ନୂଆଦିଲ୍ଲୀ,୧୮।୪: ଆକାଶ ଏଜୁକେଶନାଲ ସିର୍ଭିସ ଲିମିଟେଡ୍ ପକ୍ଷରୁ ଲାଇଭ ଷ୍ଟ୍ରିମିଂ ପାଠ୍ୟକ୍ରମ ଆକାଶ ପ୍ରାଇମ କ୍ଲାସ୍ ଶୁଭାରମ୍ଭ ହୋଇଛି। ନୂଆ ସାଟେଲାଇଟ ଟେକ୍ନୋଲୋଜି ଦ୍ୱାରା ଛାତ୍ରୀଛାତ୍ରଙ୍କୁ ଏହା ଦ୍ୱାରା ଶିକ୍ଷା ପ୍ରଦାନ କରାଯିବ। ମେଡିକାଲ ଏବଂ ଆଇଆଇଟି ପ୍ରସ୍ତୁତି କରୁଥିବା ଛାତ୍ରୀଛାତ୍ରଙ୍କ ଲାଗି ଏହା ସହାୟକ ହେବ ବୋଲି ଆକାଶ ପକ୍ଷରୁ କୁହାଯାଇଛି। ଦ୍ୱିପାକ୍ଷିକ ଭାବ ବିନିମୟ ଦ୍ୱାରା ଇଣ୍ଟରନେଟ ଯୋଗେ ଅଡିଓଭିଜୁଆଲ କ୍ଲାସ୍ରୁମ୍ ସହାୟତାରେ ଏଭଳି ପାଠ୍ୟକ୍ରମରେ ଛାତ୍ରୀଛାତ୍ର ସୁବିଧା ପାଇପାରିବେ। ଛାତ୍ରୀଛାତ୍ର ଘରେ ବସି ଆକାଶର ଫାକଲଟି ଦ୍ୱାରା ଦିଲ୍ଲୀରୁ ଶିକ୍ଷା ଗ୍ରହଣ କରିବାକୁ ସମର୍ଥ ହେବେ। ଯୁକ୍ତ ଦୁଇ ପ୍ରଥମ ବର୍ଷ, ଦ୍ୱିତୀୟ ବର୍ଷ ଏବଂ ଯୁକ୍ତ ଦୁଇ ଶେଷ କରିଥିବା ଛାତ୍ରୀଛାତ୍ର ଏହି କୋର୍ସ ଦ୍ୱାରା ଲାଭବାନ ହୋଇପାରିବେ ବୋଲି ଆକାଶ ପକ୍ଷରୁ ସୂଚନା ରହିଛି।