ଏଇ ଭାରତରେ

ଇଚ୍ଛାଶକ୍ତି ଥିଲେ ବୟସ ବାଧକ ହୋଇପାରେ ନାହିଁ, ଯାହା ପ୍ରମାଣିତ କରିଛନ୍ତି ମନୀଷା ଗୋସାଇଁ ଓ ତାଙ୍କ ଭଉଣୀ ନମିତା ନେଗି। କେବଳ ସେତିକି ନୁହେଁ ପରିବାର ତଥା ସମାଜ ପାଇଁ ଗୃହିଣୀଙ୍କ ଅବଦାନର ମହତ୍ତ୍ୱକୁ ପ୍ରତିପାଦିତ କରିଛନ୍ତି। ଉଭୟଙ୍କ ବୟସ ୪୦ ଟପିଯାଇଥିଲେ ବି ସେମାନେ କେବଳ ଘର କାମରେ ସୀମିତ ନ ରହି ଚାଷ କରୁଛନ୍ତି। ରହୁଛନ୍ତି ଉତ୍ତରାଖଣ୍ଡର ଡେରାଡୁନ୍‌ରେ। ମନୀଷାଙ୍କ ସ୍ବାମୀ ଜଣେ ଅବସରପ୍ରାପ୍ତ କର୍ନେଲ ବିକାଶ ଗୋସାଇଁ ଏବଂ ନମିତାଙ୍କ ସ୍ବାମୀ ବିନିତ ସିଂ ନେଗି। ସେମାନେ ଗୁଜବେରି ଚାଷ କରି ବର୍ଷକୁ ୧୧ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ସେମାନଙ୍କ ଫାର୍ମର ନାମ ଦେଇଛନ୍ତି ଡୁନ୍‌ ଗୁଜବେରି ଫାର୍ମ। ସେମାନେ ଗୁଜବେରି ବ୍ୟତୀତ ଟମାଟୋ, ବାଇଗଣ, କଖାରୁ, ପୋଇ ଆଦି ପରିବା ମଧ୍ୟ ଚାଷ କରୁଛନ୍ତି। ଚାଷରେ ଉଭୟଙ୍କ ସ୍ବାମୀ ସେମାନଙ୍କୁ ସାହାଯ୍ୟ କରୁଛନ୍ତି। ଦୁଇ ଭଉଣୀ ଏତିକିରେ ଅଟକି ଯାଇନାହାନ୍ତି, ଅଁଳା, ଆମ୍ବ, ହଳଦୀ, ଲେମ୍ବୁ ଏବଂ ଟମାଟୋରୁ ବିଭିନ୍ନ ଉପତ୍ାଦ ପ୍ରସ୍ତୁତ କରି ତାହାକୁ ମଧ୍ୟ ବିକ୍ରି କରୁଛନ୍ତି। ଏହିସବୁ କାର୍ଯ୍ୟରେ ସେମାନେ ମହିଳାମାନଙ୍କୁ ମଧ୍ୟ ନିଯୁକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୃତ୍ରିମ ପୁଷ୍ଟିସାର ସଂଶ୍ଳେଷଣ ପାଇଁ ନୋବେଲ୍‌

ବର୍ଷ ରସାୟନ ବିଜ୍ଞାନରେ ନୋବେଲ୍‌ ପୁରସ୍କାର ଲାଭ କରିଥିବା ଡେଭିଡ୍‌ ବେକର, ଯୁକ୍ତରାଷ୍ଟ୍ର ଆମେରିକାର ବର୍କଲେସ୍ଥିତ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଭାବେ କାର୍ଯ୍ୟରତ ଥିବାବେଳେ, ଇଂରେଜ...

ଭୟ

ସଂସାରରେ ବୋଧହୁଏ ଏମିତି କେହି ନାହିଁ, ଯିଏ ସମ୍ପୂର୍ଣ୍ଣ ରୂପେ ଭୟଶୂନ୍ୟ ହୋଇ ଜୀବନ ଧାରଣ କରେ। କେହି ହୁଏତ ନିଜକୁ ଭୟଶୂନ୍ୟ ବୋଲି ଦାବି...

ଜଳ ବଜାରରେ ପକ୍ଷପାତିତା

ନିକଟରେ ଗ୍ଲୋବାଲ କମିଶନ ଅନ୍‌ ଇକୋନୋମିକ୍ସ ଅଫ୍‌ ଓ୍ବାଟରର ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଓ୍ବାଟର ମାର୍କେଟ ବା ଜଳ ବଜାର(ସ୍ଥାୟୀ କିମ୍ବା...

ଏଇ ଭାରତରେ

ମୌସୁମୀ କାପାଡ଼ିଆଙ୍କ ସାହସିକ ଯାତ୍ରା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାଦାୟୀ କାହାଣୀ। ରିଜିଡ୍‌ ସ୍ପାଇନ ମସ୍କୁଲାର ଡିସ୍‌ଟ୍ରୋଫି( ଆର୍‌ଏସ୍‌ଏମ୍‌ଡି) ରୋଗରେ ପୀଡ଼ିତ ତାଙ୍କ ବଡ଼ ପୁଅ...

ଦରିଦ୍ରଙ୍କୁ ଦୁରାଚାରରୁ ମୁକ୍ତି

ବୃହସ୍ପତି ସାମଲ ଶନାଲ କ୍ରାଇମ୍‌ ରେକଡର୍‌ସ ବ୍ୟୁରୋର ୨୦୨୧ ତଥ୍ୟାନୁଯାୟୀ ଭାରତରେ ଘଟୁଥିବା ମୋଟ ଅପରାଧରୁ ୨୮% ଦାରିଦ୍ର୍ୟ ସହ ଜଡ଼ିତ। ୟୁନାଇଟେଡ୍‌ ନେସନ୍ସ ଅଫିସ...

ଶାଶ୍ୱତ ସୁଖର ଚଲାପଥ

ଯଚିଦାନନ୍ଦ ଦାଶ ପାଠକେ, ଆପଣ ଦେଖିଥିବେ, ଅଧିକାଂଶ ଧନୀ ଓ କୋଟିପତି ବ୍ୟକ୍ତିମାନେ ସବୁ ସମୟରେ ବ୍ୟସ୍ତତା ଓ ଚିନ୍ତିତ ଅବସ୍ଥାରେ ସମୟ ଅତିବାହିତ କରିଥାନ୍ତି।...

ଅଥର୍ବ ବେଦ ଓ ଋଷି ପିପ୍ପଳାଦ

ଅଥର୍ବ ବେଦର ସ୍ତୋତ୍ରଗୁଡ଼ିକରେ ସହାୟତା ଓ ଚିକିତ୍ସା ସମ୍ପର୍କିତ ମନ୍ତ୍ର ରହିଛି। ଏପରିକି ଏଥିରେ କ୍ଷତି କରୁଥିବା ମନ୍ତ୍ର ମଧ୍ୟ ରହିଛି। ଏହାକୁ ଯେଉଁ ଋଷି...

ବୃହତ୍ତମ ସୁପରମୁନ୍‌ ଓ ଜନମତ

ଅକ୍ଟୋବର ୧୭ ତାରିଖ, ଗୁରୁବାର। ୨୦୨୪ମସିହାର ୨୯୧ତମ ଦିନ ଓ ୪୨ତମ ସପ୍ତାହର ୪୨ତମ ଗୁରୁବାର। ସେଦିନ ପଡୁଛି ପୂର୍ଣ୍ଣିମା, କିନ୍ତୁ ଏବର୍ଷର ନିଆରା ପୂର୍ଣ୍ଣିମା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri