ନୂଆଦିଲ୍ଲୀ,୨୯।୪: ଭାରତରେ କରୋନା ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସରକାରଙ୍କ ପକ୍ଷରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଲକ୍ଡାଉନ୍ ଜାରି ରହିଛି। ସେହିପରି କାର୍ଯ୍ୟାଳୟରେ କରୋନା ସଂକ୍ରମିତଙ୍କ ସମ୍ପର୍କରେ ସୂଚନା ପାଇବା ପାଇଁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଆରୋଗ୍ୟ ସେତୁ ଆପ୍ ଡାଉନ୍ଲୋଡ୍ କରିବାକୁ ସରକାରଙ୍କ ପକ୍ଷରୁ ପରାକର୍ଶ ଦିଆଯାଇଛି। ବୁଧବାର ସରକାର ଏନେଇ ସୂଚନା ଦେଇଛନ୍ତି। ଏହାଦ୍ୱାରା କର୍ମଚାରୀ କାର୍ଯ୍ୟାଳୟରେ ମଧ୍ୟ କରୋନା ସଂକ୍ରମିତଙ୍କ ସମ୍ପର୍କରେ ଅପ୍ଡେଟ୍ ରହିପାରିବେ ବୋଲି କୁହାଯାଉଛି।
Posted inକରୋନା ଭାଇରସ୍, ଜାତୀୟ