ମୁମ୍ବାଇ: ଆମେରିକୀୟ ଡ୍ୟାନ୍ସ ରିଆଲିଟି ଶୋ’ ‘ଆମେରିକାଜ୍ ଗଟ୍ ଟ୍ୟାଲେଣ୍ଟ’ରେ ଚମତ୍କାର ପ୍ରଦର୍ଶନ କରିଛି ଭାରତୀୟ ଡ୍ୟାନ୍ସ ଗ୍ରୁପ୍ ‘ଭି. ଅନ୍ବିଟେବୁଲ’। ଏହି ଗ୍ରୁପ୍ର କଳାକାରଙ୍କ ଏକ୍ରୋବେଟିକ୍ସ ନୃତ୍ୟକୁ ଦେଖି ଶୋ’ର ବିଚାରପତିମାନେ ଚକିତ ହୋଇପଡ଼ିଥିଲେ। ଜଜ୍ ସାଇମନ କୋବେଲ, ହାସଇ ମଣ୍ଡେଲ, ଜୁଲିଆନା ହଗ୍ ଏବଂ ଗ୍ରାବ୍ରିଏଲ ୟୁନିୟନ ବେଣ୍ଡ ପ୍ରମୁଖ ଗୋଲ୍ଡେନ୍ ବଜର ଦବାଇଥିଲେ। ଫଳରେ ଗ୍ରୁପ୍ ସିଧାସଳଖ ଲାଇଭ୍ ଶୋ’ରେ ପହଞ୍ଚିଯାଇଛି। ନାଚିବା ସମୟରେ ଗ୍ରୁପ୍ର ସମସ୍ତ କଳାକାର ହରାଇଥିବା ଜଣେ ସାଥୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଯାହା ସେଠାରେ ଥିବା ସମସ୍ତ ଅତିଥି ଏବଂ ବିଚାରପତିଙ୍କୁ ପ୍ରଭାବିତ କରିଥିଲା। ମୃତ ବନ୍ଧୁ ସେମାନଙ୍କୁ ଏହି ଶୋ’ରେ କାମ କରିବେ ବୋଲି ଚାହୁଁଥିଲେ। ଶେଷରେ ତାଙ୍କର ଏହି ସ୍ବପ୍ନ ସାକାର ହୋଇଛି ବୋଲି କଳାକାରମାନେ କହିଥିଲେ। ତେବେ ନୃତ୍ୟ ପ୍ରଦର୍ଶନ କରିବା ସମୟରେ ସମସ୍ତଙ୍କୁ ହରାଇଥିବା ବନ୍ଧୁ ‘ବିକାଶ’ଙ୍କ ନାମର ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଥିଲା।
ଦେଖନ୍ତୁ ଭିଡିଓ:
Posted inମନୋରଞ୍ଜନ