Posted inଫୁରସତ

ଆନ୍ତର୍ଜାତିକ ଅହିଂସା ଦିବସ:ସତ୍ୟ ସର୍ବୋଚ୍ଚ ନୀତି, ଅହିଂସା ପରମ କର୍ତ୍ତବ୍ୟ

ଅହିଂସା ଶାନ୍ତିର ମାର୍ଗ। ଅହିଂସା ମାନବର ଶ୍ରେଷ୍ଠ ଗୁଣ। ସବୁ ଧର୍ମରେ ଏହାର ସ୍ଥାନ ସ୍ବତନ୍ତ୍ର। ଜାତିର ପିତା ମହାତ୍ମା ଗାନ୍ଧୀ ଅହିଂସାର ପଥିକ ଥିଲେ। ତାଙ୍କ ଅନୁସାରେ- ଅହିଂସା ସେହି ମୁଖ୍ୟ ତତ୍ତ୍ୱ ଯାହା ପୂରା ମାନବଜାତି ମଧ୍ୟରେ ପ୍ରେମ ଓ ଆତ୍ମଶୁଦ୍ଧି ଆଣି କଠିନରୁ କଠିନତମ ସଙ୍କଟରେ ବି ସଫଳତା ପାଇବାର ସନ୍ଦେଶ ଦେଇଥାଏ। ଗାନ୍ଧିଜୀଙ୍କ ଦ୍ୱାରା ପ୍ରଭାବିତ ହୋଇ ନେଲ୍‌ସନ ମଣ୍ଡେଲା ଓ ମାର୍ଟିନ ଲୁଥର କିଙ୍ଗ ମଧ୍ୟ ଅହିଂସା ମାର୍ଗକୁ ଆଦରି ନେଇଥିଲେ। ଗାନ୍ଧିଜୀଙ୍କ ସମ୍ମାନାର୍ଥେ ୨୦୦୭ ଜୁନ୍‌ ୧୫ ରେ ଜାତିସଂଘ ସାଧାରଣ ପରିଷଦରେ ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ଅକ୍ଟୋବର ୨କୁୁ ଆନ୍ତର୍ଜାତିକ ଅହିଂସା ଦିବସ ଭାବେ ପାଳନ କରିବାକୁ ପ୍ରସ୍ତାବ ଆସିଥିଲ। ପରିଷଦର ସମସ୍ତ ସଦସ୍ୟ ଏହି ଦିନକୁ ଆନ୍ତର୍ଜାତିକ ଅହିଂସା ଦିବସ ଭାବେ ପାଳନ କରିବାକୁ ସ୍ଥିର କରିଥିଲେ। ଜାତିସଂଘର ସବୁ ସଦସ୍ୟ ରାଷ୍ଟ୍ର ଦ୍ୱାରା ଏହି ଦିବସ ପାଳନ କରାଯାଉଛି।
ଅହିଂସା ହିନ୍ଦୁ, ବୌଦ୍ଧ ଓ ଅନ୍ୟ ଧର୍ମର ମାନବୀୟ କାର୍ଯ୍ୟର ଆଧାର। ଅହିଂସାର ଶିକ୍ଷା ଭାରତୀୟ ସଂସ୍କୃତିର ପରିଚୟ। ଉପନିଷଦରେ ବି ଅହିଂସାର ବିଶେଷ ମହତ୍ତ୍ୱ ରହିଛି। ଜୈନ ଧର୍ମରେ ଅହିଂସା ପରମଧର୍ମ ବୋଲି କୁହାଯାଇଛି। କିନ୍ତୁ ଯେଉଁଭଳି ଅହିଂସାକୁ ଗାନ୍ଧିଜୀ ଆଗକୁ ବଢାଇଛନ୍ତି ଓ ତାହାକୁ ଜନମାନସର ବିଚାରଧାରା ମାଧ୍ୟମରେ ପ୍ରତିଫଳିତ କରିଛନ୍ତି ତାହା ବିଶ୍ୱକୁ ଏକ ଭିନ୍ନ ପଥ ଦେଖାଇଛି। ଗାନ୍ଧିଜୀ ଅହିଂସା ଶବ୍ଦକୁ ଏହାର ବ୍ୟାପକତାର ଆଧାରରେ ଏକ ସିଦ୍ଧାନ୍ତ ରୂପରେ ସ୍ବଷ୍ଟ କରିଛନ୍ତି। ଗାନ୍ଧିଜୀଙ୍କର ସମ୍ପୂର୍ଣ୍ଣ ଦର୍ଶନ ଅହିଂସା ସ୍ତମ୍ଭ ଉପରେ ରହିଛି। କାୟ, ମନ ଓ ବାକ୍ୟରେ ଯେଉଁମାନେ ଶକ୍ତିଶାଳୀ ସେମାନେ ହିଁ ଏହି ମାର୍ଗରେ ଚାଲିପାରିବେ। ଗାନ୍ଧିଜୀ ଅହିଂସାକୁ ସର୍ବୋଚ୍ଚ ନୈତିକ ଓ ଆଧ୍ୟାତ୍ସିକ ଶକ୍ତିର ପ୍ରତୀକ ବୋଲି ମାନିଛନ୍ତି। ଅହିଂସା କେବଳ ଏକ ଦର୍ଶନ ନୁହେଁ ବରଂ ଏହା କାର୍ଯ୍ୟ କରିବାର ଏକ ପଦ୍ଧତି। ଏହା ବି ହୃଦୟ ପରିବର୍ତ୍ତନର ଏକ ସାଧନ। ଗାନ୍ଧିଜୀ ଅହିଂସାର ଭାବନାକୁ ସାମାଜିକ, ଧର୍ମିକ, ଆର୍ଥତ୍କ ନୀତି କ୍ଷେତ୍ରରେ ଏକ ଆବଶ୍ୟକ ତତ୍ତ୍ୱ ବୋଲି କହିଛନ୍ତି। ସତ୍ୟ ସର୍ବୋଚ୍ଚ ନୀତି ଓ ଅହିଂସା ପରମ କର୍ତ୍ତବ୍ୟ ବୋଲି ଗାନ୍ଧିଜୀ କହିଛନ୍ତି। ଅହିଂସାର ଶକ୍ତି ଅସୀମ ଯାହାକୁ ସାଧାରଣ ଭାଷାରେ ବୁଝି ହୋବନାହିଁ। ଅହିଂସାର ଶକ୍ତି ଓ ଗାନ୍ଧିଜୀଙ୍କ ଉପରେ ୟୁରୋପିଆନ ଲେଖକ ରୋମେନ ରୋନାଲ୍ଡ ମଧ୍ୟ ତାଙ୍କ ପୁସ୍ତକରେ ବର୍ଣ୍ଣନା କରିଛନ୍ତି। ବିଶ୍ୱ ବିଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ ଗାନ୍ଧିଜୀଙ୍କୁ ଆଗାମୀ ପିଢି ପାଇଁ ପଥ ପ୍ରଦର୍ଶକ ବୋଲି କହିଥିଲେ।
ସତ୍ୟ, ପବିତ୍ରତା, ନିର୍ଭୀକତା, ଦୃଢତା, ଅପରିଗ୍ରହ,ପ୍ରେମ ଓ ଉପବାସ ଦ୍ୱାରା ଅହିଂସା ଆଚରଣ କରିବା ଉପରେ ଗାନ୍ଦିଜୀ ଗୁରୁତ୍ୱ ଦେଇଛନ୍ତି। ଅନ୍ୟାୟ ଅତ୍ୟାଚାର ମୁକାବିଲା ଅହିଂସା ଦ୍ୱାରା ହିଁ ସମ୍ଭବ ବୋଲି ତାଙ୍କର ବିଶ୍ୱାସ ଥିଲା। ଅହିଂସା ଏକ ଉପଦେଶ ନୁହେଁ, ଏହା ଜୀବନର କ୍ରିୟାତ୍ମକ ସିଦ୍ଧାନ୍ତ। ବିଶ୍ୱଶାନ୍ତି, ସାମାଜିକ ବ୍ୟବସ୍ଥା ଓ ବ୍ୟକ୍ତିଗତ ଜୀବନ ଲାଗି ଏହା ଏକ ବହ୍ମାସ୍ତ୍ର। ଆଜିର ବିଶ୍ୱରେ ଏହାର ପ୍ରାସଙ୍ଗିକତା ଉପଲବ୍ଧି କରିହେଉଛି ଓ ଆବଶ୍ୟକତା ମଧ୍ୟ ରହିଛି। ଅହିଂସାର ବାସ୍ତବିକ ଅର୍ଥ କୃତାର୍ଥ କରିବା ଅର୍ଥ ଦେଶ ପ୍ରେମ ପ୍ରଦର୍ଶନ କରିବା।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କଠାରେ ନିର୍ମିତ ହୋଇଥିଲା ମହାଶ୍ରମଙ୍କ ବିଜୟୀ-ବିଗ୍ରହ

ଆମେ ଗତସଂଖ୍ୟାରେ ସୂଚନା ଦେଇଥିଲୁ ୧୨୫୫ ମସିହାରେ ପଗଡ଼ି ସଦୃଶ ବାରଟି ମୁକୁଟ ଲାଙ୍ଗୁଳା ନରସିଂହଙ୍କ ଆଦେଶରେ ଶ୍ରୀପୁରୁଷୋତ୍ତମ କୋଷାଗାରକୁ ଅର୍ଥାତ୍‌ ଶ୍ରୀମନ୍ଦିର ଭଣ୍ଡାରକୁ ପଠାଯାଇଥିଲା।...

୫ ହଜାର କୋଟିର ବିବାହ! କିଏ ସେହି ଲୌରେନ ସାଞ୍ଚେଜ? ଯିଏ ହେବେ Jeff Bezosଙ୍କ ସହଧର୍ମିଣୀ

ମେକ୍ସିକୋ ସିଟି,୨୩।୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ଖୁବ ଶୀଘ୍ର ତାଙ୍କ ପ୍ରେମିକା ଲୌରେନ ସାଞ୍ଚେଜଙ୍କ ସହ ବିବାହ...

ଲୋକଙ୍କ ଭାବନା ଜାଣିପାରିବ ରୋବୋ

ଟୋକିଓ, ୨୩।୧୨: ଭବିଷ୍ୟତରେ ରୋବୋମାନେ କେବଳ ମଣିଷର ଚର୍ମକୁ ସ୍ପର୍ଶ କରି ସେମାନଙ୍କ ଭାବାବେଗ ଜାଣିବାକୁ ସକ୍ଷମ ହେବେ। ‘ଆଇଇଇଇ ଆକ୍ସେସ୍‌’ ଜର୍ନାଲରେ ଏନେଇ ଏକ...

୨୧ ହଜାର ଟଙ୍କାରେ ବିକ୍ରି ହେଲା ଅଣ୍ଡା

ଲଣ୍ଡନ: ସାଧାରଣତଃ ଭାରତରେ ଗୋଟିଏ ଅଣ୍ଡା ୮ରୁ ୧୨ ଟଙ୍କା ମଧ୍ୟରେ ବିକ୍ରି ହୋଇଥାଏ। ତେବେ ନିକଟରେ ବ୍ରିଟେନ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୋଟିଏ ଅଣ୍ଡା ୨୦୦...

୮ ଲକ୍ଷ ଖର୍ଚ୍ଚ କରିବା ସତ୍ତ୍ୱେ ବିଫଳ, ଶେଷରେ ୟୁଟ୍ୟୁବ୍‌ ଛାଡ଼ିଲେ ଫୁଡ୍‌ ବ୍ଲଗର

ନୂଆଦିଲ୍ଲୀ: ସମ୍ପ୍ରତି ୟୁଟ୍ୟୁବ୍‌ ରୋଜଗାରର ଏକ ମାଧ୍ୟମ ପାଲଟିଯାଇଛି। ସେଥିପାଇଁ ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ୟୁଟ୍ୟୁବର ହେବା ପାଇଁ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ...

ଖ୍ରୀଷ୍ଟମାସ ପୂର୍ବଦିନ ପୃଥିବୀରେ ହେବ ତାଣ୍ଡବ! ମାଡିଆସୁଛି ୧୨୦ ଫୁଟ୍‌ର ଆଷ୍ଟ୍ରୋଏଡ

ନୂଆଦିଲ୍ଲୀ,୨୦୧୨: ଖ୍ରୀଷ୍ଟମାସ ପୂର୍ବରୁ ଅର୍ଥାତ ଡିସେମ୍ବର ୨୪ରେ, ମହାକାଶରେ ବିରଳ ଘଟଣା ଘଟିବାକୁ ଯାଉଛି। ବୈଜ୍ଞାନିକଙ୍କ ଅନୁଯାୟୀ, ୧୨୦ ଫୁଟ ଲମ୍ବର ଆଷ୍ଟ୍ରୋଏଡ ପୃଥିବୀ ଆଡକୁ...

ଆଖି ବୁଜିଲେ କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ବିବେକ ପାଙ୍ଗେନି; ଶୁଖୁନି ପତ୍ନୀ ଶ୍ରୀଜାନାଙ୍କ ଆଖିର ଲୁହ

ନୂଆଦିଲ୍ଲୀ: ନିଷ୍ଠୁର ହୋଇଗଲେ ଭଗବାନ। ଦୀର୍ଘଦିନ ଧରି କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ ବିବେକ ପାଙ୍ଗେନି ଶେଷରେ ନିରବି ଗଲେ। ଦୁଇ ବର୍ଷ ଧରି...

ଶନିବାର ଲମ୍ବା ହେବ ରାତି, ମହାକାଶରେ ଦେଖାଯିବ…

ନୂଆଦିଲ୍ଲୀ,୧୯।୧୨: ସରିବାକୁ ଆସିଲାଣି ବର୍ଷ ୨୦୨୪। ତେବେ ବର୍ଷକ ୩୬୫ ଦିନରୁ ଏପରି ଏକ ଦିନ ଆସେ ଯେଉଁ ଦିନଟି ବର୍ଷର ଦିନ ସବୁଠୁ ଛୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri