ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ୍ ଓ୍ବାର୍ଣ୍ଣର ଏବେ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ଅଛନ୍ତି। ପ୍ରତିଦିନ ସେ ଟିକ୍ଟକ୍ରେ ଭିଡିଓ ପୋଷ୍ଟ କରୁଛନ୍ତି। କେତେବେ ନିଜ ୩ ଝିଅଙ୍କ ସହ ତ ଆଉ କେତେବେଳେ ନିଜ ସ୍ତ୍ରୀଙ୍କ ସହ ଭିଡିଓ କରି ପୋଷ୍ଟ କରୁଛନ୍ତି। ନିକଟରେ ସେ ଏକ ମଜାଦାର ଭିଡିଓ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଭିଡିଓରେ ସେ ସ୍ତ୍ରୀ ଏବଂ୨ ଝିଅଙ୍କ ସହ ପଞ୍ଜାବୀ ଗୀତରେ ଭାଙ୍ଗଡା ନୃତ୍ୟ କରିଛନ୍ତି ଓ୍ବାର୍ଣ୍ଣର। ନିକଟରେ ସେ ଡ୍ରିଲ୍ ମେସିନ୍ ସହାୟତାରେ ମକା ଖାଉ ଥିବାବେଳେ ତାଙ୍କ ଆଗ ଦୁଇ ଦାନ୍ତ ଭାଙ୍ଗି ଯାଇଥିବାର ଏକ ଭିଡିଓ ଫ୍ୟାନ୍ସଙ୍କ ସହ ଶେୟାର କରିଥିଲେ।