Posted inଜାତୀୟ

ଉନ୍ନାଓ ବଳାତ୍କାର ମାମଲାର ଦୋଷୀ କୁଲଦୀପଙ୍କ ସରିଲା ବିଧାନସଭା ସଦସ୍ୟତା

ଲକ୍ଷ୍ନୌ,୨୫।୨: ଉତ୍ତରପ୍ରଦେଶର ଚର୍ଚ୍ଚିତ ଉନ୍ନାଓ ବଳାତ୍କାର ମାମଲାର ଦୋଷୀ ଭାଜପା ବିଧାୟକ କୁଲଦୀପ ସିଂହ ସେନ୍‌ଗାରଙ୍କ ବିଧାନସଭା ସଦସ୍ୟତା ଶେଷ ହୋଇଛି। ଏହାପରେ ସେ ଆଉ ବିଧାୟକ ହୋଇ ରହିବେ ନାହିଁ। ଏନେଇ ବିଧାନସଭାର ମୁଖ୍ୟ ସଚିବ ପ୍ରଦୀପ କୁମାର ଦୁବେ ଏକ ଅଧିସୂଚନା ଜାରି କରିଛନ୍ତି। ଏହି ଅଧିସୂଚନା ଅନୁସାରେ ଯେଉଁଦିନ କୁଲଦୀପଙ୍କ ଦଣ୍ଡ ଶୁଣାଣି ହୋଇଛି ସେହିଦିନଠାରୁ ତାଙ୍କର ବିଧାନସଭା ସଦସ୍ୟତା ଶେଷ ହୋଇଯାଇଛି। ଅର୍ଥାତ୍‌ ୨୦୧୯ ଡିସେମ୍ବର ୨୦ରୁ ତାଙ୍କର ଏହି ସଦସ୍ୟତା ଶେଷ ହୋଇଛି। ଫଳରେ ଉନ୍ନାଓ ଜିଲାର ବାଙ୍ଗରମଉ ବିଧାନସଭା ଆସନ ଏବେ ଖାଲି ପଡ଼ିଛି। କାରଣ ଏହି ଆସନରୁ କୁଲଦୀପ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସୂଚନାଯୋଗ୍ୟ, ଦିଲ୍ଲୀର ଏକ ସ୍ବତନ୍ତ୍ର କୋର୍ଟ ୨୦୧୯ ଡିସେମ୍ବର ୨୦ରେ ତାଙ୍କୁ ଦୋଷୀ ସ୍ବୀକାର କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ପୂର୍ବରୁ ଭାଜପା ତାଙ୍କୁ ଦଳରୁ ବହିଷ୍କାର କରିଥିବା ବେଳେ ଏବେ ତାଙ୍କର ବିଧାନସଭା ସଦସ୍ୟତା ମଧ୍ୟ ଶେଷ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଉପରେ ବଡ଼ ଅଗିଯୋଗ ଆଣିଲା କଂଗ୍ରେସ, କହିଲା ଜନତାଙ୍କୁ ବୋକା ବନଉଛି

ରାଞ୍ଚି,୨।୧୧: ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଦେବାର ତାରିଖ ଯେତେ ପାଖେଇ ଆସୁଛି, ରାଜନୈତିକ ଦଳ ମଧ୍ୟରେ କଥା କଟାକଟି ବଢିବାରେ ଲାଗିଛି। ଏବେ...

ମାଞ୍ଝୀ ହେଉଛନ୍ତି ‘ପଲ୍‌ଟୁ’, କେବେ ଫେରିଯାଇ ଲଣ୍ଠନ ଧରିନେବେ ନିଜେ ଜାଣିପାରିବେ ନାହିଁ : ପିକେ

ନୂଆଦିଲ୍ଲୀ,୨।୧୧: ବିହାରର ୪ ବିଧାନସଭା ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ଉପ ନିର୍ବାଚନ ପ୍ରଚାରରେ ଜୋରଦାର ଆରୋପ ପ୍ରତ୍ୟାରୋପ ଚାଲିଛି। ଏହି ସମୟରେର ଜନସୁରାଜ ପାର୍ଟିର ପ୍ରତିଷ୍ଠାତା ତଥା...

ଭାରତୀୟ ସେନାକୁ ବଡ଼ ସଫଳତା: ଲଶ୍କରର ଟପ୍‌ କମାଣ୍ଡର ଉସ୍‌ମାନ୍‌ର ହେଲା The End 

ଶ୍ରୀନଗର,୨।୧୧: ଜମ୍ମୁ କଶ୍ମୀରର ଶ୍ରୀନଗର ଖାନିଆର ଅଞ୍ଚଳରେ ଶନିବାର ସକାଳେ ହୋଇଥିବା ଏନକାଉଣ୍ଟରରେ ୪ ଯବାନ ଆହତ ହୋଇଥିବା ବେଳେ ଲଶ୍କର-ଏ-ତୋଇବା(ଏଲ୍‌ଇଟି)ର ଜଣେ ପାକିସ୍ତାନୀ ଆତଙ୍କବାଦୀ...

ପୁଣି ଏକ ଟ୍ରେନ ଦୁର୍ଘଟଣା! କେରଳ ଏକ୍ସପ୍ରେସରେ ପିଟି ହୋଇ ୪ ସଫେଇ କର୍ମଚାରୀଙ୍କ ମୃତ୍ୟୁ

ଥିରୁଭାନନ୍ତପୁରମ, ୨।୧୧: ଦକ୍ଷିଣ ଭାରତ କେରଳର ପଲକ୍କଡ ନିକଟରେ କେରଳ ଏକ୍ସପ୍ରେସ ଟ୍ରେନରେ ଧକ୍କା ହେବା ପରେ ଚାରିଜଣ ପରିମଳ ବା ସଫେଇ କର୍ମଚାରୀଙ୍କ ମୃତ୍ୟୁ...

ସରକାରଙ୍କ ଡିଜିଟାଲ ଜୀବନ ପ୍ରମାଣପତ୍ର କ୍ୟାମ୍ପେନ ଆରମ୍ଭ, ଉପକୃତ ହେବେ ୧.୮୧ ପେନସନଧାରୀ

ନୂଆଦିଲ୍ଲୀ,୨।୧୧: ପର୍ସନାଲ, ଜନ ଅଭିଯୋଗ ଏବଂ ପେନସନ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ସରକାର ଆରମ୍ଭ କରିଥିବା ସର୍ବ ବୃହତ ଅଭିଯାନ ଅଧୀନରେ ୧.୮ ଲକ୍ଷରୁ...

ଆତଙ୍କବାଦୀ ଲୁଚି ରହିଥିବା ଘରେ ନିଆଁ ଲଗାଇଦେଲେ ସେନା

ଶ୍ରୀନଗର,୨।୧୧: ଜମ୍ମୁ କଶ୍ମୀରରେ ଶନିବାର ସକାଳୁ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଭୟଙ୍କର ମୁକାବିଲା ଜାରି ରହିଥିଲା। ଗୋଟିଏ...

ରାଜନୈତିକ ଦଳଙ୍କୁ ଉପଦେଶ ଦେବା ପାଇଁ ଏତେ କୋଟି ଟଙ୍କା ଚାର୍ଜ କରନ୍ତି ପ୍ରଶାନ୍ତ କିଶୋର, ପିକେଙ୍କ ବଡ଼ ଖୁଲାସା

ନୂଆଦିଲ୍ଲୀ,୨।୧୧: ରାଜନୈତିକ ରଣନୀତିକାରରୁ ଜନସୁରାଜ ପାର୍ଟିରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋର କରିଛନ୍ତି ବଡ଼ ଖୁଲାସା। ରାଜନୀତିର ଚାଣକ୍ୟ ଭାବେ ବିବେଚିତ ପ୍ରଶାନ୍ତ କିଶୋର ବହୁ...

ମୋଦିଙ୍କ ଟେକ୍‌ନିକ୍‌ କପି କଲେ ଟ୍ରମ୍ପ! ପ୍ରଶଂସାରେ ପୋତି ପକାଇଲା ଇସ୍କନ

ନ୍ୟୁୟର୍କ,୨।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଦୀପାବଳିକୁ ନେଇ ଏକ ବାର୍ତ୍ତା ଦେଇଛନ୍ତି। ଏହା ଉପରେ ଆମେରିକାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri