ଉହାନ, ୨୨।୨: ଚାଇନାରେ କରୋନା ଆତଙ୍କ ସୃଷ୍ଟି କରିଛି। ଲୋକଙ୍କୁ ଘରୁ ବାହାରକୁ ନ ବାହାରିକୁ ସରକାର କଟକଣା ଜାରି କରିଛନ୍ତି। ଫଳରେ ପିଲାମାନଙ୍କ ସ୍କୁଲ ଯିବା ମଧ୍ୟ ବନ୍ଦ ହୋଇଯାଇଛି। ଏପରିସ୍ଥଳେ ହୁବେଇ ପ୍ରଦେଶର ଜଣେ ମହିଳା ତାଙ୍କ ୭ବର୍ଷ ଝିଅଙ୍କ ପାଇଁ ଏକ ଆଣ୍ଟି କରୋନା ଟେଣ୍ଟ୍ ତିଆରି କରିଛନ୍ତି। ଘରେ ନେଟଓ୍ବାର୍କ ଆସୁ ନ ଥିବାରୁ ମହିଳା ଜଣଙ୍କ ବାହାରେ ଏକ ଟେଣ୍ଟ ତିଆରି କରି ଝିଅର ଅନ୍ଲାଇନ୍ କ୍ଲାସ୍ ଜାରି ରଖିଛନ୍ତି। ଏହା ଏବେ ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।