ଆଜିଠୁ ସଙ୍ଗରୋଧରେ ରହିବେ ରଥ ନିର୍ମାଣକାରୀ: ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ୪ ମେଡିକାଲ ଟିମ୍‌ ଗଠିତ

ପୁରୀ ଅଫିସ,୧୦।୫: ଜୁନ୍‌ ୨୩ରେ ରଥଯାତ୍ରା। ତେଣୁ ରଥଖଖଳାରେ ଚାଲିଛି ତିନିରଥ ନିର୍ମାଣ। ବର୍ତ୍ତମାନ ମହାମାରୀ କରୋନା ଯେଉଁଭଳି ଭାବେ ରାଜ୍ୟରେ ମାଡ଼ୁଛି ତାହାକୁ ଦୃଷ୍ଟିରେ ରଖି ରଥ ନିର୍ମାଣରେ ଯେପରି ସାମାନ୍ୟତମ ଅସୁବିଧା ନ ହୁଏ ସେଥିଲାଗି ମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ରବିବାରଠାରୁ ରଥ ନିର୍ମାଣକାରୀ ସେବକମାନେ ସଙ୍ଗରୋଧରେ ରହିବେ। ସେମାନଙ୍କ ଲାଗି ଆବଶ୍ୟକ ରୁମ୍‌ ନିଆଯାଇଥିବା ବେଳେ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି।

ଉନ୍ନୟନ ପ୍ରଶାସକଙ୍କ ସୂଚନା ମୁତାବକ, ରଥ ନିର୍ମାଣରେ ସମ୍ପୃକ୍ତ ଭୋଇ, ମହାରଣାଙ୍କ ସମେତ ଅନ୍ୟ ସେବକମାନଙ୍କୁ କ୍ବାରାଣ୍ଟାଇନ (ସଙ୍ଗରୋଧ)ରେ ରଖାଯିବ। ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ନୀଳାଦ୍ରି ଭକ୍ତ ନିବାସରେ ୧୦୧ରୁମ୍‌, ଗୁଣ୍ଡିଚା ମନ୍ଦିର ଭକ୍ତ ନିବାସରେ ୭୦ ଏବଂ ନୀଳାଚଳ ଭକ୍ତ ନିବାସରେ ୩୫ଟି ରୁମ୍‌ ରଖାଯାଇଛି। ଯଦି ଆବଶ୍ୟକ ପଡ଼େ ତେବେ ଦୁଦୁୱାଲା ଧର୍ମଶାଳାରେ ମଧ୍ୟ ରହିବା ବ୍ୟବସ୍ଥା କରାଯିବ। ସେମାନଙ୍କ ଖାଦ୍ୟପେୟ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି ବୋଲି ଉନ୍ନୟନ ପ୍ରଶାସକ କହିଛନ୍ତି। ସେହିପରି କୋଭିଡ୍‌-୧୯ ଗାଇଡ୍‌ଲାଇନକୁ ନଜରରେ ରଖି ରଥ ନିର୍ମାଣକାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ଯାଞ୍ଚ ଲାଗି ୪ଟି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଭକ୍ତ ନିବାସରେ ରହୁଥିବା ସେବକଙ୍କ ଲାଗି ଗୋଟିଏ ଟିମ୍‌, ରଥଖଳା ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୋଟିଏ ଟିମ୍‌, ଜରୁରିକାଳୀନ ସେବା ପାଇଁ ଗୋଟିଏ ଏବଂ ସେବକ ପରିବାର ସଦସ୍ୟଙ୍କ ନିମନ୍ତେ ଗୋଟିଏ ଟିମ୍‌ ପ୍ରସ୍ତୁତ କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ପୁରୀର ସ୍ଥିତି ଭଲ ଅଛି। ତଥାପି କୌଣସି ରଥ ନିର୍ମାଣକାରୀ ସେବକଙ୍କ ସ୍ବାସ୍ଥ୍ୟ ସମସ୍ୟା କିମ୍ବା କୋଭିଡ ଲକ୍ଷଣ ଦେଖାଦେଲେ ତାଙ୍କୁ ପୃଥକବାସରେ ରଖାଯିବ। କାମକୁ ଛଡ଼ାଯିବ ନାହିଁ ବୋଲି ସିଡିଏମ୍‌ଓ ଡା. ନୀଳକଣ୍ଠ ମିଶ୍ର କହିଛନ୍ତି।
ଏ ସମ୍ପର୍କରେ ଉନ୍ନୟନ ପ୍ରଶାସକ ଜେନା କହିଛନ୍ତି, ରଥ ନିର୍ମାଣରେ ନିୟୋଜିତ ସେବାୟତଙ୍କୁ ସଙ୍ଗରୋଧରେ ରଖାଯିବା ନେଇ ସୂଚନା ଦିଆଯାଇଛି। ରବିବାର ସେମାନେ ପ୍ରସ୍ତୁତ ହୋଇଆସିବେ। ରଥଖଳାରେ କାମ କରିସାରିବା ପରେ ରାତିରେ ଭକ୍ତ ନିବାସରେ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଟୁଇନ୍‌ ସିଟିରେ ଘନ କୁହୁଡ଼ି, ମୁହଁକୁ ମୁହଁ ଦିଶୁନି

ଭୁବନେଶ୍ୱର,୨।୧୧: ଆଜି ଭୋରରୁ ଟୁଇନ୍‌ ସିଟିରେ ଘନ କୁହୁଡ଼ି ଦୃଶ୍ୟମାନ ହେଉଛି। ଫଳରେ ଗାଡ଼ି ଚଳାଚଳରେ ବାଧା ଉପୁଜିଛି। ଏତେ କୁହୁଡ଼ି ଯେ, ମୁହଁକୁ ମୁହଁ...

ଋଣ ଭାର ସହି ନ ପାରି ରିକ୍ସା ଚାଳକଙ୍କ ଆତ୍ମହତ୍ୟା

ଭୋଗରାଇ,୨ା୧୧(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବଡ ଆଉସା ଗ୍ରାମର ଧରଣୀଧର ପାତ୍ର (୫୦) ନାମକ ରିକ୍ସା ଚାଳକ ଋଣ ଭାର ସହି ନ...

ବାର୍‌ହା ଶିକାରକଲା ‘ଯମୁନା’

ବାରିପଦା,୨ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଏନ୍‌କ୍ଲୋଜରରେ ବୁଲୁଥିବା ମହାବଳ ବାଘୁଣୀ ‘ଯମୁନା’ ଶିକାର କରିବା ଆରମ୍ଭ କରିଛି ା ଏକ ବାର୍‌ହାକୁ...

ଓୟୋ ହୋଟେଲରେ ନାବାଳିକାଙ୍କୁ ଗଣବଳାତ୍କାର

ଭୁବନେଶ୍ୱର,୨।୧୧(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱରରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ନାବାଳିକାଙ୍କୁ ମୃଦୁପାନୀୟରେ ନିଶା ଦେଇ ୪ଜଣ ଯୁବକ ଏକ ଓୟୋ ହୋଟେଲରେ ଗଣବଳାତ୍କାର...

ନାବାଳିକାଙ୍କ ଆପତ୍ତିଜନକ ଫଟୋ ଉଠାଇ ଧମକ,ଯୁବକ ଗିରଫ ମାରିବାକୁ କଟୁରୀ ଧରି ଖୋଜୁଥିଲେ

ଭୁବନେଶ୍ୱର୧,ା୧୧(ସୂର୍ଯ୍ୟକାନ୍ତ ବେହେରା): ବନ୍ଧୁ ହୋଇ ନାବାଳିକା ଛାତ୍ରୀଙ୍କ ସହ ବିଶ୍ୱାସଘାତକତା କଲେ ଜଣେ ଯୁବକ। ଅଚେତ ଅବସ୍ଥାରେ ଛାତ୍ରୀଙ୍କ ଆପତ୍ତିଜନକ ଫଟୋ ଉଠାଇ ତାଙ୍କୁ ବ୍ଲାକମେଲ...

ମଧ୍ୟାହ୍ନ ଭୋଜନରେ ନାହିଁ ଡାଲି କି ଅଣ୍ଡା ମାଗିବାରୁ ଶିକ୍ଷୟିତ୍ରୀ କହୁଛନ୍ତି ଲଙ୍କା, ଲୁଣ ଲଗେଇ ଖା

କଳିଙ୍ଗନଗର,୧।୧୧(ଶୁଭାଶିଷ ରାଉତ): ଯାଜପୁର ଜିଲା ଦାନଗଦି ବ୍ଲକ ଟୋଲକାନି ଝାଡଶ୍ୱର ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଖାଲି ଭାତ ଖାଇବାକୁ ଦିଆଯାଉଛି। ଶୁକ୍ରବାର ମଧ୍ୟାହ୍ନ ଭୋଜନରେ ପ୍ରଥମରୁ...

ଆମ୍ବ ଟାକୁଆ ଖାଇ ମୃତ ଘଟଣା: ସାଧାରଣ ଚାଉଳ ବଣ୍ଟନ ଆରମ୍ଭ, ୨ ମୃତକଙ୍କ ଚାଉଳ ପାଇବା ପାଇଁ…

ଦାରିଙ୍ଗବାଡି, ୧।୧୧ (ଅରୁଣ ସାହୁ ): ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଖାଇ ୨ଜଣଙ୍କ ମୃତ୍ୟୁ ଘଟଣା ପରେ ପ୍ରଶାସନ ତତ୍ପର ହୋଇପଡିଛି । ଅକ୍ଟୋବର ମାସ...

Featured Video Play Icon

ଅଯୋଗ୍ୟ ସୁଭଦ୍ରା ହିତାଧୀକାରୀଙ୍କ ପାଇଁ ବଡ଼ ଖବର, ଉପମୁଖ୍ୟମନ୍ତ୍ରୀ କହିଲେ…

ସୁଭଦ୍ରା ଯୋଜନା ପାଇଁ ପ୍ରସ୍ତୁତ ହେବ ନୂଆ ଗାଇଡ୍‌ଲାଇନ। ଆବେଦନ କରି କଟିଯାଇଥିବା ହିତାଧିକାରୀ ଏହି ଯୋଜନାରେ ପୁଣି ସାମିଲ ହେବେ । କେଉଁ ଆଧାରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri