ଆଇସିସି ବିଶ୍ୱକପ୍‌: ଇଂଲଣ୍ଡ- ପାକିସ୍ତାନ ମୁକାବିଲା ଆଜି

ଲଣ୍ଡନ,୩।୫(ଏଏଫପି)- ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ର ଚଳିତ ଦ୍ୱାଦଶ ସଂସ୍କରଣରେ ଆୟୋଜକ ତଥା ହଟ୍‌ ଫେଭରାଇଟ ଇଂଲଣ୍ଡ ସୋମବାର ୧୯୯୨ ଚାମ୍ପିୟନ ପାକିସ୍ତାନକୁ ଭେଟିବ। ନଟିଂହାମର ଟ୍ରେଣ୍ଟ ବ୍ରିଜ୍‌ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଉପରେ ଏବେ ସାରା ବିଶ୍ୱର ନଜର ରହିଛି। ନିର୍ଭୀକ କ୍ରିକେଟ ଖେଳୁଥିବା ବିଶ୍ୱର ୧ ନମ୍ବର ଦଳ ଇଂଲଣ୍ଡ ପାକିସ୍ତାନ ବିପକ୍ଷରେ ଫେଭରାଇଟ ବିବେଚିତ ହେଉଛି। ଏହି ଗ୍ରାଉଣ୍ଡ ବ୍ୟାଟ୍ସମ୍ୟାନଙ୍କ ସ୍ବର୍ଗ ରୂପେ ଜଣାଶୁଣା। ଏଠାରେ ଇଂଲଣ୍ଡ ଦୁଇଥର ଦିନିକିଆ କ୍ରିକେଟରେ ସର୍ବାଧିକ ସ୍କୋର ହାସଲ କରି ରେକର୍ଡ ସୃଷ୍ଟି କରିଥିଲା। ୨୦୧୬ରେ ପାକିସ୍ତାନ ବିପକ୍ଷରେ ଇଂଲଣ୍ଡ ଏଠାରେ ୩ ଉଇକେଟ ହରାଇ ୪୪୪ ରନ ସଂଗ୍ରହ କରିଥିଲା। ସେହିପରି ଗତବର୍ଷ ଏଠାରେ ଇଂଲଣ୍ଡ ୬ ଉଇକେଟ ହରାଇ ଦିନିକିଆ ଇତିହାସର ସର୍ବାଧିକ ରନ ୪୮୧ ରନ ସଂଗ୍ରହ କରିଥିଲା। ଏହି ପିଚ୍‌ ଉପରେ ହିଁ ମ୍ୟାଚ୍‌ ଖେଳାଯିବ।
ଏହାପୂର୍ବରୁ ପାକିସ୍ତାନ ପ୍ରଥମ ମ୍ୟାଚ୍‌ ଓ୍ବେଷ୍ଟଇଣ୍ଡିଜ୍‌ଠାରୁ ଶୁକ୍ରବାର ପରାସ୍ତ ହୋଇ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିଥିଲା। ଓ୍ବେଷ୍ଟଇଣ୍ଡିଜ ଦ୍ରୁତ ବୋଲରଙ୍କ ବାଉନସରର ସମ୍ମୁଖୀନ ହୋଇ ନ ପାରି ପାକିସ୍ତାନ ବ୍ୟାଟ୍ସମ୍ୟାନମାନେ ମାମୁଲି ପ୍ରଦର୍ଶନ କରିଥିଲେ। ଫଳରେ ଦଳମାତ୍ର ୧୦୫ ରନରେ ଅଲଆଉଟ ହୋଇଥିଲା। ଅନ୍ୟପଟେ ଇଂଲଣ୍ଡ ତା’ର ପ୍ରଥମ ମ୍ୟାଚ୍‌ରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ଓଭାଲରେ ୧୦୪ ରନରେ ହରାଇ ବିଜୟ ଅଭିଯାନ ଆରମ୍ଭ କରିଥିଲା। ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଜବରଦସ୍ତ ପ୍ରଦର୍ଶନ କରି ଇଂଲଣ୍ଡ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏବେ ଆର୍ଚର ପାକିସ୍ତାନ ଶିବିରରେ ଆତଙ୍କ ସୃଷ୍ଟି କରିଛନ୍ତି। ଶର୍ଟ ପିଚ୍‌ ବୋଲିଂରେ ପାକିସ୍ତାନ ବ୍ୟାଟ୍ସମ୍ୟାନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ମାର୍କ ଉଡ ମଧ୍ୟ ଇଂଲଣ୍ଡ ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବେ।
ପାକିସ୍ତାନ ବିପକ୍ଷରେ ଓ୍ବେଷ୍ଟଇଣ୍ଡିଜ୍‌ ବେଶ୍‌ ଉଚ୍ଚକୋଟୀର ବୋଲିଂ ପ୍ରଦର୍ଶନ କରିଥିଲା। ଆର୍ଚରଙ୍କ ସହ ମାର୍କ ଉଡ୍ସଙ୍କ ଯୋଡି ବେଶ୍‌ ପ୍ରଭାବୀ ମନେ ହେଉଛି ବୋଲି ଇଂଲଣ୍ଡ ଆସିଷ୍ଟାଣ୍ଟ କୋଚ୍‌ ଗ୍ରାହମ ଥୋର୍ପ କହିଛନ୍ତି। ଉଡ୍ସଙ୍କ ଗୋଇଠିରେ ଆଘାତ ଦେଖାଦେଇଛି। ଆର୍ଚର ଓ ଉଡ୍ସ ଉଭୟେ ଘଣ୍ଟା ପ୍ରତି ୯୦ ମାଇଲ ବେଗ୍‌ରେ ବୋଲିଂ କରୁଛନ୍ତି। ତେଣୁ ପାକିସ୍ତାନ ବ୍ୟାଟ୍ସମ୍ୟାନ ପରୀକ୍ଷାର ସମ୍ମୁଖୀନ ହେବେ।
୨୦୧୫ ବିଶ୍ୱକପ୍‌ରେ ପ୍ରଥମ ରାଉଣ୍ଡରେ ବିଦାୟ ନେଇଥିବା ଇଂଲଣ୍ଡ ଦିନିକିଆ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନ ଅକ୍ତିଆର କରିଛି। ଦଳର ବ୍ୟାଟିଂ ଲାଇନ୍‌ ବେଶ୍‌ ଦୃଢ ମନେହେଉଛି। ଓଭାଲରେ ପ୍ରତିକୂଳ ପରିସ୍ଥିତି ଓ ଏକ ଭିନ୍ନ ପ୍ରକାର ପିଚ୍‌ରେ ଇଂଲଣ୍ଡ ୩୧୧ ରନ ସଂଗ୍ରହ କରିପାରିଥିଲେ। ଦିନିକିଆରେ ଏକଦା ୫୦୦ ରନ ସଂଗ୍ରହ କରିବା ଅସମ୍ଭବ ମନେହେଉଥିଲା। ତେବେ ଇଂଲଣ୍ଡ ଯଦି ପାକିସ୍ତାନ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରେ ତାହାଲେ ଏହି ସ୍କୋରର ପାଖାପାଖି ପହଞ୍ଚିବ କିମ୍ବା ତାହାକୁ ଅତିକ୍ରମ କରିବ ବୋଲି ଆଶା କରାଯାଉଛି। ଟ୍ରେଣ୍ଟ ବ୍ରିଜ୍‌ରେ ବ୍ୟାଟିଂ କରିବା ବେଶ୍‌ ସୁବିଧାଜନକ ହୋଇଥିବାରୁ ଏ ଭଳି ଆଶା କରିବା ଅମୂଳକ ନୁହଁ ବୋଲି ଥୋର୍ପ କହିଛନ୍ତି। ଯଦି ସୁବିଧା ହୁଏ ଓ ବ୍ୟାଟିଂ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହୁଏ ଓ ନିୟମିତ ବ୍ୟବଧାନରେ ଉଇକେଟ ନ ପଡିଲେ ଇଂଲଣ୍ଡ ଅଧିକରୁ ଅଧିକ ରନ୍‌ ସଂଗ୍ରହ କରିବାକୁ ଚେଷ୍ଟା କରିବ। ତେବେ ଯଦି ଏପରି ନ ହୁଏ ଇଂଲଣ୍ଡ ଅତିକମ୍‌ରେ ଏକ ଲଢୁଆ ସ୍କୋର ଛିଡା କରିବ ବୋଲି ସେ କହିଛନ୍ତି।
ଅନ୍ୟପଟେ ପାକିସ୍ତାନ ତା’ର ଶେଷ ୧୧ଟି ଦିନିକିଆରେ ପରାସ୍ତ ହୋଇଛି। ଗତ ଦିନିକିଆ ସିରିଜରେ ଘରୋଇ ଇଂଲଣ୍ଡଠାରୁ ୪-୦ରେ ପରାସ୍ତ ହୋଇଛି। ତେଣୁ ପାକିସ୍ତାନ ଏବେ ସଂଘର୍ଷ କରୁଛି। ଭଲ ପ୍ରଦର୍ଶନ କରିବାକୁ ହେଲ ପାକିସ୍ତାନକୁ ବୋଲିଂ, ବ୍ୟାଟିଂରେ ସୁଧାର ଆଣିବାକୁ ହେବ। ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଆମିର ଅବଶ୍ୟ ପ୍ରଥମ ମ୍ୟାଚ୍‌ରେ ୩ଟି ଉଇକେଟ ଅକ୍ତିଆର କରି ବେଶ୍‌ ପ୍ରଭାବୀ ସାବ୍ୟସ୍ତ ହୋଇଥିଲେ। ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହୋଇଥିବାରୁ ପାକିସ୍ତାନ ଚାପରେ ରହିଛି। ତେଣୁ ପାକିସ୍ତାନ ପାଇଁ ଏହି ମ୍ୟାଚ ପରୀକ୍ଷା ସୃଷ୍ଟି କରିଛି।
ଇଂଲଣ୍ଡ ଦଳ: ଇଅନ ମୋର୍ଗାନ (ଅଧିନାୟକ), ମୋଇନ ଅଲି, ଜୋଫ୍ରା ଆର୍ଚର, ଜନୀ ବେୟାରଷ୍ଟୋ, ଜୋସ ବଟଲର, ଟମ କୁରାନ, ଲିଅମ ଡସନ, ଲିଅମ ପ୍ଲଙ୍କେଟ, ଆଦିଲ ରସିଦ, ଜୋ ରୁଟ, ଜାସନ ରଏ, ବେନ୍‌ ଷ୍ଟୋକ୍ସ, ଜେମ୍ସ ଭିନ୍ସ, କ୍ରିସ୍‌ ଓ୍ବକ୍ସ ଓ ମାର୍କ ଉଡ୍ସ।
ପାକିସ୍ତାନ ଦଳ: ସର୍ଫରାଜ ଅହମ୍ମଦ (ଅଧିନାୟକ), ଆସିଫ ଅଲି, ବାବର ଆଜମ, ଫକର ଜମାନ, ହାରିସ ସୋହେଲ, ହାସନ ଅଲି, ଇମାଦ ଓ୍ବାସମ୍‌, ଇମାମ- ଉଲ- ହକ, ମହମ୍ମଦ ଆମିର, ମହମ୍ମଦ ହାଫିଜ୍‌, ମହମ୍ମଦ ହାସନେନ, ଶଦାବ ଖାଁ, ଶହିନ ଆଫ୍ରିଦି, ସୋଏବ ମଲିକ ଓ ଓ୍ବାହାମ ରିୟାଜ।


Enter your email to get our daily news in your inbox.

All Right Reserved By Dharitri.Com

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri