Posted inଖେଳ

ଆଇପିଏଲ୍‌ ବିନା ପ୍ରଭାବିତ ହେବେ ଘରୋଇ କ୍ରିକେଟର

ନୂଆଦିଲ୍ଲୀ, ୧ା୪ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ନ ହେଲେ ଖେଳାଳିମାନଙ୍କୁ କିପରି ବେତନ ଦିଆଯିବ ସେ ନେଇ ଫ୍ରାଞ୍ଚାଇଜ୍‌ଗୁଡ଼ିକ ଚିନ୍ତିତ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବିକଳ୍ପ ରାସ୍ତା ବାହାର ନ କରିଲେ। କୋଭିଡ୍‌-୧୯ ପାଇଁ ସ୍ଥଗିତ ରହିଥିବା ଏହି ଟୁର୍ନାମେଣ୍ଟର ଚଳିତ ବର୍ଷ ସଂସ୍କରଣ ହେବା ସମ୍ଭବ ମନେହେଉନି। ଆଇପିଏଲ ପାଉଣା ନେଇ ପ୍ରଚଳିତ ହୋଇ ଆସୁଥିବା ନିୟମାନୁସାରେ ଜଣେ ଖେଳାଳି ତାଙ୍କ ମୋଟ ବେତନର ୧୫% ଟୁର୍ନାମେଣ୍ଟ ଆରମ୍ଭ ହେବାର ଏକ ସପ୍ତାହ ପୂର୍ବରୁ ପାଇଥାଏ। ଟୁର୍ନାମେଣ୍ଟ ଚାଲିଥିବା ସମରେ ୬୫% ପ୍ରାପ୍ୟ ପାଇଥାଏ। ଅବଶିଷ୍ଟ ୨୦ ପ୍ରତିଶତ ଇଭେଣ୍ଟ ଶେଷ ହେବାପରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଖେଳାଳିଙ୍କୁ ମିଳିଥାଏ। ଏକ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ର ଜଣେ ବରିଷ୍ଠ କର୍ମକର୍ତ୍ତା ଏହା ପ୍ରକାଶ କରିଛନ୍ତି। ଗୋଟିଏ ସିଜନରେ ଯଦି ଆଇପିଏଲ୍‌ ବନ୍ଦ ରୁହେ ତେବେ ବିସିସିଆଇ ହଜାର ହଜାର କୋଟି ଟଙ୍କା କ୍ଷତିରେ ପଡ଼ିପାରେ। ଏହା ହେଲେ ଘରୋଇ ଖେଳାଳିଙ୍କ ବେତନ କାଟ୍‌ ହୋଇପାରେ ବୋଲି କହିଛନ୍ତି ଇଣ୍ଡିଆନ ପ୍ଲେୟର୍ସ ଆସୋସିଏଶନ (ଆଇପିଏ) ସଭାପତି ଅଶୋକ ମାଲହୋତ୍ରା। ବିସିସିଆଇକୁ ବର୍ତ୍ତମାନ ବିକଳ୍ପ ରାସ୍ତା ଖୋଜି ବାହାର କରିବାକୁ ପଡ଼ିବ। ଆଇପିଏଲ୍‌କୁ କାଟ୍‌ଛାଣ୍ଟ୍‌ କରିି ମେ ମାସରେ କରାଯିବା ସମ୍ଭାବନା ଆଶା କ୍ଷୀଣ। ଆଗରୁ କିଛି ପୂର୍ବାନୁମାନ କରି ହେଉ ନାହିଁ। କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ଲାଗି ଏପ୍ରିଲ ୧୪ ପର୍ଯ୍ୟନ୍ତ ସମଗ୍ର ଦେଶରେ ୨୧ ଦିନ ଧରି ଲକ୍‌ଡାଉନ୍‌ କାର୍ଯ୍ୟକାରୀ କରାଯାଉଛି। କରୋନା ଭାଇରସ୍‌ ମହାମାରୀରେ ସମଗ୍ର ବିଶ୍ୱରେ ଇତିମଧ୍ୟରେ ୩୭,୦୦୦ ଲୋକ ପ୍ରାଣ ହରାଇସାରିଲେଣି। ଆର୍ଥିକ ମାନ୍ଦା ଅବସ୍ଥା ଯୋଗୁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡରେ ଖେଳାଳିମାନଙ୍କ ବେତନ କାଟ୍‌ ସମ୍ପର୍କରେ ବିଚାର କରାଯାଉଛି। ଅନ୍ୟ ଜଣେ ଫ୍ରାଞ୍ଚାଇଜ୍‌ ଅଫିସିଆଲ କୌଣସି ମହାମାରୀ ପାଇଁ ଖେଳାଳିମାନଙ୍କ ବେତନ ବୀମା କରାଯାଇ ନାହିଁ। ତେଣୁ ବର୍ତ୍ତମାନ ପରିସ୍ଥିତିରେ ବୀମା କମ୍ପାନୀଠାରୁ ଅର୍ଥ ଆଣି ଖେଳାଳିଙ୍କ ବେତନ ଭରଣା କରିହେବ ନାହିଁ। ପ୍ରତ୍ୟେକ ଫ୍ରାଞ୍ଚାଇଜ୍‌ ଖେଳାଳିଙ୍କ ଦରମା ବାବଦରେ ୭୫ରୁ ୮୫ କୋଟି ଟଙ୍କା ବ୍ୟୟ କରିବାକୁ ହେବ। ପରିସ୍ଥିତିରେ କେବେ ସୁଧାର ଆସିବ ତାହା ଉପରେ କୌଣସି ଗ୍ୟାରେଣ୍ଟି ନାହିଁ। ଖେଳ ସ୍ଥଗିତ ଯୋଗୁ ବିସିସିଆଇ ପାଖାପାଖି ୩୦୦୦ କୋଟି ଟଙ୍କା ହରାଇବ। ତେଣୁ ଏହାଠାରୁ କିଛି ସମାଧାନର ପନ୍ଥା ଆଶା କରାଯାଉଛି। ଆଇପିଏଲ୍‌ ସ୍ଥଗିତ ଦ୍ୱାରା ଧୋନୀ ଓ କୋହଲିଙ୍କ ଭଳି ଖେଳାଳି କ୍ଷତିଗ୍ରସ୍ତ ହେବା ନାହିଁ। କିନ୍ତୁ ଆଇପିଏଲ୍‌ରେ ପ୍ରଥମ ଥର ପଦାର୍ପଣ କରିବାକୁ ଖେଳାଳି ବିଶେଷ ଭାବେ ପ୍ରଭାବିତ ହେବେ। କଠିନ ପରିଶ୍ରମ ଓ ପ୍ରଭାବୀ ପ୍ରଦର୍ଶନ ଯୋଗୁ ସେମାନଙ୍କୁ ଏହି ବ୍ୟୟବହୁଳ ଟି୨୦ରେ ଖେଳିବା ସୁଯୋଗ ଆସିଛି। ସେମାନେ ୨୦, ୪୦ କିମ୍ବା ୬୦ ଲକ୍ଷ ଟଙ୍କା ଆୟ କରିଥାନ୍ତେ ବୋଲି ଆଶା କରିଥିଲେ। ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୂମଲ କିନ୍ତୁ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଖେଳାଳିମାନଙ୍କ ଦରମା କାଟ୍‌ ବିଷୟରେ କିଛି ଆଲୋଚନା କରି ନାହାନ୍ତି।୨


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

ପ୍ରଥମ ଦିବସରେ ଏକାଧିକ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଆଥଲେଟିକ୍ସ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୭୦ତମ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri