ବ୍ରହ୍ମପୁର ଅଫିସ୍,୧୫।୧୧: ଗଜପତି ନଗରସ୍ଥିତ ଏକ୍ସ-ଜେନ୍ କଲେଜ ଅଫ୍ ଭିଜୁଆଲ୍ ଆର୍ଟଠାରେ ଶୁକ୍ରବାର ଦ୍ୱିତୀୟ ବାର୍ଷିକ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଛନ୍ତି । ତିନି ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରଦର୍ଶନରେ ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ ଜିଲା ସଂସ୍କୃତି ଅଧିକାରୀ ତଥା କଲେଜର ଉପଦେଷ୍ଟା କୃଷ୍ଣଚନ୍ଦ୍ର ନିଶାଙ୍କ ଏବଂ ଖାତ୍ୟାନାମା କଳାକାର ଉମା ଆଚାରୀ ଉପସ୍ଥିତ ଥିଲେ । ଆଜିର ଶିଶୁ କାଲିର ଭବିଷ୍ୟତ ବିଷୟ ଉପରେ ଚିତ୍ରକଳା ପ୍ରଦର୍ଶନ କରାଯାଇଥିଲା।