କଥାରେ ଅଛି-ଏ ମନ ଖୋଜୁଥାଏ ଯାହା, କାଳେ ପ୍ରାପତ ହୁଏ ତାହା। ମନରେ ଅସୁମାରୀ ଆଶା। କେମିତି ଟିକେ ବଡ଼ ପରଦାରେ ମୁହଁ ଦେଖାନ୍ତି?
ତାହା ପୂରଣ କରିବାକୁ ସେ ନିଜେ ଅଣ୍ଟା ଭିଡ଼ିଛନ୍ତି। ଅର୍ଥାତ୍, ନିଜେ ଫିଲ୍ମ ନିର୍ମାଣ ପରି ଗୁରୁଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି। କେବଳ ସେତିକି ନୁହେଁ, ପ୍ରସ୍ତୁତି ପଥେ ଥିବା ଏହି ଫିଲ୍ମରେ ସେ ନିଜେ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିବେ। ସେ ହେଲେ ନବାଗତ ଅଭିନେତା ତଥା ପ୍ରଯୋଜକ ସବ୍ୟସାଚୀ ଅମାତ (ଗୁଡ଼ୁ)। ନିଜର ଯୋଜନା ସମ୍ପର୍କରେ ସବ୍ୟସାଚୀ କହନ୍ତି, ‘ମୁଁ ଜାଣିଛି ସିନେମାଟିଏ ପ୍ରଯୋଜନା କରିବା ଏକ ସହଜ କଥା ନୁହେଁ। ହେଲେ ମନରେ ସାହସ ଏକଜୁଟ୍ କରି ଆଗଉଛି। ମୋ ପ୍ରଥମ ଫିଲ୍ମରେ ନବାଗତମାନଙ୍କୁ ପ୍ରାଥମିକତା ଦେବି। ବର୍ତ୍ତମାନ ପ୍ରଥମ ସିନେମାର ପ୍ରାରମ୍ଭିକ କାମ ଚାଲିଛି।’ ତେବେ କେବଳ ଜଣେ ଯୁବ ପ୍ରଯୋଜକ ନୁହନ୍ତି ଜଣେ ଅଭିନେତା ଭାବରେ ସେ କେତେ ବାଜିମାତ କରୁଛନ୍ତି ତାହା ଆଗାମୀ ସମୟ ହିଁ କହିବ।