କଟକ ଅଫିସ,୮।୭: ସୋମବାର ସକାଳ ୯ଟାରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହୋଇଛି। ଏହା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ମୋଟ ୧୨୨ଟି କେନ୍ଦ୍ରରେ ମୋଟ ୨୭ ହଜାର ୬୧୬ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତି। କେନ୍ଦ୍ର ମଧ୍ୟରେ ମୋବାଇଲ ବ୍ୟବହାର ଉପରେ କଟକଣା ରହିଛି। ଆଜିଠୁ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ମଧ୍ୟ ଆରମ୍ଭ ହୋଇଛି।