Posted inଖେଳ

ଆଇସିସି ବିଶ୍ୱକପ୍‌: ଇଂଲଣ୍ଡ- ଶ୍ରୀଲଙ୍କା ମୁକାବିଲା

ଲିଡ୍ସ,୨୨।୬(ପି.ଟି.)- ଚଳିତ ବିଶ୍ୱକପ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଆୟୋଜକ ତଥା ଫେଭରାଇଟ ଇଂଲଣ୍ଡ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଶୁକ୍ରବାର ସ୍ଥାନୀୟ ହେଡିଂଲି ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଟୁର୍ନାମେଣ୍ଟର ଏହି ୨୭ତମ ମ୍ୟାଚ୍‌ ଶ୍ରୀଲଙ୍କା ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି। ଶ୍ରୀଲଙ୍କା ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍‌ ଖେଳି ମାତ୍ର ଗୋଟିଏ ବିଜୟ, ଦୁଇଟି ପରାଜୟ ଓ ଦୁଇଟି ବିନା ଫଳାଫଳ ସହ ୪ ପଏଣ୍ଟ ହାସଲ କରି ତାଲିକାର ପଞ୍ଚମ ସ୍ଥାନରେ ରହିଛି। ଫଳରେ ସେମି ଫାଇନାଲ ଦୌଡରେ ସ୍ଥିତି ବଜାୟ ରଖିବାକୁ ହେଲେ ଶ୍ରୀଲଙ୍କାକୁ ଏବେ ବାକିଥିବା ୪ଟି ମ୍ୟାଚ୍‌ରେ ବିଜୟୀ ହେବା ଅପରିହାର୍ଯ୍ୟ ହୋଇପଡିଛି। ତେଣୁ ବିଜୟ ହାସଲ ଛଡ଼ା ଶ୍ରୀଲଙ୍କା ପାଇଁ ଅନ୍ୟ ରାସ୍ତା ନାହିଁ। ୧୯୯୬ ବିଶ୍ୱକପ୍‌ରେ ପ୍ରଥମଥର ପାଇଁ ଟାଇଟଲ ଜିତିଥିବା ଶ୍ରୀଲଙ୍କା ନିଜର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା। ଏହାପରେ ଦୁଇଟି ମ୍ୟାଚ୍‌ ବର୍ଷା କାରଣରୁ ବାତିଲ ହୋଇଥିଲା। ଗତ ସପ୍ତାହରେ ଶ୍ରୀଲଙ୍କା ୮୭ ରନରେ ଲଣ୍ଡନରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା। ଏବେ ଇଂଲଣ୍ଡ ବିପକ୍ଷରେ ଜିତିବାକୁ ହେଲେ ଶ୍ରୀଲଙ୍କାକୁ ସ୍ବତନ୍ତ୍ର ପ୍ରଦର୍ଶନ କରିବାକୁ ହେବ।
ଘରୋଇ ପରିବେଶରୁ ଫାଇଦା ଉଠାଇ ଫେଭରାଇଟ ବିବେଚିତ ହେଉଥିବା ଇଂଲଣ୍ଡ ଏବେ ବେଶ୍‌ ଶକ୍ତିଶାଳୀ ମନେହେଉଛି। ୫ଟି ମ୍ୟାଚ୍‌ ଖେଳି ୪ଟି ବିଜୟ ଓ ଗୋଟିଏ ପରାଜୟ ସହ ୮ ପଏଣ୍ଟ ପାଇ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ନ୍ୟୁଜିଲାଣ୍ଡ ୫ଟି ମ୍ୟାଚ ଖେଳି ୪ଟି ବିଜୟ ଓ ଗୋଟିଏ ବିନା ଫଳାଫଳ ସହ ୯ ପଏଣ୍ଟ ପାଇ ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିଛି। ଇଂଲଣ୍ଡ କେବଳ ପାକିସ୍ତାନଠାରୁ ପରାସ୍ତ ହୋଇଥିଲା। ଇଅନ ମୋର୍ଗାନଙ୍କ ନେତୃତ୍ୱରେ ଇଂଲଣ୍ଡର ବ୍ୟାଟିଂ ଏବେ ଶ୍ରେଷ୍ଠ ସାବ୍ୟସ୍ତ ହୋଇଛି। ୫ଟିରୁ ୪ଟି ମ୍ୟାଚ୍‌ରେ ଇଂଲଣ୍ଡ ୩୦୦ରୁ ଊର୍ଦ୍ଧ ରନ ସଂଗ୍ରହ କରିଥିଲା। ଏଥିମଧ୍ୟରୁ ବାଂଲାଦେଶ ବିପକ୍ଷରେ ଇଂଲଣ୍ଡ ୩୮୬/୬ ଓ ଆଫଗାନିସ୍ତାନ ବିପକ୍ଷରେ ୩୯୭/୬ ରନ ସ୍କୋର କରିଥିଲା। ଚଳିତ ବିଶ୍ୱକପ୍‌ରେ ଇଂଲଣ୍ଡର ୫ଜଣ ବ୍ୟାଟ୍ସମ୍ୟାନ ଶ୍ରେଷ୍ଠ ୧୦ଜଣ ସର୍ବାଧିକ ସ୍କୋର ହାସଲକାରୀ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ହୋଇଥିବା ୧୨ଟି ଶତକରୁ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କ ନାମରେ ୫ଟି ରହିଛି। ଯଦିଓ ତାରକା ଓପନର ଜାସନ ରୟ ଇଞ୍ଜୁରି କାରଣରୁ ଦଳରେ ନ ଥିଲେ ମଧ୍ୟ ଇଂଲଣ୍ଡ ପ୍ରଦର୍ଶନରେ କୌଣସି ଫରକ ପଡିନାହିଁ। ଆଫଗାନିସ୍ତାନ ବିପକ୍ଷରେ ମୋର୍ଗାନ ୧୪୮ ରନର ଧୂଆଁଧାର ପାଳି ଖେଳିଥିଲେ। ଏହି ଇନିଂସରେ ସେ ୧୭ଟି ଛକା ମାରି ବିଶ୍ୱରେକର୍ଡ ସ୍ଥାପନ କରିଥିଲେ ଓ ଇଂଲଣ୍ଡ ୬ ଉଇକେଟ ହରାଇ ୩୯୭ ରନ ସ୍କୋର କରିଥିଲା। ଇଂଲଣ୍ଡ ଏବେ ଅପରାଜେୟ ମନେହେଉଛି।
ଇଂଲଣ୍ଡକୁ ରୋକିବାକୁ ହେଲେ ଶ୍ରୀଲଙ୍କାକୁ ଦମ୍‌ଦାର ପ୍ରଦର୍ଶନ କରିବାକୁ ହେବ। ଲସିଥ ମାଲିଙ୍ଗା ଓ ନୂଆନ ପ୍ରଦୀପଙ୍କ ଭଳି ଦ୍ରୁତ ବୋଲରଙ୍କୁ ମଧ୍ୟ ଦକ୍ଷତା ଅନୁରୂପ ପ୍ରଦର୍ଶନ କରିବାକୁ ହେବ। ଶ୍ରୀଲଙ୍କାର ବ୍ୟାଟିଂ ମଧ୍ୟ ଆଶାନୁରୂପ ହୋଇପାରିନାହିଁ। ଶ୍ରୀଲଙ୍କା ମିଡିଲ ଅର୍ଡର ଏପର୍ଯ୍ୟନ୍ତ ସବୁବେଳେ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଶ୍ରୀଲଙ୍କା ୧୪ ରନରେ ୫ ଉଇକେଟ ହରାଇଥିଲା ଓ ଶେଷରେ ୧୩୬ ରନରେ ଅଲଆଉଟ ହୋଇଥିଲା। ସେହିପରି ଆଫଗାନିସ୍ତାନ ବିପକ୍ଷରେ ଶ୍ରୀଲଙ୍କା ୩୬.୫ ଓଭରରେ ୨୦୧ ରନ କରି ଅଲଆଉଟ ହୋଇଥିଲା। ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ୩୬ ରନରେ ୭ ଉଇକେଟ ହରାଇ ବପର୍ଯ୍ୟୟର ଶିକାର ହୋଇଥିଲା। ଗତ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଶ୍ରୀଲଙ୍କା ଭଲ ଆରମ୍ଭ କରି ୩ ଉଇକେଟ ହରାଇ ୨୦୫ ରନ ସଂଗ୍ରହ କରିଥିଲା। ତେବେ ଶେଷରେ ୨୪୭ ରନରେ ଅଲଆଉଟ ହୋଇଥିଲା। ତେଣୁ ବ୍ୟାଟିଂରେ ଥିବା ଅସ୍ଥିରତାକୁ ଶ୍ରୀଲଙ୍କାକୁ ସୁଧାରିବାକୁ ପଡିବ। ଜୋଫ୍ରା ଆର୍ଚର, ମାର୍କ ଉଡଙ୍କ ଭଳି ଦ୍ରୁତ ବୋଲରଙ୍କୁ ସାମନା କରିବାକୁ ହେଲେ ଶ୍ରୀଲଙ୍କାକୁ ଅସାଧାରଣ ବ୍ୟାଟିଂ ପ୍ରଦର୍ଶନ କରିବାକୁ ହେବ। ଆର୍ଚର ଏପର୍ଯ୍ୟନ୍ତ ୧୨ ଓ ଉଡ ୯ଟି ଉଇକେଟ ଅକ୍ତିଆର କରିଛନ୍ତି। ଶ୍ରୀଲଙ୍କାକୁ ହରାଇ ଇଂଲଣ୍ଡ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ହାସଲ କରିବା ଲକ୍ଷ୍ୟରେ ରହିଛି।
ଇଂଲଣ୍ଡ ଦଳ: ଇଅନ ମୋର୍ଗାନ (ଅଧିନାୟକ), ମୋଇନ ଅଲି, ଜୋଫ୍ରା ଆର୍ଚର, ଜନୀ ବେୟାରଷ୍ଟୋ, ଜୋସ ବଟଲର, ଟମ୍‌ କୁରାନ, ଲିଅମ ଡସନ, ଲିଆମ ପ୍ଲଙ୍କେଟ, ଆଦିଲ ରସିଦ, ଜୋ ରୁଟ, ଜାସନ ରୟ, ବେନ୍‌ ଷ୍ଟୋକ୍ସ, ଜେମ୍ସ ଭିନ୍ସ, କ୍ରିସ୍‌ ଓ୍ବକ୍ସ ଓ ମାର୍କ ଉଡ।
ଶ୍ରୀଲଙ୍କା ଦଳ: ଦିମୁଥ କରୁଣାରତ୍ନେ (ଅଧିନାୟକ), ଧନଞ୍ଜୟ ଡି ସିଲଭା, ନୂଆନ ପ୍ରଦୀପ, ଅଭିଷ୍କା ଫର୍ଣ୍ଣାଣ୍ଡୋ, ସୁରଙ୍ଗ ଲକମଲ, ଲସିଥ୍‌ ମାଲିଙ୍ଗା, ଆଞ୍ଜେଲୋ ମାଥ୍ୟୁସ, କୁଶଲ ମେଣ୍ଡିସ୍‌, ଜୀବନ ମେଣ୍ଡିସ୍‌, କୁଶଲ ପେରେରା, ଥିସାରା ପେରେରା, ମଲିନ୍ଦା ସିରିବର୍ଦ୍ଧନେ, ଲାହିରୁ ଥିରିମାନେ, ଇସୁରୁ ଉଡାନା ଓ ଜେଫ୍ରି ଭାନଡେରସେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାଂଲାଦେଶକୁ ହରାଇ ଇତିହାସ ରଚିଲା ଭାରତ, ୯୨ ବର୍ଷରେ ପ୍ରଥମ ଥର ପାଇଁ ହେଲା ଏମିତି

ନୂଆଦିଲ୍ଲୀ,୨୨।୯: ଭାରତ ବଡ଼ ବିଜୟ ହାସଲ କରିଛି। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ବାଂଲାଦେଶକୁ ୨୮୦ ରନରେ ପରାସ୍ତ କରିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri