ଶ୍ରୀନଗର,୩୧।୮: ଜମ୍ମୁ-କଶ୍ମୀରରେ ଏବେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ନାହିଁ। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏବେ ୫ ଶହ ୭୫ ଯୁବକ ସେନାରେ ଯୋଗ ଦେଇଛନ୍ତି। ତାଲିମ୍ ଶେଷ ହେବା ପରେ ସେମାନେ ଜୈକଲାଇ ରିଜିମେଣ୍ଟରେ ଯୋଗ ଦେଇଛନ୍ତି। ଏହି ରେଜିମେଣ୍ଟର ମୁଖ୍ୟ ସ୍ଲୋଗାନ୍ ହେଉଛି ‘ବଳିଦାନ ବୀର ଲକ୍ଷ୍ୟଣମ୍’।