ଏଇ ଭାରତରେ

ଅଧାରୁ ପାଠ ଛାଡ଼ି ନିଶା କବଳରେ ପଡ଼ିଯାଉଥିବା ପିଲାମାନଙ୍କ ଜୀବନରେ ନୂଆ ଆଶା ଭରି ଦେଉଛନ୍ତି ନାଗାଲାଣ୍ଡର ଜେନ୍‌ପୁ ରୋଙ୍ଗ୍‌ମେଇ। ଡିମାପୁର ନିବାସୀ ଜେନ୍‌ପୁ ଏଭଳି ୧,୦୦୦ରୁ ଊର୍ଦ୍ଧ୍ୱ ପିଲାଙ୍କୁ ପୁଣି ସମାଜର ମୁଖ୍ୟ ଧାରାରେ ସାମିଲ କରିପାରିଛନ୍ତି। ଜେନ୍‌ପୁ ୨୦୧୦ରେ ଆରମ୍ଭ କରିଥିଲେ‘ୟଙ୍ଗସ କ୍ଲବ୍‌’। ପରେ ୨୦୧୩ରେ ଏହାକୁ ପଞ୍ଜୀକରଣ କରିବା ସହ ଏହାର ନାମ ପରିବର୍ତ୍ତନ କରି ରଖିଥିଲେ ‘କ୍ୟାନ୍‌ ୟୁଥ୍‌’। ଏହା ମାଧ୍ୟମରେ ପାଠ ଛାଡ଼ିଥିବା ପିଲାମାନଙ୍କୁ ପୁଣି ସ୍କୁଲ୍‌ ଓ କଲେଜରେ ନାମ ଲେଖାଇବାର ବ୍ୟବସ୍ଥା କରୁଛନ୍ତି। ୩୬ ବର୍ଷୀୟ ଜେନ୍‌ପୁ ଏହି ସଂସ୍ଥା ମାଧ୍ୟମରେ କ୍ରୀଡା ଶିବିର, ରାକ୍ତଦାନ ଶିବିର ତଥା ଧନ୍ଦାମୂଳକ ପ୍ରଶିକ୍ଷଣ କ୍ୟାମ୍ପ ଆଦି ଆୟୋଜନ କରୁଛନ୍ତି। ଅର୍ଥାଭାବରୁ ଆଦୌ ସ୍କୁଲ ଯାଇପାରୁ ନ ଥିବା ପିଲାମାନଙ୍କୁ ବି ସେ ସାହାଯ୍ୟ ଯୋଗାଇ ଦେଉଛନ୍ତିି। ତାଙ୍କ ୟଙ୍ଗ ଟିମ୍‌ରେ ସ୍ନାତକ ଡିଗ୍ରୀଧାରୀ ମହିଳାଙ୍କ ସମେତ ୧୧ ଜଣ ବୋର୍ଡ ମେମ୍ବର ରହିଛନ୍ତି। ଏବେ ଲକ୍‌ଡାଉନ୍‌ରେ ‘କ୍ୟାନ୍‌ ୟୁଥ୍‌’ ଅସହାୟ ଲୋକମାନଙ୍କୁ ରାଶନ ସାମଗ୍ରୀ ବଣ୍ଟନ କରୁଛି। ୨୦୧୮ରେ ବିଶ୍ୱବ୍ୟାଙ୍କ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାପଡିଥିଲା ଯେ ନାଗାଲାଣ୍ଡରେ ଡ୍ରପ୍‌ଆଉଟ ହାର ଜାତୀୟ ହାରର ୪ଗୁଣ। ଏଭଳି ସ୍ଥିତିରେ ପରିବର୍ତ୍ତନ ଆଣିବାରେ ଜେନ୍‌ପୁଙ୍କ ଭଳି ଯୁବକଙ୍କ ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତିର ଦୁଇ ଅଂଶ

ପ୍ରକୃତି ମହାନ୍‌। ଏହାର ଗୌରବ, ଗରିମା ବିଶ୍ୱବିଦିତ। ଏ ମାଟିର ବାସ୍ନା, ଅସୀମ କାନ୍ତିମୟୀ ପ୍ରକୃତି ମଧ୍ୟରେ ବିଶ୍ୱନିୟନ୍ତାଙ୍କ ସନ୍ଧାନ, ଅରୂପର ମୋହାଚ୍ଛନ୍ନ ବାସ୍ତବ ଅନୁଭବ...

ଗୁମୁରି କାନ୍ଦେ ପୁରୁଷ

ପ୍ରତିଦିନ ଗଣମାଧ୍ୟମରେ ନାରୀ ନିର୍ଯାତନା, ଦୁଷ୍କର୍ମ ଖବର ପ୍ରସାରିତ ହେଉଛି। ନିର୍ଯାତିତା ମହିଳାଙ୍କୁ ନ୍ୟାୟ ଦେବା ପରିପ୍ରେକ୍ଷୀରେ ଅନେକ ବ୍ୟକ୍ତି ଆନ୍ଦୋଳନ କରୁଛନ୍ତି। କେହି ନ୍ୟାୟ...

ବିଦେଶୀ ଆକ୍ରମଣ ଓ ସଂସ୍କୃତିରେ ପରିବର୍ତ୍ତନ

ଆସନ୍ତୁ ପ୍ରଥମେ ଦେଶାନ୍ତର ଗମନ ଏବଂ ଆକ୍ରମଣ ମଧ୍ୟରେ ଥିବା ପାର୍ଥକ୍ୟ ସମ୍ପର୍କରେ ଜାଣିବା। ଆକ୍ରମଣକାରୀ ସାଧାରଣତଃ ଏକ ସ୍ଥାନ ଉପରେ ଆକ୍ରମଣ କରି ଧନ...

ଜୈବବିବିଧତା ସୁରକ୍ଷା ଓ କପ୍‌-୧୬

ପୃଥିବୀରେ ଜୀବନର ଉତ୍ପତ୍ତି ଏବଂ ଅଭ୍ୟୁଦୟ ଯେତିକି ଆଶ୍ଚର୍ଯ୍ୟଜନକ ବୋଧହୁଏ, ବହୁବିଧ ବୈଶିଷ୍ଟ୍ୟ ବହନକାରୀ ଉଦ୍ଭିଦ, ପ୍ରାଣୀ ଏବଂ ଅଣୁଜୀବ ଜାତିଙ୍କର ବିଭିନ୍ନ ପରିସଂସ୍ଥାରେ ପରିସ୍ଫୁଟନ...

ପ୍ରତିଦ୍ବନ୍ଦ୍ୱୀ ନୁହେଁ, ସାଥୀ ହେବା

ବହୁ ସମୟରେ ତର୍କ, ବିତର୍କ, ଆଲୋଚନା ଓ ସମାଲୋଚନା ହେଉଛି ଯେ ନାରୀ, ପୁରୁଷଙ୍କ ସହ ସମାନ ହେବା ଉଚିତ! ମହିଳାମାନେ ପୁରୁଷ ଭଳି ପୋଷାକ...

ଦ୍ୱିପାକ୍ଷିକ ସମ୍ପର୍କର ସ୍ଥିତି

୨୦୨୪ରେ ଭାରତ-ବାଂଲାଦେଶ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ଏକ ସଂକ୍ଷିପ୍ତ ଲେଖା ପ୍ରକାଶ କରିଥିଲା। ଏଥିରେ ଉଲ୍ଲେଖ ରହିଥିଲା- ” ଇତିହାସ, ଭାଷା,...

୭୫ ବର୍ଷରେ ଭାରତୀୟ ସମ୍ବିଧାନ

ଚଳିତ ବର୍ଷ ନଭେମ୍ବର ୨୬ରେ ଭାରତର ସମ୍ବିଧାନ ଗୃହୀତ ଓ ପ୍ରଣୟନ ହେବାର ୭୫ତମ ବାର୍ଷିକୀ ପାଳନ କରାଯାଉଛି। ଏହା ଏକ ମହତ୍ତ୍ୱପୂର୍ଣ୍ଣ ଉତ୍ସବ ଭାବେ...

ଝିଅ ପାଇଁ ଯୋଗ୍ୟପାତ୍ର

ଦୁଇବର୍ଷ ତଳେ ବଜାରରୁ ଫେରିଲା ବେଳେ ହଠାତ୍‌ ଦେଖା ହୋଇଗଲେ ପୁରୁଣା ଭଡ଼ାଘର ସାମ୍ନା ମହାନ୍ତି ଘର ଆଣ୍ଟି। ଏମିତି କିଛି ସମୟ ସୁଖଦୁଃଖ ପଚାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri