ନୂଆଦିଲ୍ଲୀ,୧୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପୁଣିଥରେ ଟାର୍ଗେଟ୍ କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ, ଦେଶର ଅର୍ଥବ୍ୟବସ୍ଥା ଗଭୀର ଖାଇରେ ଖସି ପଡ଼ିଛି। ତେବେ ମଧ୍ୟ ମୋଦି ସରକାରଙ୍କ ଆଖି ଖୋଲିନାହିଁ। ବେଳ ଥାଉଥାଉ ସରକାର ଆଖି ଖୋଲନ୍ତୁ ବୋଲି ପ୍ରିୟଙ୍କା କହିଛନ୍ତି। ଦେଶର ଅଟୋ ସମେତ ଅନ୍ୟ ଶିଳ୍ପ ସଂସ୍ଥାରେ ଛଟେଇ ଯୋଗୁ ବେକାର ସମସ୍ୟା ବୃଦ୍ଧି ପାଉଥିବା ପ୍ରିୟଙ୍କା କହିଛନ୍ତି।