ପରିବର୍ତ୍ତିତ ଜୀବନ ଶୈଳୀରେ ବିଭିନ୍ନ କାରଣରୁ କେତେକଙ୍କ କ୍ଷେତ୍ରରେ ରକ୍ତଚାପ ଦେଖାଯାଇଥାଏ। ଆୟୁର୍ବେଦରେ ରକ୍ତଚାପରୁ ଦୂରେଇ ରହିବା ପାଇଁ ଅନେକ ସହଜ ଘରୋଇ ଉପଚାର ସମ୍ପର୍କରେ ଉଲ୍ଲେଖ ରହିଛି। ରକ୍ତଚାପ ରୋଗୀଙ୍କ ପାଇଁ ପଣସ ବେଶ୍ ଉପକାରୀ ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ଲୌହସାର ରହିଥାଏ। କଞ୍ଚା ପଣସକୁ ସିଝାଇ ଏହାର ପାଣି ପିଇଲେ ଏହା ରକ୍ତ ସଞ୍ଚାଳନକୁ ସ୍ବାଭାବିକ କରେ। ଫଳରେ ଧମନୀରେ ରକ୍ତ ଚାପ ନିୟନ୍ତ୍ରିତ ହୋଇପାରିଥାଏ। ସେହିପରି ପଣସ ଭାଜି ଅବା ତରକାରି କରି ଖାଇଲେ ମଧ୍ୟ ସୁଫଳ ମିଳିଥାଏ।