦ ଅର୍ଥ ପ୍ରଦାନ ଏବଂ ମୂଳ ଟଙ୍କା ପୈଠ ବେଳେ ଖିଲାପ ଏବଂ ବେଆଇନ କାର୍ଯ୍ୟକଳାପ ସମ୍ପର୍କରେ ମଧ୍ୟ ଅଡିଟର ଜାଣିବାକୁ ପାଇଥିଲେ ମଧ୍ୟ ଏଥି ସମ୍ପର୍କରେ କିଛି କଥା ସାମ୍ନାକୁ ଆଣି ନ ଥିଲେ।
ଯାଞ୍ଚ ଏଜେନ୍ସି ଦେଇଥିବା ସୂଚନା ମୁତାବକ ଆସେଟ ବୁକ୍‌କୁ ଲଗାତର ଭାବେ ଅଣଦେଖା କରିବା, ବର୍ଷ ବର୍ଷ ଧରି ଋଣ ଅସୁଲ କରିବାରେ ବିଳମ୍ବ କରିବା ଭଳି ଘଟଣା ଘଟିଛି। ଏହା ସବୁ ଶୀର୍ଷ ମ୍ୟାନେଜମେଣ୍ଟର ଗୋଚରରେ ହେଉଥିଲା। ଡିଲଏଟ ଗ୍ରୁପ ଏହାର ଏକ କନସଲଟିଂ ଫାର୍ମ ଡିଲଏଟ ଟଚେ ତୋମାସ୍ତୁ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ଏକ ପ୍ରଡକ୍ଟ କିଣିବାକୁ ଆଇଏଲ୍‌ଆଣ୍ଡଏଫ୍‌ଏସ୍‌କୁ କହିଥିଲା। ଜୁନ ୨୦୧୭ର ଏକ ଇମେଲରୁ ଏହା ଜଣା ଯାଇଛି । ଋଣ ଅର୍ଥ ଠିକ୍‌ ଭାବେ ଖର୍ଚ୍ଚ ହେଉଛି କି ନାହିଁ ଏହାକୁ ଠିକ୍‌ ଭାବେ ତର୍ଜମା ମଧ୍ୟ କରାଯାଉ ନ ଥିଲା। ଏହି ମାମଲାରେ ସମ୍ପୃକ୍ତ ଥିବା ଅଡିଟରଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଏସ୍‌ଏଫ୍‌ଆଇଓ କହିଛି। ଘଟଣା ଉପରୁ ପର୍ଦ୍ଦା ହଟାଇବା ଲାଗି କାହିଁକି ବିଳମ୍ବ ଘଟିଛି ସେ ନେଇ ରିଜର୍ଭ ବ୍ୟାଙ୍କ ଦ୍ୱାରା ତଦନ୍ତ କରାଇବାକୁ ପ୍ରସ୍ତାବ ଦିଆଯାଇଛି।
ଆଇଏଫ୍‌ଆଇଏନ୍‌ ମାମଲା ପଛରେ ୯ ସଦସ୍ୟ ବିଶିଷ୍ଟ ଏକ ଗୋଷ୍ଠୀ ସାମିଲ ରହିଥିବା ଏସ୍‌ଏଫ୍‌ଆଇଓ ଏହାର ପ୍ରଥମ ଚାର୍ଜଶିଟରେ ଦର୍ଶାଇଛି। ଷ୍ଟାଚୁଟୋରୀ ଅଡିଟରଙ୍କ ବାଦ ସ୍ବାଧୀନ ନିର୍ଦ୍ଦେଶକମାନେ ମଧ୍ୟ ଗୋପନୀୟ ଭାବେ ବେଆଇନ କାର୍ଯ୍ୟକଳାପରେ ସାମିଲ ଥିଲେ। ଅଡିଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନ୍ୟାଶନାଲ ଫାଇନାନ୍‌ସିଆଲ ରିପୋର୍ଟିଂ ଅଥରିଟି(ଏନ୍‌ଏଫ୍‌ଆର୍‌ଏ) ଏବଂ ଇନଷ୍ଟିଚ୍ୟୁଟ ଅଫ୍‌ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ ଅଫ୍‌ ଇଣ୍ଡିଆ(ଆଇସିଏଆଇ) କାର୍ଯ୍ୟାନୁଷ୍ଠାନ ନେଉ ବୋଲି କୁହାଯାଇଛି। ମାମଲାରେ ୩୦ ସଂସ୍ଥା ଏବଂ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଚାର୍ଜଶିଟ ହୋଇଛି। ବର୍ତ୍ତମାନ ସୁଦ୍ଧା ଏଥିରେ ସମ୍ପୃକ୍ତ କିଛି ବ୍ୟକ୍ତି ବିଚାର ବିଭାଗୀୟ ହାଜତରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri