ଉଡ଼ନ୍ତା ପାଉଁଶରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ

”ଆମ ପରିବେଶର ଏକ ପ୍ରମୁଖ ସମସ୍ୟା ଭାବରେ ଉଡ଼ନ୍ତା ପାଉଁଶ ଉଭାହୋଇଛି। ଏକବିଂଶ ଶତାବ୍ଦୀର ଦ୍ରୁତ ଶିଳ୍ପାୟନ ଫଳରେ ଏହା ଆମ ଆଗରେ ଏକ ପ୍ରମୁଖ ସମସ୍ୟା ହୋଇ ରହିଆସିଛି। ବିଶେଷକରି ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ବାହାରୁଥିବା ଏହି ପାଉଁଶ କେବଳ ମୃତ୍ତିକା ପାଇଁ ନୁହେଁ ବରଂ ପରିବେଶ ପାଇଁ ମଧ୍ୟ ଏକ କ୍ଷତିକାରକ ପଦାର୍ଥ।“

ଆମ ପରିବେଶର ଏକ ପ୍ରମୁଖ ସମସ୍ୟା ଭାବରେ ଉଡ଼ନ୍ତା ପାଉଁଶ ଉଭାହୋଇଛି। ଏକବିଂଶ ଶତାବ୍ଦୀର ଦ୍ରୁତ ଶିଳ୍ପାୟନ ଫଳରେ ଏହା ଆମ ଆଗରେ ଏକ ପ୍ରମୁଖ ସମସ୍ୟା ହୋଇ ରହିଆସିଛି। ବିଶେଷକରି ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ବାହାରୁଥିବା ଏହି ପାଉଁଶ କେବଳ ମୃତ୍ତିକା ପାଇଁ ନୁହେଁ ବରଂ ପରିବେଶ ପାଇଁ ମଧ୍ୟ ଏକ କ୍ଷତିକାରକ ପଦାର୍ଥ।
କିନ୍ତୁ ବର୍ତ୍ତମାନ ଏହି ସମସ୍ୟାରୁ ଏକ ସମାଧାନ ବାହାର କରିଛନ୍ତି ହାଇଦ୍ରାବାଦସ୍ଥିତ ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନର ଗବେଷକ। ପ୍ରତିଷ୍ଠାନର ଗବେଷକ ଡଃ. ମୁଦ୍ରିକା ଖଣ୍ଡଓ୍ବୋଲ ଓ ଡ. ଅତୁଲ ସୁରେଶ ଦେଶପାଣ୍ଡେଙ୍କ ମତରେ ଆମେ ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ବାହାରୁଥିବା ପାଉଁଶରୁ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ତିଆରି କରିପାରିବା। ଏହା ପୁଣି ଅପେକ୍ଷାକୃତ କମ୍‌ ଖର୍ଚ୍ଚରେ। କେବଳ ସେତିକି ନୁହେଁ, ଜଳ ନିରୋଧୀ ପଦାର୍ଥ (ଓ୍ବାଟର ପ୍ରୁଫ୍‌) ଏଥିରୁ ସହଜରେ ତିଆରି କରାଯାଇପାରିବ।
ଆମେ ଆମର ନିତ୍ୟ ବ୍ୟବହାର ପାଇଁ ସାବୁନ ଏବଂ ଶାମ୍ପୁ ଦେହରେ ପ୍ରଲେପ କରିଥାଉ। ଏହାଦ୍ୱାରା ଆମକୁ ସତେଜ ଓ ଫୁର୍ତ୍ତି ଲାଗିଥାଏ। ତେବେ ଏହି ସାବୁନ ଓ ଶାମ୍ପୁ ତିଆରି କରିବା ପାଇଁ ଷ୍ଟିଅରିକ୍‌ ଏସିଡ୍‌ ବ୍ୟବହାର କରାଯାଇଥାଏ। ଷ୍ଟିଅରିକ୍‌ ଏସିଡ୍‌ର ଗୁଣ ହେଲା ଏହା ଶରୀର ତଥା ଲୁଗାର ମଇଳା/ଅପରିଷ୍କାର ଅଂଶକୁ ଅଲଗା କରିଥାଏ। ଫଳରେ ତେଲ ଓ ପାଣିର ମିଶ୍ରଣରେ ଯେପରି ତେଲ ଓ ପାଣି ସହଜରେ ପୃଥକ୍‌ ହୋଇଯାଏ, ଠିକ୍‌ ସେହିପରି ଷ୍ଟ୍ରିଅରିକ୍‌ ଏସିଡ୍‌ କାମ କରିଥାଏ। ଷ୍ଟିଅରିକ୍‌ ଏସିଡ୍‌ ଓ ଉଡ଼ନ୍ତା ପାଉଁଶର ସମ୍ମିଶ୍ରଣରେ ବୈଜ୍ଞାନିକମାନେ ଉଡ଼ନ୍ତା ପାଉଁଶର ଏକ ବିଶେଷ କଣିକା ପ୍ରସ୍ତୁତ କରିପାରିଛନ୍ତି।
ବୈଜ୍ଞାନିକମାନେ ସର୍ବଦା ପ୍ରକୃତିକୁ ଅନୁକରଣ ତଥା ଗବେଷଣାକରି ନୂଆ ନୂଆ ଚିନ୍ତା ଓ ପରିକଳ୍ପନା କରିପାରନ୍ତି, ଯାହାକି ସେମାନଙ୍କୁ ଏକ ନୂତନ ଉଦ୍ଭାବନ ଆଡ଼କୁ ଟାଣିନିଏ। ଉଡ଼ନ୍ତା ପାଉଁଶର ବିବିଧ ରୂପ ଅନୁସାରେ ବିଭିନ୍ନ ଆକାର ଓ ପ୍ରକାରର ପଦାର୍ଥ ତିଆରି କରାଯାଇପାରିବ, ଯେପରିକି ପଦ୍ମଫୁଲର ପତ୍ର। ଏ ଭିତରକୁ ପାଣି ଆଦୌ ସହଜରେ ପଶିପାରେ ନାହିଁ। ସେହିପରି, ଯେତେବେଳେ ଉଡ଼ନ୍ତା ପାଉଁଶର ଆଉ ଏକ ରୂପ ରହେ। ଫଳରେ ଏହା ଗୋଲାପଫୁଲର ପତ୍ର ପରି କାର୍ଯ୍ୟ କରିବ।
ଏହାକୁ ଆମେ ସହଜରେ ବୁଝିପାରିବା। ପତ୍ରର କୌଣସି ଅଂଶରେ ପାଣି ପଡ଼ିଲେ ଏହା ସାଧାରଣତଃ ମଝିରେ ଜମା ହୁଏ ଏବଂ ମଝିରେ ଅପେକ୍ଷାକୃତ ମୋଟା ଅଂଶ ଥାଏ; ଯାହାର ଫଳ ସ୍ବରୂପ ପାଣି ପତ୍ରର ଆରପାରିକୁ ଯାଇପାରେ ନାହିଁ। ପାଣିକୁ ଶୋଷିପାରେ ନାହିଁ। ଏହାର ବ୍ୟାପକ ପ୍ରସ୍ତୁତି ପାଇଁ ବୈଜ୍ଞାନିକମାନେ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ଏମିତି ବି ଉଡ଼ନ୍ତା ପାଉଁଶ ଏକ ଅବ୍ୟବହୃତ ପଦାର୍ଥ ଏବଂ ଷ୍ଟିଅରିକ୍‌ ଏସିଡ୍‌ ମଧ୍ୟ ସ୍ବଳ୍ପ ମୂଲ୍ୟରେ ଉପଲବ୍ଧ।

ବିରାଟ ରାଜା ପଧାନ
-ବେଙ୍କମୁରା,ଝାରସୁଗୁଡ଼ା


Enter your email to get our daily news in your inbox.

All Right Reserved By Dharitri.Com

୨୦୨୪ ଶେଷ ସପ୍ତାହରେ ଏହି ୬ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ହେବ ଧନ ବର୍ଷା

ଆଉ କିଛିଦିନ ପରେ ଆରମ୍ଭ ହେବ ଇଂରାଜୀ ନବବର୍ଷ। ଏବେ ଡିସେମ୍ବର ସରିବାକୁ ଯାଉଛି। ତେବେ ଏହି ମାସର ଶେଷ ସପ୍ତାହ ଅର୍ଥାତ୍‌ ୨୩ ଡିସେମ୍ବରରୁ...

ବିବାହ କରିବାକୁ ଯାଉଛନ୍ତି କି? ଜୀବନସାଥୀଙ୍କ ବିଷୟରେ ଏହି ୫ କଥା ଜାଣିନିଅନ୍ତୁ , ନଚେତ…

ମହାନ ରାଜନେତା ତଥା କୂଟନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ବାଳକ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ଭାରତର ସମ୍ରାଟ କରିଥିଲେ। ତାଙ୍କର ନୀତି ମନୁଷ୍ୟ ଜୀବନକୁ ସରସ ସୁନ୍ଦର କରିବା...

ଖାଲି ପ୍ରେମ ନୁହେଁ, ପୁରୁଷସାଥୀଙ୍କ ଭିତରେ ଏସବୁ ଗୁଣକୁ ଖୋଜିଥାନ୍ତି ମହିଳା…

ଖାଲି ପ୍ରେମରେ କଥା ଚଳେନାହିଁ, ସମ୍ପର୍କକୁ ହୃଷ୍ଟପୃଷ୍ଟ କରିବା ଲାଗି ଅନେକ ଜିନିଷ ଲୋଡା। ବିଶେଷକରି ମହିଳାମାନେ ନିଜ ସାଥୀଙ୍କଠାରୁ ପ୍ରେମ ବ୍ୟତିତ ଅନ୍ୟ ଗୁଣକୁ...

ଶିଡ଼ି ତଳେ ଏସବୁ ରଖୁଛନ୍ତି କି? ମାଡ଼ି ଆସିବ ଦାରିଦ୍ରତା, ଘରେ ବଢ଼ିବ….

ସ୍ଥାନର ଅଭାବ ଯୋଗୁ କିଛି ଲୋକ ଶିଡ଼ି ତଳେ ଥିବା ଖାଲି ସ୍ଥାନକୁ ଜିନିଷ ରଖିବା ପାଇଁ ବ୍ୟବହାର କରିଥାନ୍ତି ତ ଆଉ କିଛି ଲୋକ...

ଶୀତଦିନେ କେମିତି ନେବେ କେଶର ଯତ୍ନ

ଶୀତଦିନେ ତ୍ୱଚା ଭଳି କେଶ ମଧ୍ୟ ରୁକ୍ଷ ହୋଇଯାଏ। ତେଣୁ ଏହାର ଉପଯୁକ୍ତ ଯତ୍ନ ନେବାକୁ ହେବ। ଏଥିପାଇଁ ଜାଣି ରଖନ୍ତୁ କିଛି ଟିପ୍ସ… -କେଶକୁ...

ତରକାରିରେ ଲୁଣ ଅଧିକ ହୋଇଯାଇଥିଲେ.. ଆପଣାନ୍ତୁ ଏହି ଉପାୟ

– ତରକାରିରେ ଯଦି ଲୁଣ ଅଧିକ ହୋଇଯାଇଥାଏ ତେବେ ସେଥିରେ କଞ୍ଚାଆଳୁକୁ କାଟି ପକାଇ ଦିଅନ୍ତୁ। ତରକାରିର ମାତ୍ରା ଅନୁସାରେ ଆଳୁ ଖଣ୍ଡେ ଅବା ୨ଖଣ୍ଡ...

ଶରୀରରେ ଜଳୀୟ ଅଂଶ କମିଲେ ଦେଖାଦିଏ ଏସବୁ…

ବିଭିନ୍ନ କାରଣରୁ ଅନେକ ଲୋକଙ୍କର ପାଟିରେ ଘା’ ହୋଇଥାଏ। ବେଳେବେଳେ ଏହି ଘା’ ବଡ଼ ହୋଇ କ୍ୟାନ୍‌ସରର ରୂପେ ନିଏ। ସେଥିପାଇଁ ପାଟିରେ ଘା’ ହେଲେ...

ଖାଦ୍ୟରେ ଗ୍ଲାଇସିମିକ୍‌ ଇଣ୍ଡେକ୍ସ ଓ ଡାଇବେଟିସ୍‌ ନିୟନ୍ତ୍ରଣ

ତେବେ ଜି.ଆଇ. ମୂଲ୍ୟ ପ୍ରାୟତଃ ବ୍ୟବହୃତ ହୋଇ ଆସୁଥିଲେ ମଧ୍ୟ ବିଭିନ୍ନ ଖାଦ୍ୟଦ୍ରବ୍ୟରେ କାର୍ବୋହାଇଡ୍ରେଟ୍‌ର ପରିମାଣରେ ପରିଲକ୍ଷିତ ହୋଇଥାଏ ଖୁବ୍‌ ବିଭିନ୍ନତା। ତେଣୁ ରକ୍ତ ଗ୍ଲୁକୋଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri