ଇସ୍ଲାମାବାଦ,୨୩।୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ସେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ପାକିସ୍ତାନର ସ୍ବାସ୍ଥ୍ୟମନ୍ତ୍ରୀ ଜଫର ମିର୍ଜା ଟୁଇଟ କରି ଏହି ସୂଚନା ଦେଇଛନ୍ତି। କିଛିଦିନ ପୂର୍ବେ ଇମ୍ରାନ ଜଣେ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବାରୁ ସେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ପାରନ୍ତି ଭାବି ଆଇସୋଲେଶନରେ ରହିଥିଲେ। ପାକିସ୍ତାନର ଏଧି ଫାଉଣ୍ଡେଶନର ମୁଖ୍ୟ ଅବଦୁଲ ସତ୍ତା ଏଧିଙ୍କ ପୁଅ ଫୈସଲ ଏଧିଙ୍କ ସହ ସାକ୍ଷାତ୍ କରି ତାଙ୍କ ନିକଟରୁ ୧ କୋଟି ଟଙ୍କାର ଏକ ଚେକ୍ ଗ୍ରହଣ କରିଥିଲେ। ୧୫ ଏପ୍ରିଲରେ ଉଭୟଙ୍କ ମଧ୍ୟରେ ସାକ୍ଷାତ୍କାର ହୋଇଥିବା ବେଳେ ଏହାପରେ ଫୈସଲ କରୋନା ପଜିଟିଭ ଥିବା ଜଣାପଡିଥିଲା। ତେଣୁ ତାଙ୍କ ସଂସ୍ପର୍ଶରେ ଆସିଥିବାରୁ କାଳେ ଇମ୍ରାନଙ୍କୁ କରୋନା ସଂକ୍ରମଣ ହୋଇଥାଇପାରେ ସେଥିପାଇଁ ତାଙ୍କର ନମୁନା ମଧ୍ୟ ପରୀକ୍ଷା କରାଯାଇଥିଲା।