ଆହୁରି ବିଗିଡ଼ିବ ରାଜ୍ୟ ଅଭିବୃଦ୍ଧି

ଭୁବନେଶ୍ୱର,୧୫।୩ (ବ୍ୟୁରୋ): ରାଜ୍ୟର ଆର୍ଥିକ ଅବସ୍ଥା ସରକାରଙ୍କ ଚିନ୍ତା ବଢ଼ାଇଦେଇଥିବାବେଳେ କର୍ମଚାରୀଙ୍କ ଦରମା, ପେନ୍‌ସନ ଏବଂ ଯୋଜନା ଖର୍ଚ୍ଚ ରାଜକୋଷ ଉପରେ ଅତିରିକ୍ତ ବୋଝ ପାଲଟିଛି। ରାଜସ୍ବ ଆଦାୟ ମଧ୍ୟ ଆଖିଦୃଶିଆ ହେଉନାହିଁ। ରାଜସ୍ବ ଅଭିବୃଦ୍ଧି ୨୮% ଅଧିକ ହେଉଥିବା କୁହାଯାଉଥିଲେ ହେଁ ବାସ୍ତବ ସ୍ଥିତି ଅଲଗା। ରାଜ୍ୟ ଅର୍ଥ ବ୍ୟବସ୍ଥାର ପ୍ରମୁଖ ଭାଗ ଖଣି ଭଳି ଅଣଟିକସ କ୍ଷେତ୍ରରୁ ଆସିଥାଏ। ଖଣିଜ ପଦାର୍ଥର ମାନ୍ଦାବସ୍ଥା ସାଙ୍ଗକୁ ଇସ୍ପାତ ଓ କୋଇଲାର ଚାହିଦା ମଧ୍ୟ ହ୍ରାସ ପାଇଛି। କେନ୍ଦ୍ର ସରକାର ଦେଉଥିବା ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) ବାବଦ କ୍ଷତିପୂରଣ ଉପରେ ରାଜ୍ୟ ଆର୍ଥିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇପଡୁଛି। ଜିଏସ୍‌ଟି ଲାଗୁ ହେବା ପରେ ରାଜ୍ୟଗୁଡ଼ିକ ଯେପରି ରାଜସ୍ବ କ୍ଷତି ନ ସହିବେ ସେଥିପାଇଁ ୫ ବର୍ଷ ସକାଶେ କେନ୍ଦ୍ର ସରକାର ଜିଏସଟି କ୍ଷତିପୂରଣ ଦେଉଛନ୍ତି। ୨୦୧୫-୧୬ ଆର୍ଥିକ ବର୍ଷର ସଂଗୃହୀତ ଟିକସ ପରିମାଣକୁ ମୂଳ ବର୍ଷ ରୂପେ ଧରି ବାର୍ଷିକ ୧୪ ପ୍ରତିଶତ ହାରରେ କେନ୍ଦ୍ର ସରକାର ରାଜ୍ୟକୁ ଜିଏସ୍‌ଟି କ୍ଷତି ଭରଣା କରୁଛନ୍ତି। ଏଥିଯୋଗୁ ରାଜ୍ୟକୁ ପ୍ରାୟ ୪ରୁ ୫ ହଜାର କୋଟି ଟଙ୍କା ଅତିରିକ୍ତ ମିଳୁଛି। ୨୦୨୨-୨୩ ଆର୍ଥିକ ବର୍ଷ ଯାଏ ଏହି କ୍ଷତି ଭରଣା ରାଜ୍ୟ ଅର୍ଥନୀତିକୁ ସମ୍ଭାଳିନେବ ବୋଲି କୁହାଯାଉଛି। ରାଜ୍ୟର ବାର୍ଷିକ ଟିକସ ବୃଦ୍ଧି ପରିମାଣ ୯ ରୁ ୧୦ ପ୍ରତିଶତ ମଧ୍ୟରେ ରହୁଛି। ଜିଏସ୍‌ଟି କ୍ଷତିପୂରଣ ବନ୍ଦ ହେଲେ ରାଜ୍ୟକୁ ସିଧା ୪ ରୁ ୫ ପ୍ରତିଶତ ଆର୍ଥିକ କ୍ଷତି ସହିବାକୁ ପଡ଼ିବ। ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ ରାଜ୍ୟର ଖଣି କ୍ଷେତ୍ରର କଞ୍ଚାମାଲ ସମସ୍ୟା ଯୋଗୁ ଶିଳ୍ପ କ୍ଷେତ୍ର ମଧ୍ୟ ବହୁମାତ୍ରାରେ ପ୍ରଭାବିତ ହୋଇଛି। ୨୦୧୬-୧୭ରେ ରାଜ୍ୟର ଶିଳ୍ପ କ୍ଷେତ୍ରରେ ୩୩.୨ ପ୍ରତିଶତ ରେକର୍ଡ ଅଭିବୃଦ୍ଧି ହୋଇଥିବାବେଳେ ୨୦୧୭-୧୮ରେ ୮.୬%, ୨୦୧୮-୧୯ରେ ୭.୬ ଏବଂ ୨୦୧୯-୨୦ରେ ୫.୯ ପ୍ରତିଶତକୁ ଖସିବ ବୋଲି ଆକଳନ କରାଯାଇଛି। ସରକାର ମଧ୍ୟ ମାନିଛନ୍ତି ଯେ ଖଣି , ମାନୁଫାକ୍ଚରିଂ, ବିଦ୍ୟୁତ୍‌, ଗ୍ୟାସ, ଜଳ ଯୋଗାଣ ଏବଂ ନିର୍ମାଣ କ୍ଷେତ୍ର ଅଭିବୃଦ୍ଧି ହ୍ରାସ ଯୋଗୁ ଶିଳ୍ପ ଅଭିବୃଦ୍ଧି ମାନ୍ଦା ହୋଇଛି । ଖଣି କ୍ଷେତ୍ରର ଅଭିବୃଦ୍ଧି ୨୦୧୬-୧୭ରେ ୧୩.୭୪% ଥିବାବେଳେ ୨୦୧୮-୧୯ରେ ୩.୩୮% ଏବଂ ୨୦୧୯-୨୦ରେ ୩.୪୨%କୁ ଖସିବ ବୋଲି ଆକଳନ କରାଯାଇଛି। କୋଇଲା ଓ କ୍ରୋମାଇଟର ୨୦୧୬-୧୭ରୁ ୨୦୧୭-୧୮ରେ ଯଥାକ୍ରମେ ୩୪ % ଏବଂ ୨୭ ପ୍ରତିଶତକୁ ଖସିଯିବାରୁ ଶିଳ୍ପ କ୍ଷେତ୍ର ଅତିମାତ୍ରାରେ ପ୍ରଭାବିତ ହୋଇଛି। ମାନୁଫାକ୍ଚରିଂ କ୍ଷେତ୍ର ମଧ୍ୟ ଏହି ସମୟରେ ୩୩.୧୭ ପ୍ରତିଶତରୁ ୫.୨୯%କୁ ଖସି ଯାଇଛି । ଆର୍ଥିକ ମାନ୍ଦାବସ୍ଥା ଯୋଗୁ ନିର୍ମାଣ କ୍ଷେତ୍ର ୭.୮୮%ରୁ ୪.୪୨%କୁ ଖସିବ ବୋଲି ଆକଳନ ହୋଇଛି। ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଯୋଗୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ଏଥିଯୋଗୁ ସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର କରିଥିବା ୧୦ଟି ଶିଳ୍ପ ସଂସ୍ଥା ସେମାନଙ୍କର ଉତ୍ପାଦନ ବନ୍ଦ କରିଛନ୍ତି ା କରୋନା ଭୂତାଣୁ ଯୋଗୁ ରାଜ୍ୟ ଅଭିବୃଦ୍ଧି ହାର ଆହୁରି ଖସିଯିବ ବୋଲି ଅର୍ଥନୈତିକ ବିଶାରଦ ଆଶଙ୍କା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୀବ୍ର ହେଉଛି ଯାଜପୁର ରାଜନୀତି: ପ୍ରେସ୍‌ମିଟ୍‌ କରି ଖୁବ୍‌ ବର୍ଷିଲେ ପ୍ରମିଳା, କହିଲେ ଭାଜପା ସରକାର ଆସିବା ପରଠାରୁ…

ଭୁବନେଶ୍ୱର,୨୪ା୧୧: ଯାଜପୁରରେ ରାଜନୀତି ତୀବ୍ର ହେବାରେ ଲାଗିଛି। ଭାଜପା ବିଧାୟକ ହିମାଂଶୁ ସାହୁଙ୍କୁ ମାଡ଼ ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ଚହଳ ପଡ଼ିଛି। ଉଭୟ ଭାଜପା...

କ’ଣ ପଦେ କହିଦେଲେ ବୋଲି…ଜନ୍ମକଲା ବୃଦ୍ଧା ମା’ଙ୍କୁ ପିଟି ପିଟି ମାରିଦେଲେ ପୁଅ

ଅନୁଗୋଳ,୨୪।୧୧( ମାନସ ବିଶ୍ୱାଳ)- ସାମାନ୍ୟ ପାଟି ତୁଣ୍ଡକୁ ନେଇ ମା’କୁ ହତ୍ୟା। ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ସୁସୁଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ...

କ୍ଲାଇମେଟ୍‌ ଚେଞ୍ଜ: ବିଲ୍ଡିଂ ରିଜିଲିଆନ୍ସ ଉପରେ ଆଲୋଚନା, ବିଶେଷଜ୍ଞ ପ୍ୟାନେଲରେ…

ଭୁବନେଶ୍ୱର,୨୪।୧୧: ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ଯୁବପିଢିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସେମାନେ କିଭଳି ଏନେଇ ସଚେତନ ହେବାସହ ଅନ୍ୟମାନଙ୍କୁ ଏଥିରେ ସାମିଲ କରିପାରିବେ...

ଖାତାକୁ ଆସିଲା ସୁଭଦ୍ରା ଟଙ୍କା, ଏଥର ବି କିଛି ହିତାଧିକାରୀ କାହିଁକି ପଡ଼ିଲେ ବାଦ୍‌ ଜାଣି ରଖନ୍ତୁ…

ଭୁବନେଶ୍ୱର,୨୪ା୧୧: ରବିବାର ମଧ୍ୟାହ୍ନରେ ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି ଟଙ୍କା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁନ୍ଦରଗଡ଼ ଗସ୍ତରେ ଯାଇ ...

ଶୁକ୍ରବାରଠାରୁ ଘରୁ ପଳାଇ ଆସିଥିଲେ, ଆଜି ରେଳଧାରଣାରୁ ମିଳିଲା ଖଣ୍ଡବିଖଣ୍ଡିତ ମୃତଦେହ

କେନ୍ଦ୍ରାପଡା, ୨୪।୧୧ (ଜଗନ୍ନାଥ ଧଳ)- କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଗୁଆଳସିଂ ଠାରେ ରେଳଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି l ରେଳଧାରଣାରେ ଯୁବକଙ୍କ...

ହଠାତ୍‌ ଘର ପାର୍କିଂରେ ଜଳିବାକୁ ଲାଗିଲା ୪ଟା ଗାଡ଼ି

ଭୁବନେଶ୍ୱର,୨୪।୧୧: ଘର ପାର୍କିଂରେ ଜଳିଗଲା ୩ଟି ବାଇକ, ଗୋଟିଏ ସ୍କୁଟି। ଏଭଳି ଘଟଣା ଘଟିଛି ଭୁବନେଶ୍ବର ଗୋଠପାଟଣା ଅଞ୍ଚଳରେ । ସନ୍ତୋଷ ମହାନ୍ତି ନାମକ ବ୍ୟକ୍ତିଙ୍କ...

‘ଧରିତ୍ରୀ କ୍ଲାଇମେଟ ଗ୍ରାଣ୍ଟ’ ଆରମ୍ଭ

ଭୁବନେଶ୍ୱର,୨୪।୧୧: ଧରିତ୍ରୀ ୟୁଥ୍‌ କନକ୍ଲେଭ ୨୦୨୪ର ଦ୍ୱିତୀୟ ଦିନର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଭୁବନେଶ୍ୱରର ହୋଟେଲ ସ୍ବସ୍ତି ପ୍ରିମିୟମଠାରେ ‘ଧରିତ୍ରୀ କ୍ଲାଇମେଟ ଗ୍ରାଣ୍ଟ’ର ଅନୁଷ୍ଠିତ ହୋଇଛି...

ହଠାତ୍‌ ଜୁଆଆଡ୍ଡା ଭିତରକୁ ପଶିଲା ପୋଲିସ, ଜଣଙ୍କ ପରେ ଜଣେ ୬୦ ଜଣଙ୍କୁ ମାଡ଼ିବସିଲା

ନୂଆପଡା,୨୪।୧୧(ମକାରୁ ବେମାଲ): ନୂଆପଡ଼ା ଜିଲା ଖରିଆର୍‌ ରୋଡ ଜୋଙ୍କ ଥାନା ଅଞ୍ଚଳରେ ଏକ ଜୁଆଆଡ୍ଡା ଉପରେ ଶନିବାର ବିଳମ୍ବିତ ରାତିରେ ଚଢ଼ାଉ ହୋଇଛି। ଏଥିରେ ୬୦ରୁ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri