ଉଜୁଡୁଛି ଭୂପ୍ରକୃତି, ଠିକା ସଂସ୍ଥା ମାଲାମାଲ

କେନ୍ଦୁଝର, ୨୯।୯ (ସ୍ବ.ପ୍ର.)-ବଣପାହାଡ ଘେରା କେନ୍ଦୁଝର ଜିଲାରେ ଶତାଧିକ ବେଆଇନ ପଥର ଖଣି ଓ କ୍ରଶର ୟୁନିଟ ଚାଲୁଥିବାରୁ ସରକାର ବିପୁଳ ରାଜସ୍ବ ହରାଇବା ସହ ଜଙ୍ଗଲ ଓ ପରିବେଶ କ୍ରମାଗତ ନଷ୍ଟ ହେଉଛି। କେତେକ ସ୍ଥାନରେ ନାମକୁମାତ୍ର ପଥର ଖଣି ନିଲାମ ଦିଆଯାଉଥିବା ବେଳେ ଅନେକ ସ୍ଥାନରେ ଥିବା ଖଣି ଉତ୍ସରୁ ବେଆଇନ ଭାବେ ପଥର ଖନନ କରାଯାଇ ଭୂପ୍ରକୃତିକୁ ଲୁଣ୍ଠନ କରାଯାଉଛି। କ୍ରଶର ୟୁନିଟରେ ଏସବୁ ପଥରରୁ ଚିପ୍ସ ଓ ମେଟାଲ ପ୍ରସ୍ତୁତ କରି ବିଭିନ୍ନ ନିର୍ମାଣ କାର୍ଯ୍ୟ ଲାଗି ଯୋଗାଇ ଦିଆଯାଉଛି। ଏବେ ସରକାରଙ୍କ ବିଭାଗ ଅଧୀନରେ ରାସ୍ତାଘାଟ, ବନ୍ଧବାଡ,କେନାଲ ଓ ଘର ଆଦି ନିର୍ମାଣ କାର୍ଯ୍ୟ ହେଉଥିବାରୁ ଏସବୁ ନିର୍ମାଣ ସାମଗ୍ରୀର ଚାହିଦା ବଢିଛି। ଏହାର ସୁଯୋଗ ନେଇ ପଥର ବେପାରୀମାନେ ମୁନାଫା ଉଠାଉଛନ୍ତି। ତହସିଲ କର୍ତ୍ତୃପକ୍ଷ ଚୋରା ପଥର କାରବାର ରୋକିବାକୁ ଧରପଗଡ କରୁଥିଲେ ମଧ୍ୟ କେବଳ ଜରିମାନା ଆଦାୟ କରି ଗାଡି ଛାଡି ଦେଉଥିବା ଲକ୍ଷ୍ୟ କରାଯାଉଛି। ବେଆଇନ ଭାବେ ଖୋଳାଯାଇ ଅଣାଯାଉଥିବା ପଥରର ମୂଲ୍ୟ କାହାଠାରୁ ଆଦାୟ କରାଯାଉ ନାହଁ। ଅନ୍ୟପକ୍ଷେ ଜିଲାରେ ଥିବା ଅନେକ ପଥର ଖଣିକୁ ନିଲାମ କରାଯାଉ ନ ଥିବାରୁ ସେଠାରୁ ବେଧଡକ ଚୋରା କାରବାର ବଢି ଚାଲିଛି। ଏଭଳି ପରିସ୍ଥିତିରେ ଏହି ଜିଲାରେ ବ୍ୟାପକ ରାଜସ୍ବ ଠକେଇ ହେଉଥିବା ଅଭିଯୋଗ ହେଉଛି।
ଉଲ୍ଲେଖନୀୟ ଯେ, ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ ଉନ୍ନୟନ କାର୍ଯ୍ୟ କରାଯାଉଥିବାରୁ ଏଭଳି ରାଜସ୍ବ ଠକେଇ ରୋକିବାକୁ ସମ୍ପୃକ୍ତ ବିଭାଗ ନିକଟରେ ଦାବି କରାଯାଇଥିଲା। ଏ ଦିଗରେ ବାରମ୍ବାର ଦୃଷ୍ଟି ଆକର୍ଷଣ କରି କୌଣସି ସୁଫଳ ନ ମିଳିବାରୁ ଶେଷରେ ଶଶୀଭୂଷଣ ପଟ୍ଟନାୟକ ନାମକ ଜଣେ ସୂଚନା କର୍ମୀ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ା ଉଚ୍ଚ ନ୍ୟାୟାଳୟ ଏହି ମାମଲାର ଶୁଣାଣି କରିବା ଲାଗି କେନ୍ଦୁଝର ଜିଲାପାଳଙ୍କୁ ଆଦେଶ ଦେଇଥିଲେ ା ତଦନୁଯାୟୀ ଜିଲାପାଳ ଆଶିଷ ଥାକରେ ଏଠାରେ ଅଭିଯୋଗକାରୀଙ୍କ ଆପତ୍ତି ଶୁଣିବା ପରେ ଓଡ଼ିଶା ମାଇନିଂ ଆଣ୍ଡ ମିନେରାଲ କନସେସନ ରୁଲ୍‌ ୨୦୧୬ର ୫୮ ଧାରା ଅନୁଯାୟୀ ନୀତିନିୟମ ପାଳନ କରି ରାଜସ୍ବ ଆଦାୟ କରିବାକୁ ଗତ ଜୁଲାଇ ୮ ତାରିଖରେ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏ ବାବଦରେ ସେ ହାଇକୋର୍ଟଙ୍କୁ ମଧ୍ୟ ଜଣାଇଥିଲେ। ଏ ବାବଦରେ ଯେପରି ସରକାରଙ୍କ ରାଜସ୍ବ ହାନି ନ ହୁଏ ସେଦିଗରେ ଉଚିତ ପଦକ୍ଷେପ ନେବାକୁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଥିଲେ। ଏହାପରେ ଅଢେଇମାସରୁ ଅଧିକ ଦିନ ଅତିକ୍ରମ କରି ସାରିଲାଣି। ସମ୍ପୃକ୍ତ ବିଭାଗ ଏ ନେଇ ଉଚ୍ଚ ଅଧିକାରୀଙ୍କ ମତାମତ ଲୋଡା ଯାଇଥିବା କହି ନୀରବତା ଅବଲମ୍ବନ କରୁଥିବାରୁ ଅଦ୍ୟାବଧି ଚୋରା ଚାଲାଣକାରୀଙ୍କଠାରୁ ନିର୍ମାଣ ସାମଗ୍ରୀର ମୂଲ୍ୟ ଆଦାୟ ହୋଇପାରୁ ନାହିଁ । ମେଟାଲ, ଚିପସ, ବାଲି ଆଦି ଲଘୁ ଖଣିଜ ଦ୍ରବ୍ୟ ବାବଦକୁ ଜିଲାରେ ରୟାଲ୍‌ଟି ଆଦାୟ ହେଉଥିଲେ ବି ଅଣ ଅନୁମୋଦିନ ସ୍ଥାନରୁ ଅଣାଯାଉଥିବା ସାମଗ୍ରୀର ମୂଲ୍ୟ ଆଦାୟ ନ ହେବା ବିଡମ୍ବନାର କାରଣ ପାଲଟିଛି। ସରକାର ଏଥିଲାଗି ରାଜସ୍ବ ହରାଉଥିବା ବେଳେ କେବଳ ଠିକା ସଂସ୍ଥା ମାଲାମାଲ ହେଉଛନ୍ତି। ଏ ସମ୍ପର୍କରେ କେନ୍ଦୁଝର ଅତିରିକ୍ତ ଜିଲାପାଳ ଡ. ଭକ୍ତଚରଣ ପ୍ରଧାନଙ୍କୁ ପଚାରିବାରୁ କହିଛନ୍ତି, ରୟାଲିଟି ସହିତ ଲଘୁ ଖଣିଜ ଦ୍ରବ୍ୟର ମୂଲ୍ୟ ଆଦାୟ ହେବା କଥା। ଏ ଦିଗରେ ସେ ଦୃଷ୍ଟି ଦେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଜନ୍ମଦିନକୁ ବିରୋଧ କରି ଚା’ ବିକିଲେ ଯୁବ କଂଗ୍ରେସ

କେନ୍ଦୁଝର,୧୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶରେ ହୁ ହୁ ହୋଇ ଶିକ୍ଷିତ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି। ଯାହାକି ଯୁବତୀ, ଯୁବକମାନଙ୍କ ମଧ୍ୟରେ ଚିନ୍ତାର କାରଣ ହୋଇଛି।...

ଲଘୁଚାପ ଲଗାଣ ବର୍ଷା: ଭାଙ୍ଗିଲା ଘର, ବାସହରା ହେଲେ ପରିବାର

ମୋରଡ଼ା,୧୬।୯(ସ୍ମାରକ ମାଜୀ): ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ୩ ଦିନ ହେବ ବର୍ଷା ଲାଗି ରହିଛି l ହେଲେ ପ୍ରବଳ ବର୍ଷାକୁ ଦୃଷ୍ଟିରେ...

ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ଧାନ ବସ୍ତାରେ ଥିବା ଟଙ୍କା ଖାଇଗଲେ

କେନ୍ଦୁଝର,୧୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳରେ ହାତୀଙ୍କ ଉପଦ୍ରଵ ବଢ଼ିବାରେ ଲାଗିଛି। ଫଳରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି। ଖାଦ୍ୟ ଅନ୍ବେଷଣରେ ଜଙ୍ଗଲରୁ...

ସବୁଠି ଦେବଶିଳ୍ପୀଙ୍କୁ ଆହ୍ବାନ

କେନ୍ଦୁଝର,୧୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଖଣି ଖାଦାନ ଜିଲା ହୋଇଥିବା ବେଳେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଜିଲାର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ...

ବ୍ରିଜ୍‌ ଉପରେ ୪ ଫୁଟର ପାଣି, କେନ୍ଦୁଝର-ମୟୂରଭଞ୍ଜକୁ ଯୋଗାଯୋଗ ବିଚ୍ଛିନ୍ନ

ପାଟଣା,୧୬ା୯(ବୀରକିଶୋର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଦାମାହୁଦା ପଞ୍ଚାୟତ କୁମୂଳା ବାହାଳୀ ଓ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ...

‘ସୁଭଦ୍ରା ଯୋଜନାରେ ମହିଳାମାନେ ଠକାମିର ଶିକାର ନ ହୁଅନ୍ତୁ’

କେନ୍ଦୁଝର,୧୫।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ପ୍ରତ୍ୟେକ ମହିଳା ହେବେ ସ୍ବାବଲମ୍ବୀ ଏବଂ ସଶକ୍ତ, ଏହି ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା...

କାଠ ଫାଳିଆରେ ପିଟି ମା’ଙ୍କୁ ହତ୍ୟା

ଯୋଡ଼ା,୧୪ା୯(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ଲହଣ୍ଡା ମୁଣ୍ଡା ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶନିବାର ସନ୍ଧ୍ୟା ୭ଟାରେ ସାହିର ଜନୈକ...

ଶୁଣିଲାନି ପ୍ରଶାସନ: ରାସ୍ତା ନିର୍ମାଣ କଲେ ମହିଳା ଗୋଷ୍ଠୀ

କେନ୍ଦୁଝର,୧୩।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଜୁଙ୍ଗା ପଞ୍ଚାୟତ ଅଧୀନ ଡୁମୁରିନାଳି ଗ୍ରାମର ମା’ ଜଙ୍ଗଲ ଜନନୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri