ଢେଙ୍କାନାଳ ଅଫିସ, ୧୩।୫: ଢେଙ୍କାନାଳ ଜିଲା ଲେଖକ ସଂସଦ ଭବନରେ ଶନିବାର ଅପରାହ୍ନ ୫ଟାରେ ଶିକ୍ଷାବିତ୍ ତଥା ସ୍ତମ୍ଭକାର ପ୍ରଫେସର ନିତ୍ୟାନନ୍ଦ ମିଶ୍ରଙ୍କ ୭୭ତମ ଜନ୍ମ ଦିବସ ପାଳନ ଅବସରରେ ତାଙ୍କ ଦ୍ୱାରା ରଚିତ ଉପନ୍ୟାସ ପୁସ୍ତକ ‘ଗୋପଦଣ୍ଡର ଧୂଳି’ ଉନ୍ମୋଚିତ ହୋଇଯାଇଛି। ଏଥିପୂର୍ବରୁ ପ୍ରଫେସର ମିଶ୍ର ଢେଙ୍କାନାଳର ଇତିହାସ ଓ ସାହିତ୍ୟ କ୍ଷେତ୍ରରେ ବୀର ବୈଷ୍ଣବଙ୍କ ଜୀବନଗାଥା, ଗଡ଼ଜାତ ଗାନ୍ଧୀ, ଢେଙ୍କାନାଳର କିମ୍ବଦନ୍ତୀ, ହରମୋହନଙ୍କ କବିତା କଳା ପୁସ୍ତକ ରଚନା କରିଛନ୍ତି।
ଅତିଥି ଭାବେ କବି ନୃସିଂହ ପ୍ରସାଦ ତ୍ରିପାଠୀ, ସାହିତ୍ୟ ଏକାଡେମୀ ସଦସ୍ୟ କବି ମନୋରଞ୍ଜନ ନନ୍ଦ, କବୟିତ୍ରୀ ପ୍ରଭାସିନୀ ମହାକୁଡ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ଭଞ୍ଜ, କୃଷ୍ଣଚନ୍ଦ୍ର ପାତ୍ର, ନବୀନ ନନ୍ଦ, ଯୋଗେନ୍ଦ୍ରନାଥ ତ୍ରିପାଠୀ, ଶିକ୍ଷାବିତ୍ ଡ. ଭବାନୀ ଶଙ୍କର ମିଶ୍ର, ଉତ୍କଳ ସାହିତ୍ୟ ସମାଜର ଶାଖା ସଭାପତି ଦୀପ୍ତିଶ ପ୍ରସାଦ ପଟ୍ଟନାୟକ, ଶ୍ୟାମାଚରଣପୁର ବିକାଶ ସମିତି କାର୍ଯ୍ୟକାରୀ ସଭାପତି ଯୋଗୀନାଥ ମହାନ୍ତି, ଜନକ୍ରାନ୍ତି ପରିଷଦ କାର୍ଯ୍ୟକାରୀ ସଭାପତି ଭିକାରି ଚରଣ ରାଉତ, ଲେଖକ ସଂସଦ ସମ୍ପାଦକ ବସନ୍ତ କୁମାର ପଟ୍ଟନାୟକ, କବିଭୂଷଣ ସ୍ମୃତି ସଂସଦ ସମ୍ପାଦକ ପରେଶ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଯୋଗଦେଇ କବି ନିତ୍ୟାନନ୍ଦଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ସାହିତ୍ୟ ସର୍ଜନା କ୍ଷେତ୍ରରେ ଅବଦାନ ପାଇଁ କବି ଅକ୍ଷୟ କୁମାର ପାତ୍ର, ରାଧାନାଥ ରଥ ମାଟିର ପ୍ରତିଭା ଭାବେ ସମ୍ବର୍ଦ୍ଧିତ ହୋଇଥିଲେ।
ପ୍ରଫେସର ଧନେଶ୍ୱର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ଉତ୍ସବକୁ କବି ଅଥୟ କୁମାର ସାହୁ, ବାହାଦୁର ପାଟସାହାଣୀ, ଅବନୀ କୁମାର ମିଶ୍ର, ସମୀର ସାହୁ, ସରୋଜ କୁମାର ଶତପଥୀ, କାଳିନ୍ଦୀ ଚରଣ ସାହୁ ପ୍ରମୁଖ ପରିଚାଳନା କରିଥିଲେ। ଜିଲା ଲେଖକ ସଂସଦ, ମାଇକ୍ରୋମେଡିଆ ଆୱାରନେସ୍, ବିଭାବନା, କବିଭୂଷଣ ସ୍ମୃତିସଂସଦ, ଶ୍ୟାମାଚରଣପୁର ବିକାଶ ସମିତି ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ା