Posted inଖେଳ

ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ ଫୁଟ୍‌ବଲ: ଚାଇନିଜ ଟିମ୍‌ ସହିତ ମ୍ୟାଚ ବିଳମ୍ବରେ

କୁଆଲାଲମ୍ପୁର, ୫ା୨ (ଏଏଫ୍‌ପି)-ମାରାତ୍ମକ କରୋନା ଭାଇରସ୍‌ର ପ୍ରକୋପ ଯୋଗୁ ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ ଫୁଟ୍‌ବଲ କାର୍ଯ୍ୟସୂଚୀରେ ଚାଇନିଜ କ୍ଲବଗୁଡ଼ିକ ବିପକ୍ଷ ମ୍ୟାଚଗୁଡ଼ିକ ଏପ୍ରିଲ ଓ ମେ’କୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଏହି ମ୍ୟାଚଗୁଡ଼ିକ ଫେବୃୟାରୀ ଓ ମାର୍ଚ୍ଚରେ ପର୍ଥ ଓ ସିଡ୍‌ନୀରେ ଖେଳାଯିବା କାର୍ଯ୍ୟକ୍ରମ ରହିଥିଲା। ମଙ୍ଗଳବାର ମାଲେସିଆ ରାଜଧାନୀ କୁଆଲାଲମ୍ପୁରଠାରେ ଏସିଆନ ଫୁଟ୍‌ବଲ କନଫେଡେରେଶନର ଏକ ଜରୁରୀକାଳୀନ ବୈଠକ ବସିଥିଲା। କରୋନା ଭାଇରସର ପ୍ରକୋପ ଯୋଗୁ ଚାଇନିଜ୍‌ ଫୁଟ୍‌ବଲ୍‌ ଟିମ୍‌କୁ ନେଇ ଖେଳାଯିବାକୁଥିବା ମ୍ୟାଚ ଗୁଡ଼ିକ ବିଳମ୍ବରେ କରିବା ଲାଗି ଏଥିରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ୬ଟି ସଦସ୍ୟ ରାଷ୍ଟ୍ର ଅଷ୍ଟ୍ରେଲିଆ, ଚାଇନା, ଜାପାନ, ଦକ୍ଷିଣ କୋରିଆ, ମାଲେସିଆ ଏବଂ ଥାଇଲାଣ୍ଡର ପ୍ରତିନିଧିମାନେ ଯୋଗ ଦେଇଥିଲେ। ସମସ୍ତେ ଚାଇନିଜ୍‌ ଟିମ୍‌ ବିପକ୍ଷ ମ୍ୟାଚକୁ ଘୁଞ୍ଚାଇବା ସପକ୍ଷରେ ମତ ଦେଇଥିଲେ। ବାର୍ସିଲୋନାର ପୂର୍ବତନ ମହାନ ଖେଳାଳି ଆନ୍ଦ୍ରେ ଇନିଷ୍ଟାଙ୍କ କ୍ଲବ ଜାପାନର ଭିସେଲ କୋବେ ଏବଂ ଚାଇନାର ଗୁଆଙ୍ଗଝୋ ଏଭରଗ୍ରୋନଡ୍‌ ମଧ୍ୟରେ ମ୍ୟାଚ ମେ’ ୨୬ରେ ଖେଳାଯିବ। ସେହିପରି ଏପ୍ରିଲ ୨୮ରେ ପର୍ଥ ଗ୍ଲୋରି ଏବଂ ଶାଂଘାଇ ଶେନ୍‌ଜା ଦଳ ମଧ୍ୟରେ ମ୍ୟାଚ ଖେଳାଯିବାକୁ ଥିବାବେଳେ ଏପ୍ରିଲ ୨୯ରେ ସିଡ୍‌ନୀ ଏଫ୍‌ସି ବନାମ ଶାଂଘାଇ ଏସ୍‌ଆଇପିଜି ମ୍ୟାଚ ଖେଳାଯିବ। ମେ’ ୨୬ରେ ମେଲବୋର୍ନ ଭିକ୍ଟ୍ରି ଓ ବେଜିଂ ଏଫସି ପରସ୍ପରକୁ ଭେଟିବେ। କିନ୍ତୁ ଥାଇଲାଣ୍ଡ ଦଳ ଚିଆଙ୍ଗରାଇ ୟୁନାଇଟେଡ୍ସ ଓ ବେଜି ବିପକ୍ଷ ମ୍ୟାଚ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଖେଳାଯିବ। କାରଣ ବେଜିଂ ଦଳ ବର୍ତ୍ତମାନ ଦକ୍ଷିଣ କୋରିଆରେ ଏକ ଟ୍ରେନିଂ କ୍ୟାମ୍ପରେ ରହିଛି। ଚାଇନାରେ କରୋନା ଭାଇରସ ଦେଖା ଦେବା ପୂର୍ବରୁ ଏହି ଦଳ ବିଦେଶରେ ଅଭ୍ୟାସ ଚଳାଉଛି। ପୂର୍ବାଞ୍ଚଳ ପ୍ରି-କ୍ୱାର୍ଟର ରାଉଣ୍ଡ ଜୁନ୍‌ ୧୬ ଓ ୧୭ ତାରିଖରେ ଖେଳାଯିବ। ରିଟର୍ନ ଲେଗ୍‌ ଜୁନ୍‌ ୨୩ ଓ ୨୪ରେ ଆୟୋଜନ କରାଯାଇଛି। ଦେଶରେ ଇତିମଧ୍ୟରେ ୧୨ଟି କରୋନା ଭାଇରସ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଥିବା ଅଷ୍ଟ୍ରେଲିଆନ ଅଫିସିଆଲମାନେ ସୂଚନା ଦେଇଛନ୍ତି। ଚାଇନାରୁ ଆସିଥିବା ଅଣ-ଅଷ୍ଟ୍ରେଲିଆ ନାଗରିକମାନଙ୍କୁ ପ୍ରବେଶରୁ ବଞ୍ଚତ୍ତ କରାଯାଇଛି। ଭାଇରସ ଦ୍ୱାରା ଇତିମଧ୍ୟରେ ୨୦,୦୦୦ରୁ ଅଧିକ ସଂକ୍ରମିତ ହୋଇଛନ୍ତି। କେବଳ ମଙ୍ଗଳବାର ଚାଇନାରେ ୪୨୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଭାଇରସ ୨୪ରୁ ଅଧିକ ଦେଶକୁ ବ୍ୟାପି ସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଣି ଧୋନୀଙ୍କ ସହିତ ଖେଳିବେ ଅଶ୍ୱିନୀ: ଏହି ତିନି ବଡ଼ ଖେଳାଳିଙ୍କୁ ଦଳରେ ସାମିଲ କଲା ଚେନ୍ନାଇ

ନୂଆଦିଲ୍ଲୀ,୨୪।୧୧: ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ଷ୍ଟାର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନୀଙ୍କୁ ପୁଣିଥରେ ଦଳରେ ସାମିଲ କରିଛି। ରବିବାର ଅନୁଷ୍ଠିତ ନିଲାମୀରେ ଟିମ୍ ଅଶ୍ୱିନୀଙ୍କୁ ୯.୭୫ କୋଟି...

ବାରମ୍ବାର ଅନୁଷ୍କାଙ୍କୁ ଦେଖାଇବା ଯୋଗୁ ରାଗିଗଲେ ପ୍ରଶଂସକ

ପର୍ଥ,୨୪।୧୧: ପର୍ଥରେ ଗର୍ଜିଛି ବିରାଟଙ୍କ ବ୍ୟାଟ୍‌। ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମୁକାବିଲାର ତୃତୀୟ ଦିନରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ମାରିଛନ୍ତି। ଏହି ସମୟରେ ମଇଦାନରେ...

ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଡେଭିଡ୍‌ ମିଲରଙ୍କୁ ମିଳିଲା ନୂଆ ଟିମ୍‌, ୭ ଗୁଣା ଦାମ୍‌ ଦେଇ କିଣିଲା…

ଦୁବାଇ,୨୪।୧୧: ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଡେଭିଡ୍‌ ମିଲରଙ୍କୁ ନୂଆ ଟିମ୍‌ ମିଳିଛି। ତାଙ୍କର ବେସ୍‌ ପ୍ରାଇସ୍‌ ଦେଢ଼ କୋଟି ଟଙ୍କା ଥିଲା। ଏହି ଖେଳାଳିଙ୍କୁ...

ଅକ୍ସନରେ ଚହଲଙ୍କୁ ନେବାକୁ ଟଣାଓଟରା: ୯ ଗୁଣା ଅଧିକ ଦାମ୍‌ ଦେଇ କିଣିନେଲା ଏହି ଟିମ୍‌…

ଦୁବାଇ,୨୪।୧୧:ଆଇପିଏଲ୍‌ର ସବୁଠାରୁ ସଫଳ ବୋଲର୍‌ ଯୁଜବେନ୍ଦ୍ର ଚହଲଙ୍କୁ ମେଗା ଅକ୍ସନରେ ରାଜସ୍ଥାନ ରୟାଲ୍ସ ରିଟେନ୍‌ କରି ନ ଥିଲା। ଏମିତିରେ ସେ ମେଗା ଅକ୍ସନକୁ ଫେରିଥିଲେ।...

ନିଲାମ ଡାକିଲା ଆର୍‌ସିବି, ଦିଲ୍ଲୀ ଓହରିବା ପରେ ପନ୍ତଙ୍କୁ କିଣିଲା ଏହି ଟିମ୍‌

ଦୁବାଇ,୨୪।୧୧: ଆଇପିଏଲ୍‌ ୨୦୨୫ ନିଲାମରେ ଋଷଭ ପନ୍ତଙ୍କ କ୍ରେଜ୍‌। ଜୋରଦାର ନିଲାମ ଡାକରା ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ତାଙ୍କୁ ୨୭ କୋଟି ଟଙ୍କାରେ କିଣିଛି।...

IPL Mega Auction 2025 Live: ଶ୍ରେୟାସଙ୍କୁ ଟପିଗଲେ ପନ୍ତ, ଚହଲ-ଶାମି-ସିରାଜଙ୍କୁ କିଣିଲା…

ଦୁବାଇ,୨୪।୧୧: ଅପେକ୍ଷାର ଅନ୍ତ ଘଟିଛି। ବହୁ ପ୍ରତିକ୍ଷିତ ଆଇପିଏଲ୍‌ ୨୦୨୫ ଲାଗି ନିଲାମ ରବିବାର ଅନୁଷ୍ଠିତ ହେଉଛି। ଏଥିରେ ୫୭୭ ଖେଳାଳି ନିଜର ଭାଗ୍ୟ ପରୀକ୍ଷା...

ଛକା ମାରି ସିକ୍ୟୁରିଟି ଗାର୍ଡଙ୍କ ମୁଣ୍ଡ ଫଟାଇଦେଲେ ବିରାଟ କୋହଲି !

ପର୍ଥ,୨୪।୧୧: ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ଟିମ୍‌ ଇଣ୍ଡିଆ ଦୃଢ଼ ସ୍ଥିତିରେ ପହଞ୍ଚିଛି। ଏହି ମୁକାବିଲାର ପ୍ରଥମ ଇନିଂସରେ ଟିମ୍‌ ଇଣ୍ଡିଆ ବିଫଳ ହେବା ପରେ...

ନିଜ ନାଁ ବଦଳାଇ ଦେଲେ ସଞ୍ଜୁ ସାମସନ୍‌, ନେଲେ ଚମକାଇବା ଭଳି ନିଷ୍ପତ୍ତି

ନୂଆଦିଲ୍ଲୀ,୨୩।୧୧: ନିଜର ନାଁ ବଦଳାଇ ଦେଇଛନ୍ତି ଭାରତୀୟ କ୍ରିକେଟର ସଞ୍ଜୁ ସାମସନ। ଗତ କିଛି ଦିନ ଧରି ଜବରଦସ୍ତ ଫର୍ମରେ ଥିବା ଏହି କ୍ରିକେଟର ଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri