Posted inଖେଳ

ଇଣ୍ଡିଆନ ସୁପର୍‌ ଲିଗ୍‌: ଏଟିକେ-ଚେନ୍ନାଇନ ଫାଇନାଲ

କୋଲକାତା, ୯।୩ (ପି.ଟି.)- ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌) ସିଜନ-୬’ର ଫାଇନାଲ ଲାଇନ୍‌ ଅପ୍‌ ଚୂଡ଼ାନ୍ତ ହୋଇଯାଇଛି। ଦୁଇଥରର ଚାମ୍ପିୟନ ଏଟିକେ ଓ ଚେନ୍ନାଇନ ସୁପର୍‌ ଲିଗ୍‌ ଟାଇଟଲ୍‌ ପାଇଁ ପରସ୍ପର ସହ ଲଢ଼ିବେ। ପୂର୍ବରୁ ଏଫ୍‌ସି ଗୋଆକୁ ପରାସ୍ତ କରି ଚେନ୍ନାଇନ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା। ଆସନ୍ତା ଶନିବାର ଫାଇନାଲ ମ୍ୟାଚ୍‌ ଖେଳାଯିବ। ରବିବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲ ୨ୟ ଲେଗ୍‌ ମ୍ୟାଚ୍‌ରେ ଘରୋଇ ଏଟିକେ ୩-୧ ଗୋଲରେ ଡିଫେଣ୍ଡିଂ ଚାମ୍ପିୟନ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରିଥିଲା। ଏଥିପୂର୍ବରୁ ଦୁଇ ଦଳ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଲେଗ୍‌ ମ୍ୟାଚ୍‌ରେ ବେଙ୍ଗାଲୁରୁ ୧-୦ ଗୋଲରେ ବିଜୟୀ ହୋଇଥିଲା। ଫଳରେ ଦୁଇ ଲେଗ୍‌ର ଫଳାଫଳ ଅନୁଯାୟୀ ଏଟିକେ ମୋଟ୍‌ ଉପରେ ୩-୨ ଗୋଲରେ ବେଙ୍ଗାଲୁରୁକୁ ପରାସ୍ତ କରିଛି। ଏହି ପରାଜୟ ସହ ଷ୍ଟାର୍‌ ଖେଳାଳି ସୁନୀଲ ଛେତ୍ରୀଙ୍କ ନେତୃତ୍ୱାଧୀନ ବେଙ୍ଗାଲୁରୁ କ୍ରମାଗତ ୩ୟ ଫାଇନାଲ ଖେଳିବା ଆଶା ଧୂଳିସାତ୍‌ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନର ପୋଲ୍‌ ଖୋଲିଲା: ଭାରତଠାରୁ କିଛି ଶିଖିବାକୁ ପିସିବିକୁ ପରାମର୍ଶ ଦେଲେ ପୂର୍ବତନ କ୍ରିକେଟର୍‌

ଇସଲାମାବାଦ୍‌,୨୪।୯: ପାକିସ୍ତାନ କ୍ରିକେଟ ଦିନକୁ ଦିନ ତଳସ୍ତରକୁ ଯାଉଛି। ୨୦୨୪ ରେ ଅନୁଷ୍ଠିତ ଟି-୨୦ ବିଶ୍ୱକପରେ ପାକିସ୍ତାନକୁ ପ୍ରଥମ ଥର ପାଇଁ ଟୁର୍ନାମେଣ୍ଟରେ ଭାଗ ନେଉଥିବା...

ଚମତ୍କାର ଅନୁଭବ, ସ୍ବପ୍ନ ସାକାର ହୋଇଛି…

ନୂଆଦିଲ୍ଲୀ, ୨୪।୯ ଭାରତୀୟ ମହିଳା ଓ ପୁରୁଷ ଦଳ ପ୍ରଥମଥର ପାଇଁ ଚେସ୍‌ ଅଲିମ୍ପିଆଡ୍‌ରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛି। ଏଥିପାଇଁ ଦେଶର ଚେସ୍‌ ମହଲରେ...

ରୋହିତ ଶର୍ମା ହେଉଛନ୍ତି ହେଉଛନ୍ତି ୨୪ କ୍ୟାରେଟ୍‌ ସୁନା: କାହିଁକି ଏମିତି କହିଲେ ପୂର୍ବତନ କ୍ରିକେଟର୍‌

ନୂଆଦିଲ୍ଲୀ,୨୪।୯: ରୋହିତ ଶର୍ମା ଏବେ ଭାରତର ଟେଷ୍ଟ ଏବଂ ଦିନିକିଆ ଦଳର ଅଧିନାୟକ ଅଛନ୍ତି। ରୋହିତ ଟି-୨୦ ବିଶ୍ୱକପ ୨୦୨୪ ଜିତିବା ପରେ ଅନ୍ତର୍ଜାତୀୟ ଟି-୨୦ରୁ...

ପୁଣି ହୃଦୟ ଜିତିଲେ ଧୋନୀ: ଚେନ୍ନାଇ ସୁପର କିଙ୍ଗ୍ସଠାରୁ ନେବେ ମାତ୍ର ଏତିକି ଟଙ୍କା

ନୂଆଦିଲ୍ଲୀ,୨୩।୯: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଯଦିଓ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ନାହାନ୍ତି, କିନ୍ତୁ ତାଙ୍କ ପ୍ରଶଂସକଙ୍କ...

୯୭ ବର୍ଷର ରେକର୍ଡ ଭାଙ୍ଗିଲା: ଚେସ୍‌ ଅଲିମ୍ପିଆଡ୍‌ରେ ଭାରତ କଲା ଏମିତି କାରନାମା

ନୂଆଦିଲ୍ଲୀ,୨୩।୯: ଚେସ ଅଲିମ୍ପିଆଡ଼ରେ ଭାରତ ଇତିହାସ ସୃଷ୍ଟି କରିଛି। ୯୭ ବର୍ଷରେ ଯାହା ଘଟି ନ ଥିଲା, ଡି ଗୁକେଶ ଏବଂ ଅର୍ଜୁନ ଏରିଗାଇସିଙ୍କୁ ଭାରତ...

୩୪ ଟେଷ୍ଟ ଖେଳି ମହାନ….ଧୋନୀ-ପନ୍ତଙ୍କ ମଧ୍ୟରେ ତୁଳନା ହେବାରୁ ଦୀନେଶ କାର୍ତ୍ତିକ କହିଦେଲେ ମନର କଥା

ନୂଆଦିଲ୍ଲୀ,୨୩।୯: କାର ଦୁର୍ଘଟଣା ପରେ ରିଷଭ ପନ୍ତ ଟେଷ୍ଟ ଫର୍ମାଟରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଚେନ୍ନାଇରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ମାଧ୍ୟମରେ ସେ ଫେରିବା...

କୋହଲି-ରୋହିତ ନୁହେଁ, ଚଳିତବର୍ଷ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌ କରିଛନ୍ତି ସର୍ବାଧିକ ରନ୍‌: ଟପ୍‌ ୩ରେ ଅଛନ୍ତି…

ନୂଆଦିଲ୍ଲୀ,୨୩।୯: ଚେନ୍ନାଇ ଟେଷ୍ଟରେ ବାଂଲାଦେଶ ବିପକ୍ଷ ପ୍ରଥମ ଇନିଂସରେ ଯଶସ୍ବୀ ଜୟସ୍ବାଲ ୫୬ ରନ ସ୍କୋର କରିଥିଲେ। ଦ୍ୱିତୀୟ ଇନିଂସରେ ସେ ୧୦ ରନ ସ୍କୋର...

ବିରାଟ କୋହଲିଙ୍କ ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୨୩।୯: କ୍ରିକେଟ ଖେଳ ବହୁ ବର୍ଷ ପୁରୁଣା। ସମୟ ସହିତ ଖେଳ କ୍ରମାଗତ ଭାବରେ ନିଜକୁ ଉନ୍ନତ କରିଆସୁଛି। ଆଜିର ବ୍ୟାଟ୍ସମ୍ୟାନଙ୍କ ତୁଳନାରେ ଆଜିର ବ୍ୟାଟ୍ସମ୍ୟାନ୍‌ମାନେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri