ଆଜି ନୂଆଁଖାଇ, ପୁରପଲ୍ଲୀ ଉତ୍ସବମୁଖର

ସମ୍ବଲପୁର,୩।୯(ବ୍ୟୁରୋ): ମଙ୍ଗଳବାର ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ପୁରପଲ୍ଲୀ ଉତ୍ସବମୁଖର ହୋଇଛି। ପରମ୍ପରା ଅନୁସାରେ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଏହି ଗଣପର୍ବ ପାଳିତ ହୋଇଥାଏ। ଇଷ୍ଟଦେବୀ ସମଲେଇଙ୍କ ନିକଟରେ ମଙ୍ଗଳବାର ନବାନ୍ନ ଭୋଗ ଲାଗିବ। ଏତଦ୍‌ବ୍ୟତୀତ ପଶ୍ଚିମ ଓଡ଼ିଶା ଅନ୍ତର୍ଗତ ବୌଦ୍ଧ ଜିଲାର ଭୈରବୀ, ନୂଆପଡ଼ା ଜିଲାର ଟାନ୍‌ୱାଟ୍‌ କଣା ଭଇଁରା, ବରଗଡ଼ ଓ ଝାରସୁଗୁଡ଼ା ଜିଲାର ସମଲେଇ, ସୁନ୍ଦରଗଡ଼ ଜିଲାର ସମଲେଇ ଓ ଶିଖରବାସିନୀ, ବଲାଙ୍ଗୀରର ଇଷ୍ଟଦେବୀ ପାଟଣେଶ୍ୱରୀ, ସୁବର୍ଣ୍ଣପୁରର ସୁରେଶ୍ୱରୀ ପୀଠରେ ମଧ୍ୟ ନୂଆଁଖାଇ ଲାଗି ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଏଥିପାଇଁ ଘରଠାରୁ ଦୂରରେ ରହୁଥିବା ଲୋକେ ସୋମବାର ଆସି ପହଞ୍ଚିଛନ୍ତି। ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ରେଳ ଷ୍ଟେଶନ, ବସ୍‌ଷ୍ଟାଣ୍ଡ, ଅଟୋରିକ୍ସା ଷ୍ଟାଣ୍ଡ ଓ ରିକ୍ସାଷ୍ଟାଣ୍ଡରେ ଲୋକଙ୍କ ଭିଡ଼ ଲାଗିଥିଲା। ଝାଡୁଆପଡ଼ା ବଡ଼ଦୁଆରସ୍ଥିତ ଆରଣ୍ୟକ ମଞ୍ଚ, ନନ୍ଦପଡ଼ା ବାଲୁଙ୍କେଶ୍ୱର କଲ୍ୟାଣ ମଣ୍ଡପସ୍ଥିତ ଚିତ୍ରୋପତ୍ଳା ମଞ୍ଚ, ବଡ଼ବଜାର ସମଲେଶ୍ୱରୀ ମଣ୍ଡପକୁ ନୂଆଁଖାଇ ଭେଟଘାଟ ଲାଗି ସଜ୍ଜିତ କରାଯାଇଛି। ସୁସଜ୍ଜିତ ମଞ୍ଚରେ କଳାକାରମାନେ ଅଭ୍ୟାସ ଶେଷ କରିଛନ୍ତି। ସକାଳୁ ରାତି ପର୍ଯ୍ୟନ୍ତ ସମ୍ବଲପୁର ଗୋଲବଜାର, ମୁଦିପଡ଼ା ଛକ ନିକଟ ପୁରୁଣା ବସ୍‌ଷ୍ଟାଣ୍ଡ, କମଳୀବଜାର, ଫାର୍ମ ରୋଡ୍‌, ଭିଏସ୍‌ଏସ୍‌ ମାର୍ଗ, ଚାରଭାଟି ଛକ, ବୁଢ଼ାରଜା, ମ୍ୟୁନିସିପାଲିଟି ଦୈନିକ ବଜାର, ଅଇଁଠାପାଲି କାଇଁଶିର, ଭାଲୁପାଲି ଛକ, ଧନୁପାଲି ଛକ, ଗୋବିନ୍ଦତୋଲା ବଡ଼ବଜାର, ମୁଦିପଡ଼ା ହଟଲି, ଲକ୍ଷ୍ମୀ ଟକିଜ୍‌ ଛକ ନିକଟ, କଚେରି ଛକ, ରେମେଡ଼ ବଜାରରେ ନୂଆଁଖାଇ ପାଇଁ ଗହଳି ଲାଗିଥିଲା। ନୂଆବସ୍ତ୍ର କିଣିବାକୁ ଦୋକାନଗୁଡ଼ିକରେ ଭିଡ଼ ଲାଗିଥିବା ଦେଖିବାକୁ ମିଳିଥିଲା। ସୋମବାର ଇଷ୍ଟଦେବୀ ସମଲେଇ ପରିସର ୧୦୮ ଦେବଦେବୀଙ୍କୁ ସିନ୍ଦୂର ନୀତି ଲାଗି ହୋଇଛି। ମଧ୍ୟରାତ୍ରିରେ ଦେବୀଙ୍କଠାରେ ସିନ୍ଦୂର ନୀତି ହୋଇଛି। ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟ ପାରଦ ମିଶ୍ରିତ ସିନ୍ଦୂର ଓ ଜଡ଼ାତେଲ ମିଶ୍ରଣ କରି ସିନ୍ଦୁର ପ୍ରସ୍ତୁତ କରିଥିଲେ। ପ୍ରଥମେ ଶୀତଳା ଦେବୀଙ୍କୁ ପୂଜକମାନେ ସିନ୍ଦୂର ଅର୍ପଣ କରିଥିଲେ। ଘଣ୍ଟ, ଶଙ୍ଖ, ହରିବୋଲ ହୁଳହୁଳିରେ ଉଛୁଳି ପଡ଼ିଥିଲା ମନ୍ଦିର ପରିସର। ଦେବେନ୍ଦ୍ର ରାୟ, ଗିରିଧାରୀ ରାୟ, ଶୁଭମ୍‌ ରାୟ, ପ୍ରକାଶ ରାୟ, ଚିତ୍ତରଞ୍ଜନ ରାୟ, ପଙ୍କଜ ରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମନ୍ଦିର ଓ ମୁଖ୍ୟ ଫାଟକ ବିଭିନ୍ନ ରଙ୍ଗିନ ଆଲୋକମାଳା ଏବଂ ଫୁଲରେ ସଜ୍ଜିତ କରାଯାଇଛି। ସିନ୍ଦୂର ଅର୍ପଣ ସହ ସମଲେଇଙ୍କ ଆଭୂଷଣ ପ୍ରସ୍ତୁତ କରାଯାଇଛି। ସନ୍ଧ୍ୟା ସାଢ଼େ ୬ଟାରେ ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟଙ୍କ ଘରେ ଦେବୀଙ୍କ ପ୍ରିୟ ସାରୁପତ୍ର ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ପୁଣି ଶିଶୁବଳି

ଲାଠୋର, ୧୯ା୧୦ (ଭୁବନେଶ୍ୱର ବାରିକ):ବଲାଙ୍ଗୀର ଜିଲାରେ ପୁଣି ଶିଶୁବଳି। ଗୁରୁବାର ଅପରାହ୍ଣରୁ ନିଖୋଜ ଥିବା ଜଣେ ନାବାଳକଙ୍କ ମୃତଦେହ ଶୁକ୍ରବାର ସକାଳେ ଲାଠୋର ଥାନା ଅନ୍ତର୍ଗତ...

ବିଜେଡି ଛାଡ଼ି ଏମିତି କହିଲେ ବିଜୟଲକ୍ଷ୍ମୀ

ଭୁବନେଶ୍ୱର,୧୮।୧୦: ବିଜେଡିକୁ ପୁଣି ଝଟ୍‌କା ଲାଗିଛି । ଜଣଙ୍କ ପରେ ଜଣେ ଦଳ ଛାଡ଼ୁଥିବା ବେଳେ ଶୁକ୍ରବାର  ବିଜେଡିରୁ ଇସ୍ତଫା ଦେଇଛନ୍ତି ବିଜୟଲକ୍ଷ୍ମୀ ମହାପାତ୍ର।ଭୁବନେଶ୍ବର ମହିଳା...

ବିବାହ କରିବାକୁ ମନା କରିବାରୁ ଯୁବତୀଙ୍କୁ ଅପହରଣ କରି ମାଡ ମାରିଲେ ଯୁବକ

ଭୁବନେଶ୍ୱର,୧୮ା୧୦(ସୂର୍ଯ୍ୟକାନ୍ତ ବେହେରା) – ବିବାହ କରିବାକୁ ମନା କରିବାରୁ ଜଣେ ଯୁବତୀଙ୍କୁ ଅପହରଣ କରି ମାଡ ମାରିବା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ଜଣେ ଯୁବକଙ୍କୁ...

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ଉପଜିଲାପାଳଙ୍କୁ ଭେଟିଲେ…

ଦିଗପହଣ୍ଡି,୧୮ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲ୍ଳକ ଅନ୍ତର୍ଗତ ମୌଳାଭଞ୍ଜା ପଞ୍ଚାୟତର ସରପଞ୍ଚ ବର୍ଷା ସେଠୀଙ୍କ ବିରୋଧରେ ୧୫ ଜଣ ୱାର୍ଡ ସଭ୍ୟାସଭ୍ୟ ଅନାସ୍ଥା...

କେବେ ଘୋଷଣା ହେବ ନୂଆ ପିସିସି ସଭାପତିଙ୍କ ନାଁ ?

  ଭୁବନେଶ୍ୱର, ୧୮।୧୦(ସୁନିତ୍‌ ମିଶ୍ର): ଓଡ଼ିଶାର ପିସିସି(ପ୍ରଦେଶ କଂଗ୍ରେସ କମିଟି) ସଭାପତି ଚୟନ ପ୍ରକ୍ରିୟା ଖୁବ୍‌ଶୀଘ୍ର ଶେଷ ହେବ। ୨ ଜଣ ବରିଷ୍ଠ ନେତାଙ୍କୁ ଏନେଇ...

ମୁମ୍ବାଇରେ ଓଡିଆ ଶ୍ରମିକ ମୃତ

ଦିଗପହଣ୍ଡି,୧୮ା୧୦(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡା ଗଣିଆସାହିର ଜଣେ ଯୁବକଙ୍କ ମୁମ୍ବାଇରେ ଗୁରୁବାର ମୃତ୍ୟୁ ହୋଇଛି। ପରିବାର ଚଳାଇବା ପାଇଁ ସେ ଦାଦନ ଖଟିବାକୁ...

ଭଡାଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ: ଜଣେ ଅଟକ, ରହସ୍ୟ ଘେରରେ….

ଭବାନୀପାଟଣା,୧୮।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବାହାଦୁର ବଗିଚା ପଡାର ଏକ ଭଡ଼ା ଘରୁ ଶୁକ୍ରବାର ସକାଳରେ ଜଣେ ଯୁବତୀଙ୍କ ଝୁଲନ୍ତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri