ଋତୁ ଶାଗ୍‌ କୁଲେରର ଚାହିଦା କାହିଁରେ କେତେ

ପଦ୍ମପୁର, ୨୪।୪ (ଡି.ଏନ.ଏ)-  ପଶ୍ଚିମ ଓଡ଼ିଶାର ଅନେକ ଜିଲା ଆଦିବାସୀ ବହୁଲ। ଇଠାନେ ଭିନେ ଭିନେ ସମିଆରେ ଅନେକ କିସମର ସାଗ୍‌, ଫଲମୂଲ, କଁଦା ଖାଏବାକେ ମିଲସି। ଯେନ୍‌ଥିର ସୁଆଦ୍‌ ବି ଭିନେ କିସମର। ଏନ୍‌ତା ଖରାଦିନେ ମିଲୁଥିବାର ଗୁଟେ ଶାଗ୍‌ ହେଲା କୁଲେର। ଜାଗା ଜାନି ଲୋକ୍‌ ଇ ଶାଗ୍‌କେ ବରଡ଼ା ଶାଗ୍‌ ବଲି ବି କହେସନ୍‌। ଇ ଶାଗ୍‌ଟା ଖାଲି ଖରାଦିନେ ମିଲ୍‌ସି। ସେନ୍‌ତା ଇତାର କଢ଼ୋ ବି ଲୋକ୍‌ ତୁନ୍‌ ତରକାରି କରି ଖାଏସନ୍‌। ବଛରକ ଥରେ ଇ ଶାଗ୍‌ ମିଲୁଥିବାର ଲାଗି ଇତାର ଚାହିଦା ବି କାହିଁରେ କେତେ। ହେଲେ ଇ ଶାଗ୍‌ର ମିଠା ଯେ ଥରେ ପାଇଛେ ସେ ଯେତେ ଟଁକା ହେଲେ ବି ପଛ୍‌ଘୁଁଚା ନାଇଁଦିଏ। କୁଲେର ଗଛ୍‌ ଗଁାଗଁଲିରେ କଁା ଭଁା ଲୁକ୍‌କର ବାରିରେ ଥିଲେ ବି ବଡ଼ଭାରି ଝାର ଜଂଗଲରେ ଦେଖ୍‌ବାକେ ମିଲସି। ଇ ଗଛ୍‌ଟା ଉନିଆ ଶାଗ୍‌ ମିତାନ୍‌ ଛୋଟ ଗଛ୍‌ ନୁହେ, ଗଛଟା ବନେ ବଡ଼ ହେସି। ଲୋକ୍‌ ଗଛ୍‌କେ ଚଢ଼ି ଶାଗ୍‌ ତୁଲସନ୍‌। ଖରାଦିନ୍‌ ଆଏଲେ ଗଛର ପୁରନା ପତର ଝଡ଼ି ନୂଅଁାପତର କଁଲିସି। ଇ ନୂଅଁା କଁଲି ପତରକେ କୁଲେର ଶାଗ୍‌ ବଲି କହେସନ୍‌। ପଶ୍ଚିମ ଓଡ଼ିଶାବାସୀକର ଇଟା ହେଉଛେ ଗୁଟେ ମନ୍‌ପସନର ଶାଗ୍‌। ଜଂଗଲ ପାସର ଗଁାଗଁଲିର ଲୋକ୍‌ ଇ ଶାଗ୍‌ ଆନି ବଜାରରେ ବିକାଭଂଗା କରସନ୍‌। ପଦ୍ମପୁର ଅଂଚଲର ଗନ୍ଧମାର୍ଦ୍ଧନ, ବୁଢ଼ା ଡଂଗର ଆଦି ପାହାଡ଼ି ଇଲାକାରୁ ଲୋକ୍‌ ଇ ଶାଗ୍‌ ଆନି ପାସର ଆସର ବଜାରମାନକେ ବିକ୍‌ରି କରସନ୍‌। ପଦ୍ମପୁର ଅଂଚଲରେ ଏହେଦ୍‌କା ଇ ଶାଗ୍‌ କେ.ଜି. ପିଛା ୧୨୦ ଟଁକା ଭାଉରେ ବିକ୍‌ରି ହେଉଛେ। ଇ ବାବ୍‌ଦେ ଝନେ ଥାନୀୟ ବାସିନ୍‌ଦା ଦେବରାଜ ମଲ୍ଲିକକୁଁ ପଚରାଲାରୁ ଯେ ଥରେ ଇ ଶାଗର ମିଠା ପାଇଛେ ସେ କେଭେ ପାସରି ନାଇଁପାରେ ବଲି କହିଥିଲେ। ଏହେଦେ ଦିନୁ ଦିନ୍‌କେ ଜଂଗଲ ସଫା ହେଇଗଲା ବେଲେ ଇ କୁଲେର ଗଛ୍‌ ସଂଖ୍ୟା ବି କମ୍‌ତେଲ ଯାଉଛେ। ଯେନ୍‌ଥିରଲାଗି ଇ ଶାଗ୍‌ର ଦାମ୍‌ ବି ଫିବଛର ବଢ଼ତେଲ ଯାଉଛେ। ଆଘ ଯେନ୍‌ତା ଜଂଗଲେ ଯାହାକୁ ଯେତେ କୁଲେର ଗଛ୍‌ ଦେଖ୍‌ବାକେ ମିଲୁଥିଲା ଏହେଦେ ଭାଉଁରେ କିଁଦିରଲେ ଗୁଟେ କି ଜୁଡ଼େ ଗଛ୍‌ ଦେଖ୍‌ବାକେ ମିଲୁଛେ। ଜଂଗଲରେ ଇ ଗଛ୍‌ର ବଢ଼ତି ଲାଗି ସଭେ ଚେଷ୍‌ଟା କରବାର କଥା ବଲି ଆମ୍ବବାହାଲ ଗଁାର ରୂପଧର ନେଗୀ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଏହି ଦିନ ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୯: ୮ ତାରିଖ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହି ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମ୍ବଲପୁର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ୯...

ଚଳନ୍ତା ଟ୍ରେନ୍‌ରୁ ଖସି ବି ବଞ୍ଚିଗଲେ ୫ ବର୍ଷର ପ୍ରୀତିଶ: ଜଙ୍ଗଲ ମଝିରେ ଜୀବନ ବଞ୍ଚାଇବାକୁ ରାତିସାରା ସଂଘର୍ଷ

ରେଢାଖୋଲ ୪/୯(ଅଚ୍ୟୁତାନନ୍ଦ ପୁରୋହିତ): ଚଳନ୍ତା ଟ୍ରେନ୍‌ରୁ ଖସି ବି ବଞ୍ଚିଗଲେ ୫ ବର୍ଷର ପ୍ରୀତିଶ। ଜୀବନ ବଞ୍ଚାଇବାକୁ ରାତି ସାରା ଜଙ୍ଗଲ ମଝିରେ କଲେ ସଂଘର୍ଷ।...

ବ୍ରାଉନସୁଗାର ଧରି ଚମ୍ପଟ ମାରୁଥିଲେ ଯୁବକ, ମାଡିବସିଲା ପୋଲିସ: ଦୁଇ ଗିରଫ

ସମ୍ବଲପୁର,୪।୯(ପ୍ରମୋଦ ବହିଦାର): ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ବୁଧବାର ଧନୁପାଲିଥାନା ଅନ୍ତର୍ଗତ ସୁନାପାଲି ଅଞ୍ଚଳରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ବ୍ରାଉନସୁଗାର(ହେରୋଇନ) ଜବତ କରାଯାଇଛି। ଅବକାରୀ ବିଭାଗ...

ବଳାତ୍କାର, ହତ୍ୟାର ଶିକାର ଯୁବତୀଙ୍କୁ ଗାଁ ମଶାଣିରେ ଜାଗା ମିଳିଲାନି

ନାକଟୀଦେଉଳ, ୪ା୯(ବୈକୁଣ୍ଠନାଥ ସାହୁ): ବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ଜଣେ ଯୁବତୀଙ୍କ ମୃତଦେହକୁ ନିଜ ଗାଁ ଶ୍ମଶାନରେ ସତ୍କାର ପାଇଁ ସ୍ଥାନ ମିଳିଲାନାହିଁ। ଗାଁର...

୬୫ ବର୍ଷରେ ଆଖିବୁଜିଲା ‘ଖେର୍ସେଲ’

ସମ୍ବଲପୁର,୩।୯(ପ୍ରମୋଦ ବହିଦାର): ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ଡେବ୍ରିଗଡ଼ ଅଭୟାରଣ୍ୟ ମଧ୍ୟରେ କେଭଟିଭ ହାତୀ ‘ଖେର୍ସେଲ’ର ମୃତ୍ୟୁ ଘଟିଛି। ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ବୁର୍ଲା...

ବନ୍ଦ ହେଲା ହୀରାକୁଦ ଡ୍ୟାମର ସବୁ ଗେଟ୍‌

ସମ୍ବଲପୁର,୨।୯: ହୀରାକୁଦ ଡ୍ୟାମର ଜଳସ୍ତରକୁ ଦୃଷ୍ଟିରେ ରଖି ସୋମବାର ସମସ୍ତ ଗେଟ୍‌କୁ ବନ୍ଦ କରି ଦିଆଯାଇଛି। ଖୋଲାଥିବା ୬ଟି ଗେଟ୍‌କୁ ବନ୍ଦ କରାଯାଇଥିବା ନେଇ ଡ୍ୟାମ...

ସମ୍ବଲପୁରରେ ଚାଞ୍ଚଲ୍ୟ: ଯୁବତୀଙ୍କୁ ବଳାତ୍କାର ପରେ ହତ୍ୟା

ନାକଟୀଦେଉଳ,୧ା୯(ବୈକୁଣ୍ଠନାଥ ସାହୁ): ନିଖୋଜର ୩ଦିନ ପରେ ଜଙ୍ଗଲରୁ ମିଳିଲା ଯୁବତୀଙ୍କ ଉଲଗ୍ନ ଗଳିତ ମୃତଦେହ। ବଳାତ୍କାର ପରେ ହତ୍ୟା କରି ଫିଙ୍ଗି ଦିଆଯାଇଛି ବୋଲି ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri