ବାଲିଅନ୍ତା,୧୧।୧୦(ଡି.ଏନ୍.ଏ): ଓମଫେଡ କ୍ଷୀର ଲିଟର ପିଛା ୪ଟଙ୍କା ବୃଦ୍ଧି ପରେ ଛେନାଦର କିଲୋ ପିଛା ୧୫ଟଙ୍କା ବୃଦ୍ଧି ପାଇଛି। ଫଳରେ ପାହାଳ ମିଠା ଦର ନିର୍ଦ୍ଧାରଣ ହୋଇପାରୁ ନ ଥିବାରୁ ଦୁଇ ଦିନ ହେବ ପାହାଳର ମିଠା ବଜାରରେ ଥିବା ପ୍ରାୟ ୮୦ଟି ଦୋକାନ ବନ୍ଦ ରହିଛି। ମିଠା ଦର ବୃଦ୍ଧି ପାଇଁ ଗୁରୁବାର ପାହାଳ ମିଠା ବ୍ୟବସାୟୀ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଛେନା ଦର ଉଚ୍ଚ ଦରରେ କିଣା ହେବାରୁ ମିଠା ଦର ବଢିବ ବୋଲି ସଂଘର ସଭାପତି ଅକ୍ଷୟ କୁମାର ଲେଙ୍କା କହିଛନ୍ତି। ଏହି ନୂଆ ଦର ଶୁକ୍ରବାର ଠାରୁ ଲାଗୁ କରାଯିବା ସହ ମିଠା ବଜାର ଖୋଲା ରହିବ ବୋଲି ଲେଙ୍କା କହିଥିଲେ।