Posted inଖେଳ

ଆଫଗାନିସ୍ତାନକୁ ହରାଇ ଶୀର୍ଷରେ ଇଂଲଣ୍ଡ

ମାଞ୍ଚେଷ୍ଟର, ୧୯।୬(ପି.ଟି.)- ଆୟୋଜକ ତଥା ଫେଭରାଇଟ ଇଂଲଣ୍ଡ ମଙ୍ଗଳବାର ଖେଳାଯାଇଥିବା ବିଶ୍ୱକପ୍‌ର ୨୪ତମ ମ୍ୟାଚ୍‌ରେ ଅପେକ୍ଷାକୃତ ଦୁର୍ବଳ ଆଫଗାନିସ୍ତାନକୁ ବୃହତ୍‌ ୧୫୦ ରନରେ ପରାସ୍ତ କରିଛି। ସ୍ଥାନୀୟ ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ୬ ଉଇକେଟ ହରାଇ ୩୯୭ ରନ ସଂଗ୍ରହ କରିଥିଲା। ଜବାବରେ ଆଫଗାନିସ୍ତାନ ୮ ଉଇକେଟ ହରାଇ ୨୪୭ ରନରେ ସୀମିତ ରହି ଆତ୍ମସମର୍ପଣ କରିଛି। ଏଥିସହ ଇଂଲଣ୍ଡ ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍‌ ଖେଳି ୪ ବିଜୟ ଓ ଗୋଟିଏ ପରାଜୟ ସହ ୮ ପଏଣ୍ଟ ହାସଲ କରି ଉନ୍ନତ ରନରେଟ୍‌ ଆଧାରରେ ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିଛି। ଅନ୍ୟପଟେ ଆଫଗାନିସ୍ତାନ ୫ଟି ମ୍ୟାଚ୍‌ ଖେଳି ସବୁଥିରେ ପରାସ୍ତ ହୋଇ ଖାତା ଖୋଲି ନ ପାରି ନିମ୍ନରେ ରହିଛି।
୩୯୮ରନ ବିଜୟ ଲକ୍ଷ୍ୟର ପିଛା କରି ଆଫଗାନିସ୍ତାନ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ତେବେ ମିଡଲଅର୍ଡର ବ୍ୟାଟ୍ସମ୍ୟାନ ଲଢ଼େଇ କରିଥିଲେ। ଦଳ ତରଫରୁ ହସମାତୁଲ୍ଲା ଶାହିଦି ୭୬, ରହମତ ଶାହ ୪୬, ଅସଘର ଆଫଗାନ ୪୪, ଅଧିନାୟକ ଗୁଲବଦିନ ନାଇବ ୩୭, ନାଜିବୁଲ୍ଲା ଜଡ୍ରାନ ୧୫ ରନ ସଂଗ୍ରହ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ଜୋଫ୍ରା ଆର୍ଚର ଓ ଆଡିଲ ରସିଦ ୩ଟି ଲେଖାଏ, ମାର୍କ ଉଡ୍‌ ୨ଟି ଉଇକେଟ ଅକ୍ତିଆର କରିଥିଲେ।
ମୋର୍ଗାନଙ୍କ ଧୁଆଁଧାର ଇନିଂସ
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଇଂଲଣ୍ଡ ଆଫଗାନିସ୍ତାନ ଦୁର୍ବଳ ବୋଲିଂର ଭରପୂର ଫାଇଦା ଉଠାଇ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରି ବଡ଼ ସ୍କୋର ହାସଲ କରିଥିଲା। ଅଧିନାୟକ ଇଅନ୍‌ ମୋର୍ଗାନଙ୍କ ବ୍ୟାଟିଂ ଐତିହାସିକ ଥିଲା। ମାତ୍ର ୭୧ଟି ବଲର ସମ୍ମୁଖୀନ ହୋଇ ୪ ଚୌକା ଓ ସର୍ବାଧିକ ରେକର୍ଡ ୧୭ ଛକା ସହ ୧୪୮ ରନର ବୃହତ୍‌ ଶତକୀୟ ପାଳି ଖେଳି ଘରୋଇ ଦର୍ଶକଙ୍କ ଜବରଦସ୍ତ ମନୋରଞ୍ଜନ କରିଥିଲେ। ମୋର୍ଗାନଙ୍କ ପାଇଁ ଏହା କ୍ୟାରିୟରର ଶ୍ରେଷ୍ଠ ଶତକ ତଥା ଇନିଂସ ସାବ୍ୟସ୍ତ ହୋଇଛି। ଏଥି ସହିତ ବିଶ୍ୱକପ୍‌ ଇତିହାସରେ ସେ ଚତୁର୍ଥ ଦ୍ରୁତତମ ଶତକ ଅର୍ଜନ କରିଛନ୍ତି। ଏହା ତାଙ୍କ କ୍ୟାରିୟରର ୧୩ତମ ଦିନିକିଆ ଶତକ। ତେବେ ଇଂଲଣ୍ଡର ଆରମ୍ଭ ସେତେଟା ଭଲ ନ ଥିଲା। ପାଖାପାଖି ୧୦ ଓଭରରେ ୪୪ ରନ କରି ଇଂଲଣ୍ଡ ଓପନର ଜେମ୍ସ ଭିନ୍ସିଙ୍କୁ ହରାଇ ପ୍ରଥମ ଉଇକେଟ ହରାଇଥିଲା। ଭିନ୍ସ ଦଲତ ଜଡ୍ରାନଙ୍କ ଦ୍ୱାରା ଆଉଟ ହୋଇଥିଲେ। ଦ୍ୱିତୀୟ ଉଇକେଟ ଯୋଡିରେ ଜନି ବେୟାରଷ୍ଟୋ ଓ ଇନ୍‌ଫର୍ମ ବ୍ୟାଟ୍ସମ୍ୟାନ ଜୋ ରୁଟ୍‌ ୧୨୧ ବଲରୁ ୧୨୦ ରନ ସଂଗ୍ରହ କରିଥିଲେ। ୯୯ ବଲର ସମ୍ମୁଖୀନ ହୋଇ ୮ ଚୌକା ଓ ୩ ଛକା ମାରି ବେୟାରଷ୍ଟୋ ୯୦ ରନ କରି ଗୁଲବଦିନ ନାଇବଙ୍କ ଦ୍ୱାରା କଟ୍‌ ଆଣ୍ଡ ବୋଲ୍ଡ ହୋଇଥିଲେ। ଏହାପରେ ତୃତୀୟ ଉଇକେଟ ଯୋଡିରେ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା। ଅଧିନାୟକ ମୋର୍ଗାନ ଓ ରୁଟ୍‌ ୧୦୨ଟି ବଲରୁ ରେକର୍ଡ ୧୮୯ ରନ ସଂଗ୍ରହ କରିଥିଲେ। ୮୨ଟି ବଲର ସମ୍ମୁଖୀନ ହୋଇ ରୁଟ୍‌ ୫ ଚୌକା ଓ ୧ ଛକା ସହ ୮୮ ରନ କରି ନାଇବଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ। ଧୂଆଁଧାର ପାଳି ଖେଳି ମୋର୍ଗାନ ନାଇବଙ୍କ ତୃତୀୟ ଶିକାର ହୋଇ ପ୍ୟାଭିଲିୟନ ଫେରିଥିଲେ। ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋସ ବଟଲର ଓ ବେନ୍‌ ଷ୍ଟୋକ୍ସ ୨ ରନ ଲେଖାଏ କରିଥିବା ବେଳେ ଜଡ୍ରାନଙ୍କ ଦ୍ୱାର ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ଶେଷରେ ମୋଇନ ଅଲି ଉଗ୍ର ରୂପ ଦେଖିବାକୁ ମିଳିଥିଲା। ସେ ମାତ୍ର ୯ଟି ବଲର ସମ୍ମୁଖୀନ ହୋଇ ୧ ଚୌକା ଓ ୪ଟି ଛକା ମାରି ୩୧ ରନ କରି ଅପରାଜିତ ରହିବା ସହ ଦଳର ସ୍କୋରକୁ ଚାରିଶହ ନିକଟରେ ପହଞ୍ଚାଇଥିଲେ। କ୍ରିସ୍‌ ଓ୍ବକ୍ସ ୧ ରନ କରି ଅପରାଜିତ ରହିଥିଲେ। ଇନିଂସରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନମାନେ ମୋଟ ଉପରେ ୨୫ଟି ଛକା ମାରିଥିଲେ। ରସିଦ ସବୁଠାରୁ ମହଙ୍ଗା ବୋଲର
ବୋଲିଂରେ ତାରକା ସ୍ପିନର ରସିଦ୍‌ ଖାଁ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଆଫଗାନିସ୍ତାନର ଏହି ଟି୨୦ ସୁପରଷ୍ଟାର ମାତ୍ର ୯ ଓଭର ବୋଲିଂ କରି କୌଣସି ଉଇକେଟ ହାସଲ ନ କରି ୧୧୦ ରନ ବ୍ୟୟ କରିଥିଲେ। ବିଶ୍ୱକପ୍‌ ଇତିହାସରେ ଏହା ସବୁଠାରୁ ଖରାପ୍‌ ବୋଲିଂ ସାବ୍ୟସ୍ତ ହୋଇଛି। ତାଙ୍କ ବଲରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ୧୧ଟି ଛକା ମାରିଛନ୍ତି। ରସିଦଙ୍କୁ ମୋର୍ଗାନ ନିର୍ଦ୍ଧୁମ ପ୍ରହାର କରିଥିଲେ। ରସିଦ ପୂର୍ବରୁ କୌଣସି ମ୍ୟାଚ୍‌ରେ ଦୁଇଟିରୁ ଅଧିକ ଛକା ଦେଇ ନ ଥିବା ବେଳେ ଏଥର କିନ୍ତୁ କଥା ଅଲଗା ହୋଇଥିଲା। ଏହା ପୂର୍ବରୁ ନ୍ୟୁଜିଲାଣ୍ଡର ମାର୍ଟିନ ସ୍ନେଡ୍ଡେନ ୧୯୮୩ ବିଶ୍ୱକପ୍‌ରେ ଇଂଲଣ୍ଡ ବିପକ୍ଷରେ ୧୨ ଓଭର ବୋଲିଂ କରି କୌଣସି ଉଇକେଟ ହାସଲ ନ କରି ୧୦୫ ରନ ବ୍ୟୟ କରି ସବୁଠାରୁ ଖରାପ୍‌ ବୋଲିଂ କରିଥିଲେ। ସେତେବେଳେ ୬୦ ଓଭର ବିଶିଷ୍ଟ ମ୍ୟାଚ୍‌ ଖେଳାଯାଇଥିଲା। ରସିଦ ଏବେ ମାର୍ଟିନଙ୍କୁ ପଛରେ ପକାଇ ଏକ ଅଲୋଡ଼ା ରେକର୍ଡର ଅଧିକାରୀ ହୋଇଛନ୍ତି। ଆଫଗାନିସ୍ତାନ ତରଫରୁ ନାଇବ ଓ ଜଡ୍ରାନ ୩ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଇଂଲଣ୍ଡ ୫୦ ଓଭରରେ ୩୯୭/୬
(ମୋର୍ଗାନ- ୧୪୮, ବେୟାରଷ୍ଟୋ- ୯୦, ରୁଟ୍‌- ୮୮, ଭିନ୍ସ- ୨୬, ଜଡ୍ରାନ- ୩/୮୫, ନାଇବ- ୩/୬୮)।
ଆଫଗାନିସ୍ତାନ ୫୦ ଓଭରରେ ୨୪୭/୮
(ସାହିଦି-୭୬, ରହମତ- ୪୬, ଅସଘର- ୪୪, ନାଇବ- ୩୭, ଆର୍ଚର- ୩/୫୨, ରସିଦ- ୩/୬୬, ଉଡ- ୨/୪୦ )।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଅଭିଶେକଙ୍କ ବିସ୍ଫୋରକ ଶତକ: ହାଇଦ୍ରାବାଦ ବିଜୟୀ

ହାଇଦ୍ରାବାଦ,୧୨ା୪: ଅଭିଶେକ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ୮ ଉଇକେଟରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌)କୁ ପରାସ୍ତ କରିଛି। ହାଇସ୍କୋରିଂ ମ୍ୟାଚରେ ପିବିକେଏସ୍‌...

ଭାରତୀୟ ଫାର୍ମା କମ୍ପାନୀର ଓ୍ବେୟାର ହାଉସ ଉପରେ ମିଶାଇଲ ମାଡ଼ କଲା ରୁଷିଆ

କ୍ୱିଭ,୧୨।୪: ୟୁକ୍ରେନର ରାଜଧାନୀ କ୍ୱିଭରେ ରୁଷିଆର ସଦ୍ୟତମ ଆକ୍ରମଣରେ ଏକ ଭାରତୀୟ ଔଷଧ କମ୍ପାନୀର ଗୋଦାମ ଧ୍ୱଂସ ହୋଇଯାଇଛି। ଶନିବାର (୧୨ ଏପ୍ରିଲ, ୨୦୨୫) ଭାରତରେ...

ମୋହନ ବାଗାନ ସୁପର ଜାଏଣ୍ଟ୍ସ ଚାମ୍ପିୟନ

କୋଲକାତା, ୧୨ା୪ : ମୋହନବାଗାନ ସୁପର ଜାଏଣ୍ଟ୍ସ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ୨୦୨୪-୨୫ ସିଜନର ଟାଇଟଲ ବିଜେତା ହୋଇଛି। ସ୍ଥାନୀୟ ଯୁବ ଭାରତୀ କ୍ରୀଡ଼ାଙ୍ଗନରେ...

ଭଉଣୀ ନେହା କକ୍କର, ଭାଇ ଟୋନିଙ୍କଠାରୁ ସମ୍ପର୍କ କାଟିଲେ ଭଉଣୀ ସୋନୁ! ପୋଷ୍ଟ ଶେୟାର କରି କହିଲେ…

ମୁମ୍ବାଇ: ଗାୟିକା ସୋନୁ କକ୍କର ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଗାୟିକା, ସେ ଅନେକ ବଡ଼ ବଡ଼ ମୁଭିରେ ନିଜ କଣ୍ଠସ୍ବରର ଯାଦୁ ଦେଖାଇଛନ୍ତି। ଏବେ...

ଓଡ଼ିଆ ପକ୍ଷ ପାଳନରେ ବରପୁତ୍ରଙ୍କ ଜୀବନୀକୁ ଅନୁସରଣ କରିବାକୁ ଆହ୍ବାନ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ଜନ୍ମ ନେଇ ଓଡ଼ିଆ ଭାଷା ସାହିତ୍ୟକୁ ନୂଆ ଦିଗ ଦେଖାଇଥିବା କିମ୍ବା ସତନ୍ତ୍ର ଓଡ଼ିଶା ଗଠନର ନେତୃତ୍ୱ ନେଇଥିବା ବ୍ୟକ୍ତିବିଶେଷ ତଥା...

ଟ୍ରମ୍ପଙ୍କ ବଡ଼ ଘୋଷଣା: ଟାରିଫ ଓ୍ବାରରୁ ବାଦ ପଡ଼ିଲା ସ୍ମାର୍ଟଫୋନ, କମ୍ପ୍ୟୁଟର, ଇଲେକ୍ଟ୍ରୋନିକ ଆଇଟମ

ଓ୍ବାଶିଂଟନ,୧୨।୪: ଟାରିଫ ଓ୍ବାର ମାଧ୍ୟମରେ ବିଶ୍ୱରେ ଅସ୍ଥିରତା ସୃଷ୍ଟି କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ସ୍ମାର୍ଟଫୋନ, କମ୍ପ୍ୟୁଟର ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ସାମଗ୍ରୀକୁ...

ବାରମ୍ବାର ମିଛ କହୁଛନ୍ତି ତହଉର ରାଣା, ଏବେ NIA ନେବ ଏହି ଆକ୍ସନ

ନୂଆଦିଲ୍ଲୀ,୧୨।୪: ଜାତୀୟ ତଦନ୍ତ ସଂସ୍ଥା (NIA) ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତହଉର ରାଣାଙ୍କୁ ନିରନ୍ତର ପଚରାଉଚରା କରୁଛି। ଫୋନରେ କଥା ହେଉଥିବା...

ଦିନିକିଆ କ୍ରିକେଟରେ ଆଇସିସି କରିପାରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧୨ା୪: ଦିନିକିଆ କ୍ରିକେଟ ବ୍ୟାଟରଙ୍କୁ ଅତ୍ୟଧିକ ସୁହାଉଥିବାରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୫୦ ଓଭରିଆ ଫର୍ମାଟରେ ଦୁଇ ନୂଆ ବଲର ବ୍ୟବହାର ନିୟମରେ ପରିବର୍ତ୍ତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image