ମୁମ୍ବାଇ,୫-୨: ଏଲ୍ଆଇସିରେ ଅଂଶଧନ ବିକ୍ରି ନେଇ ସରକାର ବଜେଟରେ ପ୍ରସ୍ତାବ ରଖିଛନ୍ତି। ଏହାର ଆଇପିଓ ଆସନ୍ତା ଆର୍ଥିକ ଦ୍ୱିତୀୟ ତ୍ରୈମାସରେ ଆସିପାରେ ବୋଲି କୁହାଯାଇଛି। ଏହି ଆଇପିଓ ପ୍ରସ୍ତାବ ଏଲ୍ଆଇସି କର୍ମଚାରୀ ସଂଘ ପକ୍ଷରୁ ମଙ୍ଗଳବାର ବିରୋଧ କରାଯାଇଛି। ଏହାକୁ ବିରୋଧ କରି ସାରା ଦେଶରେ ଥିବା ଏଲ୍ଆଇସି କାର୍ଯ୍ୟାଳୟଗୁଡିକରେ କର୍ମଚାରୀମାନେ ବିଭିନ୍ନ ସ୍ଥାନରେ ପଦଯାତ୍ରା କରିଥିଲେ। ଏଲ୍ଆଇସି ଆଇପିଓ ଆଣିବା ଜାତୀୟ ସ୍ବାର୍ଥ ବିରୋଧି। ଏହା ଦେଶ ଗଠନରେ ଯୋଗଦାନ ରଖୁଥିବାରୁ ସରକାରଙ୍କ ଆଇପିଓ ପ୍ରସ୍ତାବକୁ ସଂଘ ପକ୍ଷରୁ ନିନ୍ଦା କରାଯିବା ସହ ବିରୋଧ କରାଯାଇଛି।