ଭୁବନେଶ୍ୱର, ୧୦।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ପୂର୍ବାହ୍ନ ୧୧ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହିତ ବୈଷୟିକ କର୍ମଶାଳାରେ ଯୋଗଦେଇ ସମ୍ବୋଧିତ କରିବେ। ଏହି କର୍ମଶାଳାରେ କୋଭିଡ୍-୧୯ ପରିଚାଳନାରେ ନିୟୋଜିତ ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଅଧିକ ସୁରକ୍ଷା ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯିବ। ବେଞ୍ଚ୍ ମାର୍କିଂ ସୁରକ୍ଷା ବ୍ୟବସ୍ଥା ଉପରେ ଆଧାର କରି ସର୍ବଶେଷ ଅନୁସନ୍ଧାନ ଏବଂ ସୂକ୍ଷ୍ମ ଟ୍ୟୁନିଂ ସୁରକ୍ଷା ପ୍ରୋଟୋକଲ ଉପରେ ଆଲୋଚନା କରାଯିବ। ଏଥିରେ ସମସ୍ତ ଜିଲା ଚିକିତ୍ସାଧିକାରୀ, ମେଡିକାଲ କଲେଜ କର୍ମଚାରୀ ଏବଂ ଅନ୍ୟାନ୍ୟ କୋଭିଡ ହସ୍ପିଟାଲର ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।