ଲାଗୋସ,୨୧।୭: ନାଇଜେରିଆ ସମାଚାର ଏଜେନ୍ସିର ସୂଚନା ଅନୁଯାୟୀ, ଶୁକ୍ରବାର ମୁର୍ତଲା ମହମ୍ମଦ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଅଜମାନ ଏୟାର ଲାଇନ୍ସର ଏକ ବିମାନ ଉଡିବା ଲାଗି କ୍ଲିଅରାନ୍ସକୁ ଅପେକ୍ଷା କରିଥିଲା। ଏହି ସମୟରେ ଜଣେ ବ୍ୟକ୍ତିି ଉକ୍ତ ବିମାନର ପଙ୍ଖା ଉପରେ ଚଢି ଯାଇଥିବା ନଜର ଆସିଥିଲା। ତେବେ ବିମାନଟି ଉଡିବାକୁ ଥିବା ବେଳେ ଏହି ଅଜଣା ବ୍ୟକ୍ତି ଜଣକ ରନଓ୍ବେକୁ ଆସିଯିବା ଦେଖି ପାଇଲଟ ବିମାନର ଇଞ୍ଜିନକୁ ବନ୍ଦ କରି ଦେଇଥିଲେ। ଏହାପରେ ଉକ୍ତ ବ୍ୟକ୍ତି ବିମାନର ପଙ୍ଖା ଉପରେ ଚଢିଯିବା ସହ ବିମାନ ମଧ୍ୟକୁ ପ୍ରବେଶ ଉଦ୍ୟମ କରିଥିବା ଦେଖାଯାଇଥିଲା। ବିମାନରେ ଥିବା ଯାତ୍ରୀ ଡରି ଯାଇଥିବା ବେଳେ ଜଣେ ବ୍ୟକ୍ତି ଏହାର ଭିଡିଓ କରି ସୋସିଆଲ ମିଡିଆର ପୋଷ୍ଟ କରିବାରୁ ଏବେ ଏହା ଭାଇରାଲ ହେବାରେ ଲାଗିଛି।