ଆଜି ଗଣେଶ ପୂଜା ଭସାଣି: ଶୋଭାଯାତ୍ରାରେ ସାମିଲ ହେବେ ୩୩ ମେଢ଼

ଢେଙ୍କାନାଳ ଅଫିସ, ୯।୯: ଢେଙ୍କାନାଳ ସହରରେ ୮ଦିନ ଧରି ଅନୁଷ୍ଠିତ ହେଉଥିବା ଶ୍ରୀଗଣେଶ ପୂଜା ଅନ୍ତିମ ଚରଣରେ ପହଞ୍ଚତ୍ଛି। ସୋମବାର ବିଦ୍ୟାଦାତାଙ୍କୁ ମେଲାଣି ଦେବେ ସହରବାସୀ। ଏଥି ଲାଗି ସମସ୍ତ ପ୍ରସ୍ତୁତ ଶେଷ ହୋଇଛି। ଚଳିତ ବର୍ଷ ମିଳିତ ଭସାଣି ଶୋଭାଯାତ୍ରାରେ ୩୩ ମେଢ଼ ସାମିଲ ହେବେ। ପୂର୍ବାହ୍ନ ୮ଟା ସୁଦ୍ଧା ମେଢ଼ଗୁଡ଼ିକ ଆସ୍ଥାନ ଛାଡ଼ି ମିନି ଷ୍ଟାଡିୟମରେ ଏକାଠି ହେବେ। ସେଠାରେ ଲଟେରି ଉଠାଯାଇ କ୍ରମିକ ନମ୍ବର ବାହାର କରାଯିବ। ଏହାପରେ ଆଜ୍ଞାଲଡୁ ନିଲାମ ହେବ। ଲଟେରିରେ ଉଠିଥିବା ନମ୍ବର ଅନୁଯାୟୀ ମେଢ଼ଗୁଡ଼ିକ କ୍ରମାନ୍ବୟରେ ଶୋଭାଯାତ୍ରାରେ ବାହାରିବେ। ରାତି ୭ଟା ସୁଦ୍ଧା କାଠଶଙ୍ଖ, କୁଞ୍ଜକାନ୍ତ ପୋଖରୀରେ ସମସ୍ତ ମେଢ଼ ବିସର୍ଜନ କରାଯିବ।
ଚଳିତବର୍ଷ ଶବ୍ଦ ପ୍ରଦୂଷଣ ରୋକିବା, ଯଥାସମ୍ଭବ ପ୍ଲାଷ୍ଟିକ୍‌ ଏବଂ ପଲିଥିନ ସାମଗ୍ରୀ ବ୍ୟବହାର କମ୍‌ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ପୂଜା କମିଟି କର୍ମକର୍ତ୍ତାମାନେ ମେଢ଼ ସହ ରହିବେ। ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ପୋଲିସ ଫୋର୍ସ ମୁତୟନ ହେବେ। ଭସାଣି ଶୋଭାଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବାକୁ ମିଳିତ ଗଣେଶ ପୂଜା କମିଟି ସଭାପତି ସୁଧାଂଶୁ କୁମାର ଦଳେଇ, ସମ୍ପାଦକ ବିଶ୍ୱନାଥ ବେହେରା ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ରେ ପୁରୀ ଆସିବେ ରାଷ୍ଟ୍ରପତି

ପୁରୀ,୨୫ା୧୧(ଅଜିତ କୁମାର ମହାନ୍ତି): ଆସନ୍ତା ଡିସେମ୍ବର ୪ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ଗସ୍ତରେ ଆସିବେ। ରାଷ୍ଟ୍ରପତି ପୁରୀ ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ହେବାକୁ ଥିବା...

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଯବାନଙ୍କ ପାଦ ଛିଣ୍ଡିଲା

ମାଲକାନଗିରି,୨୪ା୧୧(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ସୁକମା ଜିଲାରେ ଯବାନମାନେ କୋମ୍ବିଂ ସମୟରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଜଣେ ଯବାନଙ୍କ ପାଦ ଛିଣ୍ଡି ଗୋଡ଼ରୁ ଅଲଗା ହୋଇଯାଇଛି। ସେ ହେଲେ...

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର,୨୪ା୧୧: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ । ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ତଦନ୍ତ ପାଇଁ DSPଙ୍କ ନେତୃତ୍ୱରେ...

ଘରେ ପଶି ଦେଇଥିଲେ ହତ୍ୟା ଧମକ: ପଡ଼ିଲା ମହଙ୍ଗା

ଆସିକା,୨୪ା୧୧(ସୁରେନ୍ଦ୍ର ନାଥ ସାହୁ): ଆସିକା ଏନଏସିର ଗଣ୍ଡପୋଲି ଗ୍ରାମରେ ଶନିବାର ରାତିରେ ତାଲା ଭାଙ୍ଗି କୋଠ ଘରେ ପଶିବା ଓ ହତ୍ୟା ଧମକ ଦେଇଥିବା ଅଭିଯୋଗରେ...

ସଶକ୍ତ ଓଡ଼ିଶା ଗଠନରେ ସହାୟକ ହେବେ ସୁଭଦ୍ରା ଯୋଜନା ହିତାଧିକାରୀ: ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ଼,୨୪।୧୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ନିକଟସ୍ଥ ପଡିଆଠାରେ ଆୟୋଜିତ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଯୋଗ ଦେଇ ସୁଭଦ୍ରା ଯୋଜନାର ପ୍ରଥମ...

ଗୋପାଳପୁର ବନ୍ଦରରେ ଲାଗିଛି ନୌସେନା ଜାହାଜ ‘କୁଠାର’, ଦେଖିବାକୁ ପ୍ରବଳ ଭିଡ଼

ଛତ୍ରପୁର,୨୪ା୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଗୋପାଳପୁର ବନ୍ଦର ନିକଟ ବର୍ଥ ନଂ ୧ରେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ‘କୁଠାର’ ରବିବାର ଲଙ୍ଗର ପକାଇଛି। ଏହି...

ଜେଲ୍‌ରେ ପୂରାଇବୁ ନା ସସ୍‌ପେଣ୍ଡ କରିବୁ? କାହିଁକି ଏମିତି କହିଲେ ମନ୍ତ୍ରୀ…

ଭୁବନେଶ୍ୱର,୨୪ା୧୧: କାର୍ଯ୍ୟାଳୟରେ ନୁହେଁ କି ଆଉ କେଉଁଠି ନୁହେଁ ସିଧା ବିଚ୍‌ ରାସ୍ତାରେ ଏନ୍‌ଏଚ୍‌ ଅଧିକାରୀଙ୍କୁ ଫୋନ୍‌ରେ ଗାଳି କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡ.କୃଷ୍ଣଚନ୍ଦ୍ର...

ବାଂଲାଦେଶୀ ନାବାଳିକା ପ୍ରସଙ୍ଗରେ ଦମ୍ପତିଙ୍କୁ ଉଠାଇନେଲା ପୋଲିସ

କଟକ,୨୪ା୧୧: ବାଂଲାଦେଶୀ ନାବାଳିକା ପ୍ରସଙ୍ଗରେ ପୋଲିସ ୨ ଜଣଙ୍କୁ ଉଠାଇ ନେଇଛି। କଟକ ସଦର ଥାନା ଅଞ୍ଚଳର ଦୁଇ ଜଣଙ୍କୁ ମଧୁପାଟଣା ପୋଲିସ ଉଠାଇ ନେଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri