ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବୁଲିଲେ ବିଧାୟକ

ପାଲଲହଡ଼ା, ୭ା୭(ଡି.ଏନ.ଏ.)- ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଲ ରବିବାର ପାଲଲହଡ଼ା ବ୍ଲକ ଆଦିବାସୀ ଅଧ୍ୟୁଷିତ ଓ ମାଓ ଅଞ୍ଚଳ ନାଗିରା ପଞ୍ଚାୟତର ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି। ପ୍ରଥମେ ବିଧାୟକ ନଗିରା ଗ୍ରାମରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ। ପରେ ପାଲ ରୁଗୁଡିହ ଗ୍ରାମକୁ ଯାଇଥିଲେ। ସେଠାକାର ଅଧିବାସୀ ପାରମ୍ପରିକ ନୃତ୍ୟଗୀତରେ ତାଙ୍କୁ ସ୍ବାଗତ କରିଥିଲେ। ସ୍ଥାନୀୟ ସ୍କୁଲରେ ଆୟୋଜିତ ଭୂୟାଁ ସମାଜର ବାର୍ଷିକ ବୈଠକରେ ବିଧାୟକ ଯୋଗ ଦେଇ ସେହି ଅଞ୍ଚଳରେ କିପରି ପାନୀୟ ଜଳ, ଗମନାଗମନ, ସ୍ବାସ୍ଥ୍ୟ, ବିଦ୍ୟୁତ୍‌, ଶିକ୍ଷା ଆଦି ସମସ୍ୟାର ସମାଧାନ କରାଯିବ ସେ ଉପରେ ଆଲୋଚନା କରିଥିଲେ। ଆଗାମୀ ୫ ବର୍ଷ ମଧ୍ୟରେ ପାଉଡି ଭୂୟାଁ ସମ୍ପ୍ରଦାୟକୁ ନୂତନ ପରିଚୟ ପ୍ରଦାନ କରାଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଥିଲେ। ଅଖାପାଖ ୫୩ ଗ୍ରାମର ୨ ଶହରୁ ଊର୍ଦ୍ଧ୍ୱ ପାଉଡି ଭୂୟାଁ ସମ୍ପ୍ରଦାୟର ମହିଳା ପୁରୁଷଙ୍କ ସମେତ ନଗର ସରପଞ୍ଚ ପିତ୍ତନ ବାରିକ, ବରଡ଼ିହ ସମିତି ସଭ୍ୟା ଅଇନ ସାଉନ୍ତ, ପୂର୍ବତନ ସରପଞ୍ଚ ସୋନୁ ଦେହୁରୀ ଏବଂ ବରିଷ୍ଠ ବିଜେଡି ନେତା ନରେନ୍ଦ୍ର ଭୁକ୍ତା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାତକୋଶିଆ ବିସ୍ଥାପିତଙ୍କ ଜମିର ହେଉନି କିସମ ପରିବର୍ତ୍ତନ

ଅନୁଗୋଳ,୧୪।୯(ଦିବ୍ୟଶାନ୍ତନୁ ନାଥ): ଦୀର୍ଘବର୍ଷ ହେଲା ଗଁା ବିସ୍ଥାପିତ ହେଲାଣି। ଗଁା ଲୋକେ ଅନ୍ୟ ଅଞ୍ଚଳର ବାସିନ୍ଦା ହେଲେଣି। ଗଁା ଲୋକଙ୍କ ନାମରେ ଥିବା ଜମି ସାତକୋଶିଆ...

ବଳାତ୍କାର ପରେ ନାବାଳିକାଙ୍କୁ ହତ୍ୟା କରି ଫିଙ୍ଗିଦେଲେ, ଦେହସାରା ରହିଛି ଏସବୁ ଚିହ୍ନ…

ଅନୁଗୋଳ,୭ା୯(ମାନସ ବିଶ୍ୱାଳ): ଶନିବାର ଅପରାହ୍ନରେ ଖେଳିବାକୁ ଯାଇ ଫେରି ନ ଥିଲେ ଝିଅ। ପରିବାର ଲୋକ ଦିନ ଓ ରାତି ସାରା ଖୋଜାଖୋଜି କରି ନିରାଶ...

ସ୍ବାସ୍ଥ୍ୟ ପରୀକ୍ଷା କରି ଡାକ୍ତରଖାନାରୁ ଫେରୁଥିଲେ, ଅଟୋ ଉପରେ ମାଡ଼ିଗଲା କାର୍‌, ସ୍ତ୍ରୀ-ସ୍ବାମୀଙ୍କ ସହ ଚାଳକ ମୃତ..

ଅନୁଗୋଳ,୬ା୯(ମାନସ ବିଶ୍ୱାଳ): ଅନୁଗୋଳ ସଦର ଥାନା ଅନ୍ତର୍ଗତ ଖଣ୍ଡହତା ବ୍ରିଜ ନିକଟରେ ଅଟୋ ଉପରେ କାର୍‌ ମାଡ଼ିଯିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ...

ପ୍ରେମିକଙ୍କ ସହ ହୋଟେଲ ଯାଇଥିଲେ ସ୍ତ୍ରୀ, ଦେଖିଦେଲେ ସ୍ବାମୀ, ଆଉ ତା’ପରେ ଘଟିଲା…

ଅନୁଗୋଳ, ୫।୯(ମାନସ ବିଶ୍ୱାଳ): ଅନୁଗୋଳ କୋର୍ଟରେ ଜଣେ ମହିଳା ସ୍ବାମୀ ଓ ତାର ଦୁଇ ସନ୍ତାନକୁ ଛାଡି ତାଙ୍କ ପ୍ରେମିକଙ୍କ ସହ ବିବାହ କରି ପ୍ରେମିକ...

୪ ବର୍ଷର ନାବାଳକଙ୍କ ସହ ଅପ୍ରାକୃତ ଯୌନସମ୍ପର୍କ ରଖୁଥିଲେ ଯୁବକ, ଘଣ୍ଟାଏ ପରେ ଘଟିଲା…

ବଅଁରପାଳ,୩ା୯ (ସୁବାସ ସାହୁ):ଅନୁଗୋଳ ଜିଲା ନାଲ୍‌କୋନଗର ଥାନା ଅଞ୍ଚଳର ଜଣେ ୪ ବର୍ଷର ନାବାଳକଙ୍କ ସହ ଅପ୍ରାକୃତ ଯୌନସମ୍ପର୍କ କରାଯାଇଥିବା ନେଇ ସୋମବାର ଥାନାରେ ଅଭିଯୋଗ...

୧୨ ବର୍ଷର ଝିଅଙ୍କୁ ବଳାତ୍କାର କଲେ ବାପା: ଘଟଣା ଜଣାପଡ଼ିବା ପରେ…

ପାଲଲହଡ଼ା,୧୯ା୮ (ଦିବ୍ୟଜ୍ୟୋତି ଦାଶ):୧୨ ବର୍ଷୀୟା ନାବାଳିକା ଝିଅକୁ ସାବତ ବାପା ବଳାତ୍କାର କରିଥିବା ସୋମବାର ଅନୁଗୋଳ ଜିଲା ପାଲଲହଡ଼ା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ,...

ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଏକକାଳୀନ ୮ଟି ସ୍ଥାନରେ ଚାଲିଛି…

ଅନୁଗୋଳ,୧୮ା୮(ମାନସ ବିଶ୍ୱାଳ): ଭିଜିଲାନ୍ସ ଜାଲରେ ଅନୁଗୋଳ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା। ସୋମବାର ସକାଳେ ତାଙ୍କ ଘରେ ଚଢ଼ାଉ ଚାଲିଛି। ଆୟ ବହିର୍ଭୂତ...

ଅନୁଗୋଳରେ ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର

ଅନୁଗୋଳ,୬।୮: ଓଡ଼ିଶାରେ ମହିଳା ଓ ଝିଅମାନଙ୍କ ଉପରେ ଯୌନ ଆକ୍ରମଣର ଘଟଣା ଜାରି ରହିଥିବା ବେଳେ ଅନୁଗୋଳ ଜିଲାର ବାଗଡ଼ିଆ ଥାନା ଅଧୀନରେ ଜଣେ ଆଦିବାସୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image