ଆମେରିକାରେ ଭାରତୀୟ ବାପଝିଅ ଡାକ୍ତରଙ୍କ ମୃତ୍ୟୁ

ନ୍ୟୁୟର୍କ,୯ା୫: ଆମେରିକାର ନ୍ୟୁଜର୍ସିରେ ଡାକ୍ତର ଭାବେ କାର୍ଯ୍ୟ କରୁଥିବା ଭାରତୀୟ ବଂଶୋଦ୍ଭବ ବାପଝିଅଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି। ସେମାନେ ହେଲେ ଡା. ସତ୍ୟେନ୍ଦ୍ର ଦେବ ଖାନ୍ନା(୭୮) ଏବଂ ତାଙ୍କ ଝିଅ ଡା. ପ୍ରିୟା ଖାନ୍ନା(୪୩)। ସତ୍ୟେନ୍ଦ୍ର ଦୀର୍ଘବର୍ଷ ଧରି ନ୍ୟୁଜର୍ସିର ବିଭିନ୍ନ ହସ୍ପିଟାଲର ଶଲ୍ୟ ବିଭାଗରେ ଡାକ୍ତର ଓ ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି। ପ୍ରିୟା ଉଭୟ ଇଣ୍ଟରନାଲ ମେଡିସିନ ଏବଂ ନେଫ୍ରୋଲୋଜିରେ କୃତିତ୍ୱ ହାସଲ କରିଛନ୍ତି। ସେ ନ୍ୟୁଜର୍ସିର ଆର୍‌ଡବ୍ଲ୍ୟୁଜେ ବର୍ନବସ୍‌ ହେଲ୍‌ଥ ସଂସ୍ଥା ଅଧୀନ ୟୁନିୟନ ହସ୍ପିଟାଲରେ ଚିଫ୍‌ ଅଫ୍‌ ରେସିଡେଣ୍ଟସ୍‌ ଭାବେ କାର୍ଯ୍ୟ କରୁଥିଲେ। କରୋନା ରୋଗୀଙ୍କ ଚିକିତ୍ସା କରି ସେମାନେ ମଧ୍ୟ ସଂକ୍ରମିତ ହୋଇଯାଇଥିଲେ। ସତ୍ୟେନ୍ଦ୍ର କ୍ଲାରା ମାସ୍‌ ମେଡିକାଲ ସେଣ୍ଟରରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି, ଯେଉଁଠି ସେ ୩୫ ବର୍ଷ ଧରି କାର୍ଯ୍ୟ କରିଥିଲେ। ଝିଅ ପ୍ରିୟା ତାଙ୍କର ସମସ୍ତ ମେଡିକାଲ ଟ୍ରେନିଂ ନ୍ୟୁଜର୍ସିରେ କରିବା ପରେ ସାଉଥ୍‌ ଜର୍ସିର କୁପର ହେଲ୍‌ଥ ସିଷ୍ଟମ୍‌ରେ ନେଫ୍ରୋଲୋଜିରେ ଫେଲୋଶିପ୍‌ କରିଥିଲେ। ବାପାଙ୍କ ଭଳି ପ୍ରିୟା ମଧ୍ୟ କ୍ଲାରା ମାସ୍‌ ମେଡିକାଲରେ କାର୍ଯ୍ୟ କରିଥିଲେ ଏବଂ ସେହି ମେଡିକାଲରେ ହିଁ ତାଙ୍କର ମୃତ୍ୟୁ ଘଟିଛି। କରୋନା ରୋଗୀଙ୍କ ସେବାରେ ନିଜ ଜୀବନ ହାରିଦେଇଥିବା ଏହି ବାପଝିଅଙ୍କ ସେଠାକାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ନ୍ୟୁଜର୍ସି ଗଭର୍ନର ଫିଲ୍‌ ମର୍ଫି କହିଛନ୍ତି। ସେମାନଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦ ବୋଲି ମର୍ଫି କହିବା ସହ ଉଭୟଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି। ସତ୍ୟେନ୍ଦ୍ର ଜଣେ ଭଦ୍ର, ଯତ୍ନବାନ ଏବଂ ଅଗ୍ରଣୀ ଚିକିତ୍ସିକ ଥିଲେ। ସେ ହେଉଛନ୍ତି ପ୍ରଥମ ସର୍ଜନ, ଯିଏକି ନ୍ୟୁଜର୍ସି ପ୍ରଦେଶରେ ଲାପ୍ରୋସ୍କୋପିକ୍‌ ସର୍ଜରୀ କରିଥିଲେ। ସହକର୍ମୀ ତାଙ୍କୁ ସବୁବେଳେ ମନେରଖିବେ ବୋଲ;ି ମର୍ଫି କହିଛନ୍ତି। ସେହିପରି ପ୍ରିୟା ୨ ଡାଏଲିସିସ୍‌ ସେଣ୍ଟରର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବା ସହ ପରପିଢ଼ିର ଡାକ୍ତରମାନଙ୍କୁ ଶିକ୍ଷାଦାନ କରି ବିଶେଷ ଗୌରବର ଅଧିକାରିଣୀ ହୋଇପାରିଛନ୍ତି ବୋଲି ମର୍ଫି କହିଛନ୍ତି। ସତ୍ୟେନ୍ଦ୍ରଙ୍କ ସ୍ତ୍ରୀ କୋମଲିଶ୍‌ ଖାନ୍ନା ଜଣେ ଶିଶୁରୋଗ ବିଶେଷଜ୍ଞ। ଏହି ଦମ୍ପତିଙ୍କର ଆଉ ଦୁଇ ଝିଅ ସୁଗନ୍ଧା ଖାନ୍ନା ଓ ଅନିଷା ଖାନ୍ନା ମଧ୍ୟ ଡାକ୍ତର। ସୁଗନ୍ଧା ଜଣେ ଜରୁରିକାଳୀନ ଚିକିତ୍ସାଧିକାରୀ ଥିବାବେଳେ ଅନିଷା ହେଉଛନ୍ତି ଶିଶୁରୋଗ ବିଶେଷଜ୍ଞ। ଏହି ଚିକିତ୍ସିକ ପରିବାରର ଯନ୍ତ୍ରଣାକୁ ବ୍ୟକ୍ତ କରିହେବନି। ଏହି ପରିବାରକୁ ଯେତେ ସମବେଦନା ଜଣାଇଲେ ମଧ୍ୟ ତାହା କମ୍‌ ହେବ। କିନ୍ତୁ ସତ୍ୟେନ୍ଦ୍ର ଓ ପ୍ରିୟାଙ୍କ ସ୍ମୃତିରେ ଆମେ ଯଥାସମ୍ଭବ ଜୀବନରକ୍ଷା କରିବାକୁ ପ୍ରତିଶ୍ରୁତି ଦେଉଛି ବୋଲି ମର୍ଫି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ମହିଳା କିଣୁଛନ୍ତି ଅଧିକ ଗର୍ଭ ନିରୋଧକ ବଟିକା, କମୁଛି ଷ୍ଟକ୍‌, କାରଣ ଜାଣିଲେ…

ଓ୍ବାଶିଂଟନ,୧୪ା୧୧: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପ ନିର୍ବାଚିତ ହୋଇଛନ୍ତି। ଟ୍ରମ୍ପଙ୍କ ନିର୍ବାଚନ ଅଭିଯାନଠାରୁ ଆରମ୍ଭ କରି ତାଙ୍କ ନିର୍ବାଚନ ବିଜୟ ପର୍ଯ୍ୟନ୍ତ ଅନେକ...

ଟ୍ରମ୍ପଙ୍କ ଟିମ୍‌ରେ ହିନ୍ଦୁ ନେତାଙ୍କ ଏଣ୍ଟ୍ରି, ଟେନଶନରେ ଚାଇନା!

ଓ୍ବାଶିଂଟନ୍‌,୧୪।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଡୋନାଲ୍ଡ ଟ୍ରମ୍ପ ନିଜ ନୂଆ ଟିମ ଗଠନ କରିବାରେ ବ୍ୟସ୍ତ ଅଛନ୍ତି। ସେ ଗୋଟିଏ ପରେ ଗୋଟିଏ...

ପ୍ରିନ୍ସ ଓ୍ବିଲିୟମ୍‌ ସବୁଠୁ ଆକର୍ଷଣୀୟ ଚନ୍ଦା ପୁରୁଷ

ଲଣ୍ଡନ, ୧୪।୧୧: ବ୍ରିଟେନ୍‌ ଯୁବରାଜ ଓ୍ବିଲିୟମ(୪୨)ଙ୍କୁ ଚଳିତ ବର୍ଷର ସବୁଠୁ ଆକର୍ଷଣୀୟ ଚନ୍ଦା ପୁରୁଷ ଭାବେ ନାମିତ କରାଯାଇଛି। ସର୍ଚ୍ଚ ମାର୍କେଟିଂ ଏଜେନ୍ସି ‘ରିବୁଟ’ ପକ୍ଷରୁ...

ବ୍ରିଟିଶ୍‌ ଲେଖିକା ସାମନ୍ଥା ହାର୍ଭେଙ୍କୁ ‘ବୁକର’

ଲଣ୍ଡନ୍‌,୧୪ା୧୧: ବ୍ରିଟିଶ୍‌ ଲେଖିକା ସାମନ୍ଥା ହାର୍ଭେ ଚଳିତ ବର୍ଷର ସମ୍ମାନଜନକ ବୁକର ପୁରସ୍କାର ପାଇଛନ୍ତି। ସାମନ୍ଥା ତାଙ୍କର ମହତ୍ତ୍ୱାକାଂକ୍ଷୀ ତଥା ସୁନ୍ଦର ଉପନ୍ୟାସ ‘ଅର୍ବିଟାଲ’ ପାଇଁ...

ମହାକାଶରୁ ବାର୍ତ୍ତା ପଠାଇଲେ ସୁନୀତା

ଓ୍ବାଶିଂଟନ, ୧୪।୧୧: ଆମେରିକୀୟ ମହାକାଶ ସଂସ୍ଥା(ନାସା)ର ଆଷ୍ଟ୍ରୋନଟ ସୁନୀତା ଓ୍ବିଲିୟମ୍ସ ବୁଧବାର ଆନ୍ତ୍ରର୍ଜାତୀୟ ମହାକାଶ କେନ୍ଦ୍ର(ଆଇଏସ୍‌ଏସ୍‌)ରୁ ନିଜ ସ୍ବାସ୍ଥ୍ୟ ସମ୍ବନ୍ଧରେ ସୂଚନା ଦେଇଛନ୍ତି। ଏକ ଭିଡିଓ...

ଅନ୍ତରଙ୍ଗ ଭିଡିଓ ଭାଇରାଲ: ଆକାଉଣ୍ଟ ବନ୍ଦକଲେ ଇନ୍‌ଫ୍ଲୁଏନ୍ସର

ଇସ୍‌ଲାମାବାଦ, ୧୪।୧୧: ପାକିସ୍ତାନୀ ଇନ୍‌ଫ୍ଲୁଏନ୍ସର ତଥା ଟିକ୍‌ଟକ୍‌ ଷ୍ଟାର୍‌ ଇମ୍‌ଶା ରେହମାନଙ୍କର ଏକ ଅନ୍ତରଙ୍ଗ ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକରେ ଭାଇରାଲ ହେବାରେ ଲାଗିଛି,...

ନିର୍ବାଚନ ଫଳାଫଳ ପରେ ପ୍ରଥମ ଥର ସାକ୍ଷାତ କଲେ ବାଇଡେନ-ଟ୍ରମ୍ପ; କ୍ଷମତା ହସ୍ତାନ୍ତର ନେଇ ହେଲା ଆଲୋଚନା

ନୂଆଦିଲ୍ଲୀ,୧୩ା୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରେ ଜୋ ବାଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପ ପ୍ରଥମଥର ପାଇଁ ସାକ୍ଷାତ କରିଛନ୍ତି। ବୈଠକ ଆରମ୍ଭରେ ବାଇଡେନ ଟ୍ରମ୍ପଙ୍କୁ ସ୍ୱାଗତ...

ଯୌନ ମନ୍ତ୍ରଣାଳୟରୁ ଶୌଚ ମନ୍ତ୍ରଣାଳୟ, ଏହିସବୁ ଦେଶରେ ଅଛି ଅଜବ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୩।୧୧: ବିଭିନ୍ନ ବିଷୟ ଉପରେ ଯୋଜନା ପ୍ରସ୍ତୁତ କରିବା ଏବଂ ସେଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଯେକୌଣସି ଦେଶର ସରକାରରେ ମନ୍ତ୍ରଣାଳୟ ରହିଛି। ଉଦାହରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri