Posted inଜାତୀୟ

ଇତିହାସ ରଚିବ ଚନ୍ଦ୍ରୟାନ-୨: ଚନ୍ଦ୍ରରେ ପାଦ ଥାପିବ ବିକ୍ରମ

ନୂଆଦିଲ୍ଲୀ,୬ା୯(ପି.ଟି./ଆଇଏଏନ୍‌ଏସ୍‌): ଭାରତର ଦ୍ୱିତୀୟ ଚନ୍ଦ୍ର ମିଶନ ଚନ୍ଦ୍ରୟାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ଶୁକ୍ରବାର ରାତି ୧ଟା ୪୩ ମିନିଟରେ ଚନ୍ଦ୍ରପୃଷ୍ଠରେ ପାଦ ଥାପିବାକୁ ଯାଉଛି। ଜୁଲାଇ ୨୨ରେ ଲଞ୍ଚ ହୋଇଥିବା ଚନ୍ଦ୍ରୟାନ-୨ ଜହ୍ନର ଦକ୍ଷିଣ ମେରୁକୁ ସ୍ପର୍ଶ କରିବ। ସେଠାରେ ବିକ୍ରମଠାରୁ ରୋଭର ‘ପ୍ରଜ୍ଞାନ’ ଅଲଗା ହୋଇ ଜଳର ସନ୍ଧାନ କରିବା ସହ ଅନ୍ୟାନ୍ୟ ବିଷୟ ଉପରେ ଅନୁଧ୍ୟାନ କରିବ। ଭବିଷ୍ୟତରେ ଚନ୍ଦ୍ରକୁ ମଣିଷର ଯାତ୍ରାରେ ଏହା ସହାୟକ ହେବ। ଏଥିପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚନ୍ଦ୍ରରେ ସୂକ୍ଷ୍ମ ଅବତରଣର ଶେଷ ୧୫ ମିନିଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯୋଜନା ଅନୁସାରେ ସବୁ କିଛି ଠିକ୍‌ ଚାଲିଛି ବୋଲି ଶୁକ୍ରବାର ଇସ୍ରୋ ଅଧ୍ୟକ୍ଷ କେ.ଶିବନ୍‌ ସୂଚନା ଦେଇଛନ୍ତି। ଚନ୍ଦ୍ରର ଦକ୍ଷିଣ ମେରୁକୁ ପୂର୍ବରୁ କୌଣସି ଦେଶର ଯାନ ସ୍ପର୍ଶ କରି ନ ଥିବାରୁ ସଦ୍ୟ ମିଶନ ସଫଳ ହେଲେ ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବ। ଏହି ବହୁ ପ୍ରତୀକ୍ଷିତ ମୁହୂର୍ତ୍ତକୁ କେବଳ ଭାରତ ନୁହେଁ, ବରଂ ସାରା ବିଶ୍ୱ ଉତ୍କଣ୍ଠାର ସହିତ ଅପେକ୍ଷା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିଭି ଚ୍ୟାନେଲଗୁଡ଼ିକରେ ଏହାର ସିଧାପ୍ରସାରଣକୁ ଦେଖିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। କର୍ନାଟକର ବେଙ୍ଗାଲୁରୁସ୍ଥିତ ଇସ୍ରୋ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ସହ ଭାରତର ବିଭିନ୍ନ ସ୍ଥାନରୁ ଆସିଥିବା ୭୦ ଛାତ୍ରୀଛାତ୍ର ମଧ୍ୟ ଏହି ଐତିହାସିକ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖି ବିରଳ ଅନୁଭୂତି ସାଉଣ୍ଟିବେ।
୨୦୦୮ ଅକ୍ଟୋବର ୨୨ରେ ଭାରତର ପ୍ରଥମ ଚନ୍ଦ୍ର ମିଶନ ଚନ୍ଦ୍ରଯାନ-୧ର ଉତ୍‌କ୍ଷେପଣ କରାଯାଇଥିଲା। ପ୍ରଥମ ଚନ୍ଦ୍ର ମିଶନର ଅଧୁରା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ଏହାର ପ୍ରାୟ ୧୧ ବର୍ଷ ପରେ ଗତ ଜୁଲାଇ ୨୨ ଅପରାହ୍ନ ୨ଟା ୪୩ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ବନ ମହାକାଶ କେନ୍ଦ୍ରରୁ ଜିଏସ୍‌ଏଲ୍‌ଭି ଏମ୍‌କେ ତୃତୀୟରୁ ଚନ୍ଦ୍ରୟାନ-୨ ଲଞ୍ଚ୍‌ କରାଯାଇଥିଲା। ଚନ୍ଦ୍ରୟାନ-୨ରେ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏକ ଲୁନାର୍‌ ଅର୍ବିଟର, ଲ୍ୟାଣ୍ଡର ଓ ଲୁନାର ରୋଭର ରହିଛି। ଚନ୍ଦ୍ରରେ ଅବସ୍ଥିତି ଚିହ୍ନଟ କରି ଜଳର ସନ୍ଧାନ କରିବା ହେଉଛି ଏହି ମିଶନର ଉଦ୍ଦେଶ୍ୟ। ଶୁକ୍ରବାର ରାତିରେ ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବା ପରେ ତା’ଠାରୁ ରୋଭର ‘ପ୍ରଜ୍ଞାନ’ ଅଲଗା ହେବ। ଚନ୍ଦ୍ରପୃଷ୍ଠରେ ୧୪ ଦିନ (ଚନ୍ଦ୍ରର ଦିନେ) ପାଇଁ ଏହା ରାସାୟନିକ ବିଶ୍ଳେଷଣ କରିବ। ସେଠାରୁ ଚନ୍ଦ୍ରୟାନ-୨ର ଅର୍ବିଟର ଓ ଲ୍ୟାଣ୍ଡର ଜରିଆରେ ପୃଥିବୀକୁ ତଥ୍ୟ ପ୍ରେରଣ କରିବ। ଅର୍ବିଟର ସେଠାରେ ବର୍ଷକ ପାଇଁ କାର୍ଯ୍ୟ କରିବ। ପୂର୍ବରୁ ଚନ୍ଦ୍ରପୃଷ୍ଠରେ ରୁଷିଆ, ଆମେରିକା ଓ ଚାଇନାର ମହାକାଶ ସଂସ୍ଥାଗୁଡ଼ିକର ଯାନ ସୂକ୍ଷ୍ମ ଅବତରଣ କରିଥିବାବେଳେ ଏହି କ୍ଷେତ୍ରରେ ଭାରତ ଚତୁର୍ଥ ରାଷ୍ଟ୍ର ହେବାକୁ ଯାଉଛି। ସେହିପରି ଚନ୍ଦ୍ରରେ ରୋବୋଟିକ୍‌ ରୋଭର କାର୍ଯ୍ୟ କରିବାରେ ଭାରତ ତୃତୀୟ ଦେଶର ମାନ୍ୟତା ଲାଭ କରିବ। କିନ୍ତୁ ପୂର୍ବରୁ ଯାଇଥିବା ସମସ୍ତ ଦେଶର ଚନ୍ଦ୍ରଯାନଗୁଡ଼ିକ ଉତ୍ତର ମେରୁରେ ଅବତରଣ କରିଥିଲେ। ଏବେ ଦକ୍ଷିଣ ମେରୁ ସ୍ପର୍ଶ କରିବାରେ ଭାରତ ପ୍ରଥମ ରାଷ୍ଟ୍ର ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାକୁ ନେଇ ଚମକାଇବା ଭଳି ଭବଷ୍ୟବାଣୀ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୮।୧୨: ନୂଆ ବର୍ଷରେ ଦିଲ୍ଲୀ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହେବାକୁ ଯାଉଛି। ନିର୍ବାଚନ ପାଖେଇ ଆସୁଥିବାରୁ ଆମ ଆଦମୀ ପାର୍ଟି ଭାଜପା ଉପରେ ଆକ୍ରମଣ...

ପଞ୍ଚଭୂତରେ ବିଲୀନ ହେଲେ ମନମୋହନ ସିଂ: ଝିଅ ଦେଲେ ମୁଖାଗ୍ନି

ନୂଆଦିଲ୍ଲୀ,୨୮।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର ଆଜି ଦିଲ୍ଲୀର ନିଗମବୋଧ ଘାଟରେ ରାଜକୀୟ ସମ୍ମାନ ସହ ଶେଷ ହୋଇଛି। ତାଙ୍କ ଝିଅ ପିତାଙ୍କୁ...

ଶିଖ୍‌ ଧର୍ମରେ କିପରି କରାଯାଏ ଅନ୍ତିମ ସଂସ୍କାର, ହିନ୍ଦୁ ଧର୍ମର ରୀତିନୀତି ଠାରୁ ଏହା କେତେ ଅଲଗା

ନୂଆଦିଲ୍ଲୀ,୨୮।୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଡିସେମ୍ବର ୨୬ରେ ଦେହାନ୍ତ ହୋଇଛି। ତେବେ ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯାଉଛି। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ...

ଅନ୍ତିମ ଯାତ୍ରାରେ ବାହାରିଲେ ମନମୋହନ ସିଂ

ନୂଆଦିଲ୍ଲୀ,୨୮।୧୨: ଅନ୍ତିମ ଯାତ୍ରାରେ ବାହାରଛନ୍ତି ମନମୋହନ ସିଂ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆର୍ଥତ୍କ ସଂସ୍କାରର ଅଗ୍ରଦୂତ ଡ. ମନମୋହନ ସିଂ। ନିଗମବୋଧ ଘାଟକୁ ତାଙ୍କ ପାଥିବ...

ଆଜି ମନମୋହନଙ୍କ ଶେଷକୃତ୍ୟ

ନୂଆଦିଲ୍ଲୀ,୨୮ା୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆର୍ଥତ୍କ ସଂସ୍କାରର ଅଗ୍ରଦୂତ ଡ. ମନମୋହନ ସିଂଙ୍କର ଗୁରୁବାର ରାତିରେ ଦିଲ୍ଲୀ ଏମ୍ସରେ ପରଲୋକ ଘଟିଥିଲା। ତାଙ୍କ ବିୟୋଗରେ...

ଭାରତୀୟ କାର୍‌ ବଜାରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ଓସାମୁ ସୁଜୁକିଙ୍କ ପରଲୋକ

ନୂଆଦିଲ୍ଲୀ,୨୮ା୧୨:ମାରୁତି ୮୦୦ କାର୍‌ ଆଣି ଭାରତୀୟ କାର୍‌ ବଜାରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ସୁଜୁକି ମୋଟର କର୍ପୋରେଶନର ପୂର୍ବତନ ଅଧ୍ୟକ୍ଷ ତଥା ସିଇଓ ଓସାମୁ ସୁଜୁକିଙ୍କର...

ସର୍ବଦା ନୀଳ ରଙ୍ଗର ପଗଡ଼ି କାହିଁକି ପିନ୍ଧୁଥିଲେ ମନମୋହନ ସିଂ? ନିଜେ କହିଥିଲେ କାରଣ…

ନୂଆଦିଲ୍ଲୀ,୨୭।୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡା. ମନମୋହନ ସିଂଙ୍କ ଗୁରୁବାର ପରଲୋକ ଘଟିଛି। ୯୨ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି...

ନିଗମବୋଧ ଘାଟରେ ରାଷ୍ଟ୍ରୀୟ ସମ୍ମାନ ସହ ହେବ ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ,୨୭।୧୨: ଦୁଇ ଥର ଭାରତର ପ୍ରଧାନମନ୍ତ୍ରୀ ରହିଥିବା ମନମୋହନ ସିଂଙ୍କ ଗୁରୁବାର ପରଲୋକ ଘଟିଛି। ୯୨ ବର୍ଷ ବୟସ୍କ ମନମୋହନଙ୍କ ସ୍ବାସ୍ଥ୍ୟାବସ୍ଥା ସଂନ୍ଧ୍ୟାରେ ବିଗିଡ଼ିବା ଯୋଗୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri