ସମ୍ବଲପୁର, ୨୯।୩ (ବ୍ୟୁରୋ)- ସମ୍ବଲପୁର ମହାନଦୀ ଅଯୋଧ୍ୟା ସରୋବର ଦ୍ୱିତୀୟ ଗେଟ୍ ନିକଟରେ ଜୁଆ ଖେଳ ଚାଲିଛି । ଗତ ମାର୍ଚ୍ଚ ୨୨ ତାରିଖ ଜନତା କର୍ଫ୍ୟୁ ଏବଂ ପରେ ଲକ୍ ଡାଉନ୍ ଯୋଗୁ ଜୁଆ ଖେଳିବାରେ ଲିପ୍ତ ଅଛନ୍ତି ଯୁବକମାନେ । ସହରର ବିଭିନ୍ନ ଅଞ୍ଚଳରୁ ଯୁବକମାନେ ଏକଜୁଟ ହୋଇ ଜଣେ ପରେ ଜଣେ ବିପଦପଥ ଆନିକଟକୁ ଅତିକ୍ରମ କରି ଦ୍ୱିତୀୟ ଗେଟରେ ରୁଣ୍ଡ ହୋଇ ଜୁଆ ଖେଳୁଛନ୍ତି । ଜୁଆ ଖେଳରୁ ନିବୃତ୍ତ ରହିବାକୁ ଅଞ୍ଚଳବାସୀ ମନା କରିବା ସତ୍ତ୍ବେ କୌଣସି ପ୍ରଭାବ ପଡିନାହିଁ । ଏ ନେଇ ନାମ ଗୋପନ ରଖି କେତେକ ବ୍ୟକ୍ତି ପୋଲିସର ଦୃଷ୍ଟି ଆକର୍ଷଣ ମଧ୍ୟ କରିଛନ୍ତି।