ଲକ୍ଷ୍ନୌ,୩୦।୧୦: ସମାଜବାଦୀ ନେତା ମୁଲାୟମ୍ ସିଂ ଯାଦବଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଭେଟିଛନ୍ତି। ସେ ମୁଲାୟମ୍ଙ୍କୁ ତାଙ୍କ ବାସଭବନରେ ଭେଟି ଦୀପାବଳି ଶୁଭକାମନା ଜଣାଇଛନ୍ତି। ତେବେ ଦୁଇ ନେତାଙ୍କ ସାକ୍ଷାତ୍ ନେଇ ରାଜ୍ୟର ରାଜନୈତିକସ୍ତରରେ ଉଷ୍ଣତା ବଢ଼ିବାରେ ଲାଗିଛି। ଏହି ସାକ୍ଷାତ୍ ସମୟରେ ମୁଲାୟମ୍ଙ୍କ ଭାଇ ଶିବପାଲ ଯାଦବ ମଧ୍ୟ ଉପସ୍ଥିତ ଥିଲେ। ଯୋଗୀ ଏବଂ ମୁଲାୟମ୍ଙ୍କ ମଧ୍ୟରେ ୨୫ ମିନିଟ୍ ଧରି ଆଲୋଚନା ହୋଇଥିବା କୁହାଯାଉଛି। ଏହାପରେ ଯୋଗୀ ରାଜସ୍ଥାନର ପୂର୍ବତନ ରାଜ୍ୟପାଳ କଲ୍ୟାଣ ସିଂଙ୍କୁ ସାକ୍ଷାତ୍ କରି ଦୀପାବଳିର ଶୁଭକାମନା ଜଣାଇଥିଲେ।