Posted inଖେଳ

ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌: ସ୍ବର୍ଣ୍ଣ ସହ ଯଶସ୍ବିନୀଙ୍କୁ ଅଲିମ୍ପିକ କୋଟା

ରିଓ ଡି ଜେନେରିଓ,୧।୯(ପି.ଟି.)- ଏଠାରେ ଚାଲିଥିବା ଚତୁର୍ଥ ଆଇଏସ୍‌ଏସ୍‌ଏଫ୍‌ ରାଇଫଲ/ ପିସ୍ତଲ ବଶ୍ୱକପ୍‌ରେ ଭାରତର ଯଶସ୍ବିନୀ ସିଂ ଦେସଓ୍ବାଲ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏଥିସହିତ ସେ ପୂରା ଢ଼ଙ୍ଗରେ ଭାରତ ପାଇଁ ନବମ ଅଲିମ୍ପିକ କୋଟା ହାସଲ କରିଛନ୍ତି। ୨୨ ବର୍ଷୀୟା ଏହି ପୂର୍ବତନ ଜୁନିୟର ବିଶ୍ୱ ଚାମ୍ପିୟନ ଶନିବାର ୮ ଜଣ ମହିଳା ପ୍ରତିଯୋଗୀଙ୍କୁ ନେଇ ଅନୁଷ୍ଠିତ ଫାଇନାଲରେ ୨୩୬.୭ ପଏଣ୍ଟ ସ୍କୋର କରିଥିଲେ। ପୂର୍ବତନ ଅଲିମ୍ପିକ୍‌ ଓ ବିଶ୍ୱଚାମ୍ପିୟନ ୟୁକ୍ରେନ୍‌ର ୧ ନମ୍ବର ମହିଳା ଶୁଟର ଓଲେନା କୋଷ୍ଟେଭିଚ୍‌ ୨୩୪.୮ ପଏଣ୍ଟ ସ୍କୋର କରି ରୌପ୍ୟ ପଦକ ହାସଲ କରିଛନ୍ତି। ସେହିପରି ସର୍ବିୟାର ଜସମିନା ମିଲାଭୋନୋଭିକ୍‌ ୨୧୫.୭ ସ୍କୋର କରି ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି।
ଫାଇନାଲରେ ଯଶସ୍ବିନୀ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ତାଙ୍କ ପ୍ରଦର୍ଶନ ଏପରି ପ୍ରଭାବୀ ଥିଲା ଯେ, ସେ କୋଷ୍ଟେଭିଚ୍‌ଙ୍କୁଠାରୁ ଅଧିକ ୧.୯ ପଏଣ୍ଟ ହାସଲ କରିଥିଲେ। ଅର୍ଥଶାସ୍ତ୍ରର ଛାତ୍ରୀ ଯଶସ୍ବିନୀ କ୍ୱାଲିଫିକେଶନ ରାଉଣ୍ଡରେ ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ କରି ଓ ଏଗ୍ରିଗେଟ ୫୮୨ ସ୍କୋର କରିଥିଲେ। ଯଶସ୍ବିନୀଙ୍କୁ ବାଦ୍‌ ଦେଲେ ୨୦୨୦ ଟୋକିଓ ଅଲିମ୍ପିକ କୋଟା ହାସଲ କରିଥିବା ଅନ୍ୟ ଭାରତୀୟ ଶୁଟରମାନେ ହେଲେ ସଞ୍ଜୀବ ରାଜପୁତ, ଅଞ୍ଜୁମ ମୋଦଗିଲ, ଅପୂର୍ବୀ ଚାଣ୍ଡିଲା, ସୌରଭ ଚତୁର୍ବେଦୀ, ଅଭିଶେକ ବର୍ମା, ଦିବ୍ୟାଂଶ ସିଂ ପାନଓ୍ବାର, ରାହି ସାର୍ନୋବାତ ଓ ମନୁ ଭାକର।
ରିଓରେ ଏଥି ସହିତ ଯଶସ୍ବିନୀ ତୃତୀୟ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ ଅଭିଷେକ ବର୍ମା ଓ ଇଲାଭେନିଲ ଭାଲାରିଭାନ ଯଥାକ୍ରମେ ପୁରୁଷ ୧୦ ମିଟର ଏୟାର ପିସ୍ତଲ ଓ ମହିଳ ୧୦ ମିଟଣ ଏୟାର ରାଇଫଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ପୁରୁଷ ୫୦ ମିଟର ରାଇଫଲ ୩ ପୋଜିସନ୍ସ ଓ ସଞ୍ଜୀବ ରାଜପୁତ ରୌପ୍ୟ ଓ ପୁରୁଷ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସୌରଭ ଚୌଧୁରୀ ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି।
ଶନିବାର ଅନ୍ୟତମ ଭାରତୀୟ ମହିଳା ଶୁଟର କାଜଲ ସଇନି, ପୂର୍ବତନ ବିଶ୍ୱ ଚାମ୍ପିୟନ ତେଜସ୍ବିନୀ ସାଓ୍ବନ୍ତ ଆଶାନୁରୂପ ପ୍ରଦର୍ଶନ କରି ପାରି ନ ଥିଲେ। କାଜଲ ମହିଳା ୫୦ମି. ରାଇଫଲ ୩ ପୋଜିସନ (୩ପି)ରେ ୨୨ତମ ସ୍ଥାନର ରହି ଅଭିଯାନ ଶେଷ କରିଥିଲେ ଓ ତାଙ୍କର କ୍ୱାଲିଫାଇଂ ରାଉଣ୍ଡ ସ୍କୋର ୧୧୬୭ ଥିଲା। ସେହିପରି ପ୍ରୋନ୍‌ରେ ତେଜସ୍ବିନୀ ୧୧୫୬ ପଏଣ୍ଟ ସ୍କୋର କରି ୪୭ତମ ସ୍ଥାନରେ ରହିଥିଲେ। ସେହିପରି ପୁରୁଷ ୨୫ମି ରାପିଡ ପିସ୍ତଲ ଇଭେଣ୍ଟରେ ଆଦର୍ଶ ସିଂ ଓ ଅନିଶ ଭାନଓ୍ବାଲା ଯଥାକ୍ରମେ ୧୩ ଓ ୧୪ତମ ସ୍ଥାନରେ ଥିଲେ। ସେହିପରି ଅନ୍‌ହାଦ ଜଓ୍ବାଣ୍ଡା ୪୮ତମ ସ୍ଥାନରେ ରହିଥିଲେ। ସେହିପରି ନନ୍‌- କମ୍ପିଟିଶନ ମିନିମମ୍‌ କ୍ୱାଲିଫିକେଶନ ସ୍କୋର (ଏମ୍‌କ୍ୟୁଏସ୍‌) ସେକ୍‌ଶନରେ ଭାରତୀୟ ଶୁଟରମାନେ ଭଲ ପ୍ରଦର୍ଶନ କରିଛନ୍ତି। ମହିଳା ଏୟାର ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ ଭାକର ଓ ଇଶା ସିଂ ଯଥାକ୍ରମେ ୫୮୦ ଓ ୫୭୭ ପଏଣ୍ଟ ସ୍କୋର କରି ୧-୨ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri