Posted inଫୁରସତ

ଉଡୁପୀ ଶ୍ରୀକୃଷ୍ଣ ମଠ: କେବେ ଓ କେମିତି ଯିବେ

କର୍ନାଟକ ରାଜ୍ୟର ଉଡୁପୀ ସହରରେ ଭଗବାନ ଶ୍ରୀକୃଷ୍ଣଙ୍କୁ ସମର୍ପିତ ଏକ ପ୍ରସିଦ୍ଧ ହିନ୍ଦୁ ମନ୍ଦିର ରହିଛି, ଯାହାର ନାମ ହେଉଛି ଉଡୁପୀ ଶ୍ରୀକୃଷ୍ଣ ମଠ(ମନ୍ଦିର)। ଏହି ମଠର ପରିସର ଦେଖିବା ପାଇଁ ଏକ ଆଶ୍ରମ ସଦୃଶ। ଫଳରେ ଏଭଳି ଏକ ପବିତ୍ର ସ୍ଥଳରେ କିଛି ସମୟ ବସି ପ୍ରଭୁଙ୍କୁ ଉପାସନା କରିବାକୁ ଭକ୍ତଙ୍କର ଯା’ଆସ ଏଠାରେ ଲାଗି ରହିଥାଏ। ତା’ଛଡ଼ା ଶ୍ରୀକଷ୍ଣଙ୍କର ଏହି ପବିତ୍ର ମଠ ବ୍ୟତୀତ ଏଠାରେ ଆହୁରି ଅନେକ ପ୍ରାଚୀନ ମଠ, ମନ୍ଦିର ମଧ୍ୟ ଦେଖିବାକୁ ମିଳିଥାଏ। ତନ୍ମଧ୍ୟରୁ ପ୍ରାୟ ହଜାରେ ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ଉଡୁପୀ ଅନନ୍ତେଶ୍ୱର ମନ୍ଦିର ଅନ୍ୟତମ।

ଇତିହାସ
ବୈଷ୍ଣବ ସନ୍ଥ ଜଗଦ୍‌ଗୁରୁ ଶ୍ରୀ ମାଧଓ୍ବାଚାର୍ଯ୍ୟଙ୍କ ଦ୍ୱାରା ତ୍ରୟୋଦଶ ଶତାବ୍ଦୀ ସମୟରେ ଏହି ମନ୍ଦିରଟି ନିର୍ମିତ ହୋଇଥିଲା। କିମ୍ବଦନ୍ତୀରୁ ଯାହା ଜଣାଯାଏ, ଏକଦା ପ୍ରଭୁ ଶ୍ରୀକୃଷ୍ଣଙ୍କର ଜଣେ ପରମ ଭକ୍ତଙ୍କୁ କୌଣସି କାରଣ ପାଇଁ ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ବାରଣ କରାଯାଇଥିଲା। ପ୍ରଭୁଙ୍କୁ ନ ଦେଖି ଭକ୍ତ ଜଣଙ୍କ ଦୁଃଖ ମନରେ ଭଗବାନଙ୍କୁ ସ୍ମରଣ କରିବାକୁ ଲାଗିଲେ। ଭକ୍ତିଭାବରେ ବନ୍ଧା ପ୍ରଭୁ ଶ୍ରୀକୃଷ୍ଣ ତାଙ୍କର ଏହି ପରମ ଭକ୍ତଙ୍କର ଗୁହାରିକୁ ଶୁଣି ତାଙ୍କୁ ନିଜର ସ୍ବର୍ଗୀୟ ରୂପ ଦେଖାଇବା ପାଇଁ ମଠରେ ଥିବା ଝରକା ସଦୃଶ ଏକ କାନ୍ଥରେ ଛୋଟ ଛୋଟ ନଅଟି କଣା କରିଦେଲେ। ଆଶ୍ଚର୍ଯ୍ୟର ବିଷୟ ସେବେଠାରୁ ସେହି ନଅଟି କଣାଦେଇ ପ୍ରଭୁଙ୍କୁ ଏଠାରେ ଉପାସନା କରାଯାଉଛି। ଆଉ ସେହି ନଅଟି କଣାକୁ ନବଗ୍ରହଙ୍କ ସହ ତୁଳନା କରି ନବଗ୍ରହ କିଣ୍ଡି ନାମରେ ନାମିତ କରାଯାଇଛି।

ମନ୍ଦିର ସମ୍ପର୍କରେ
ଉଡୁପୀ ଶ୍ରୀକୃଷ୍ଣ ମଠର ଧାର୍ମିକ ରୀତିନୀତି, ପରମ୍ପରା ତଥା ମହିମା ସମଗ୍ର ଭାରତ ବର୍ଷରେ ବେଶ୍‌ ପରିଚିତ। ସୂଚନାନୁଯାୟୀ, ଏହି ମଠ(ମନ୍ଦିର)ର ପରିଚାଳନା ତଥା ପ୍ରଭୁଙ୍କ ସେବାକାର୍ଯ୍ୟର ସମସ୍ତ ଦାୟିତ୍ୱ ଏଠାରେ ଥିବା ଅନ୍ୟ ଆଠଟି ମଠ (ମନ୍ଦିର)ଉପରେ ନ୍ୟସ୍ତ କରାଯାଇଛି। ସେହି ଆଠଟି ମଠ ହେଉଛି ପିଜାଭରା, ପୁଟ୍ଟିଗେ, ପଲିମାରୁ, ଅଡାମାରୁ, ସୋଢେ, କନିୟୁରୁ, ଶିରୁର ଏବଂ କ୍ରିଷ୍ଣାପୁରା। ପ୍ରତି ମଠ ଚକ୍ରିୟ କ୍ରମରେ ଦୁଇ ବର୍ଷ ଲେଖାଏଁ ଶ୍ରୀକୃଷ୍ଣ ମଠର ସମସ୍ତ ଦାୟିତ୍ୱ ସମ୍ପାଦନ କରିଥାନ୍ତି। ଆଉ ପ୍ରତି ମଠରେ ଜଣେ ଜଣେ ସ୍ବାମୀଜୀ ରହି ଏହି ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇଥାନ୍ତି।

ପର୍ବପର୍ବାଣି
ପ୍ରତି ଦୁଇ ବର୍ଷକୁ ଥରେ ଏଠାରେ ପାଳିତ ହେଉଥିବା ପର୍ଯ୍ୟାୟା ନାମକ ଉତ୍ସବ ସମୟରେ, ଉଡୁପୀ ଶ୍ରୀକୃଷ୍ଣ ମନ୍ଦିରର ପରିଚାଳନା ଦାୟିତ୍ୱକୁ ଗୋଟିଏ ମଠରୁ ଆଉ ଏକ ମଠକୁ ହସ୍ତାନ୍ତର କରାଯାଇଥାଏ। ଏହି ଉତ୍ସବ ଏଠାକାର ଏକ ପ୍ରମୁଖ ଉତ୍ସବ। ସେହିପରି ମକର ସଂକ୍ରାନ୍ତି, ରଥ ସପ୍ତମୀ, ମାଧବ ନବମୀ, ହନୁମାନ ଜୟନ୍ତୀ, ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ନବରାତ୍ର ମହୋତ୍ସବ, ବିଜୟା ଦଶମୀ, ନରକ ଚତୁଃଦର୍ଶୀ, ଦୀପାବଳି, ଗୀତା ଜୟନ୍ତୀ ଇତ୍ୟାଦିକୁ ମଧ୍ୟ ଏଠାରେ ବେଶ୍‌ ଧୂମ୍‌ଧାମ୍‌ରେ ପାଳନ କରାଯାଇଥାଏ।

କେବେ ଓ କେମିତି ଯିବେ
ବର୍ଷର ଯେତେବେଳେ ଚାହିଁବେ, ସେତେବେଳେ ଏହି ମନ୍ଦିରକୁ ବୁଲିବାକୁ ଯାଇପାରିବେ। ତେବେ ବିଶେଷ ପର୍ବପର୍ବାଣି ସମୟରେ ଏଠାକୁ ଗଲେ, ଭଗବାନଙ୍କର ଅନେକ ନିଆରା ରୀତିନୀତି ଦେଖିବା ସହ ପ୍ରସାଦ ସେବନ କରିବାର ସୁଯୋଗ ମିଳିଥାଏ। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ମଧ୍ୟ ବେଶ୍‌ ଭଲ ବ୍ୟବସ୍ଥା ରହିଛି। ଉଡୁପୀ ରେଲଓ୍ବେ ଷ୍ଟେଶନ ହେଉଛି ଏହାର ନିକଟତମ ରେଳଷ୍ଟେଶନ। ସେଠାରୁ ଟ୍ୟାକ୍ସି ସାହାଯ୍ୟରେ ମନ୍ଦିର ନିକଟକୁ ଯାଇହେବ। ଅନ୍ୟପକ୍ଷେ ମାଙ୍ଗାଲୋର୍‌ ଇଣ୍ଟର ନ୍ୟାଶନାଲ୍‌ ଏୟାର୍‌ପୋର୍ଟ ହେଉଛି ଏହାର ନିକଟତମ ବିମାନବନ୍ଦର। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଟୁରିଷ୍ଟ ବସ୍‌ ବି ଯା’ଆସ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତିରେ ଭିତରକନିକା…

କେନ୍ଦ୍ରାପଡ଼ା ଜିଲାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପ୍ରକୃତିପ୍ରେମୀଙ୍କୁ ସର୍ବଦା ଆକୃଷ୍ଟ କରିଆସୁଛି। ଏହି ଆର୍ଦ୍ରଭୂମିରେ ୭୨ ପ୍ରକାର ହେନ୍ତାଳ ଜାତୀୟ ବିରଳ...

ପିଲାଙ୍କ ପାଠପଢ଼ା ଚାଲିଥିବା ବେଳେ ହଠାତ୍‌ କ୍ଲାସ୍‌ରୁମ୍‌ ଏସିରୁ ବାହାରିଲା ସାପ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୦ା୯: ନୋଏଡାର ଘରୋଇ ବିଶ୍ୱବିଦ୍ୟାଳୟର ଏକ କ୍ଲାସ୍‌ରୁମ୍‌ର ଏସିରୁ ହଠାତ୍‌ ଗୋଟିଏ ସାପ ବାହାରିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପିଲାମାନେ ଭୟଭୀତ ହୋଇ ଡେସ୍କ...

ମୃତ୍ୟୁ ପରେ ମୃତଦେହକୁ କାଟି ଖାଇଯାନ୍ତି ଏହି ଲୋକ, ଅଦ୍ଭୁତ ପରମ୍ପରାକୁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୃତ୍ୟୁ ପରେ, ପୃଥିବୀର ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ଉପାୟରେ ଶବଦାହ କରନ୍ତି। କେତେକ ସ୍ଥାନରେ, ଶେଷ ରୀତିନୀତି କରିବାର ପ୍ରକ୍ରିୟା ଏପରି ଯେ ଏହା...

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି।...

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri