Posted inଜାତୀୟ

‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ଅଗଣତାନ୍ତ୍ରିକ: କଂଗ୍ରେସ

ନୂଆଦିଲ୍ଲୀ,୨୦।୧: ଏକ ଦେଶ ଏକ ନିର୍ବାଚନ ଚିନ୍ତାଧାରା ଅଗଣତାନ୍ତ୍ରିକ ଏବଂ ସମ୍ବିଧାନର ମୌଳିକ ଢାଞ୍ଚା ବିରୋଧୀ କହି କଂଗ୍ରେସ ଏହାର ଦୃଢ଼ ବିରୋଧ କରିଛି। ଏହା ସଂଘବାଦ ଗ୍ୟାରେଣ୍ଟିର ବିରୋଧ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି। ଏଭଳି ଚିନ୍ତାଧାରାକୁ ପରିତ୍ୟାଗ କରିବା ସହ ଏହାର ଅନୁଧ୍ୟାନ ପାଇଁ ଗଠିତ ଉଚ୍ଚସ୍ତରୀୟ କମିଟି ଭଙ୍ଗ କରିବାକୁ ଖାର୍ଗେ ଦାବି କରିଛନ୍ତି। ଦେଶର ସମ୍ବିଧାନ ଏବଂ ସଂସଦୀୟ ଗଣତନ୍ତ୍ରକୁ ବଦଳାଇଦେବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପୂର୍ବତନ ରାଷ୍ଟ୍ରପତି ତଥା କମିଟିର ଅଧ୍ୟକ୍ଷ ରାମନାଥ କୋବିନ୍ଦ ତାଙ୍କ ବ୍ୟକ୍ତିତ୍ୱ ଏବଂ ପୂର୍ବ ପଦବୀର ଅପବ୍ୟବହାର ହେବାକୁ ଦିଅନ୍ତୁ ନାହିଁ ବୋଲି ଖାର୍ଗେ ନିବେଦନ କରିଛନ୍ତି। ଏହି ମର୍ମରେ ସେ ‘ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନ’ କମିଟିର ସଚିବ ନୀତେନ ଚନ୍ଦ୍ରାଙ୍କୁ ପତ୍ର ଲେଖି ଜଣାଇଛନ୍ତି।

ଏକ ସଙ୍ଗେ ନିର୍ବାଚନ କରାଇବା ପାଇଁ ଭାଜପାର ଉଦ୍ୟମ ଅଗଣତାନ୍ତ୍ରିକ ହୋଇଥିବାରୁ କଂଗ୍ରେସ ଏହାର ଦୃଢ଼ ବିରୋଧ କରୁଛି। ଗଣତନ୍ତ୍ରକୁ ସଫଳ ଓ ସୁଦୃଢ଼ କରିବା ପାଇଁ ଏଭଳି ଚିନ୍ତାଧାରା ବର୍ଜନ କରାଯିବା ଜରୁରୀ ଏବଂ ଉଚ୍ଚସ୍ତରୀୟ କମିଟିକୁ ଭାଙ୍ଗିଦେବା ଆବଶ୍ୟକ ବୋଲି ଖାର୍ଗେ ଉକ୍ତ ପତ୍ରରେ ଲେଖିଛନ୍ତି। ଗତ ୧୮ ତାରିଖରେ ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନ କମିଟି ତରଫରୁ ଚନ୍ଦ୍ରା ପତ୍ର ଲେଖି କଂଗ୍ରେସର ମତାମତ ଲୋଡ଼ିଥିବାବେଳେ ଖାର୍ଗେ ଜବାବରେ ଏହା କହିଛନ୍ତି। ସେ କହିଛନ୍ତି, ଯାହା ଜଣାପଡ଼ୁଛି କମିଟି ଉକ୍ତ ଚିନ୍ତାଧାରାକୁ କାର୍ଯ୍ୟକାରୀ କରିବା ପାଇଁ ମନ ସ୍ଥିର କରିନେଇଛି ଏବଂ କେବଳ ଲୋକଦେଖାଣିଆ ଭାବେ ପରାମର୍ଶ ମାଗୁଛି। ଜନାଦେଶ ପ୍ରତି ସମ୍ମାନକୁ ସୁନିଶ୍ଚିତ କରିବା ଦିଗରେ ସରକାର, ପାର୍ଲାମେଣ୍ଟ ଏବଂ ନିର୍ବାଚନ କମିଶନ ଏକାଠି କାମ କରିବା ଆବଶ୍ୟକ। ଏକକାଳୀନ ନିର୍ବାଚନ ଭଳି ଅଗଣତାନ୍ତ୍ରିକ କଥା କହି ଲୋକଙ୍କ ଦୃଷ୍ଟିକୁ ହଟାଇଦିଆ ନ ଯାଉ ବୋଲି ସେ କହିଛନ୍ତି। ବିଭିନ୍ନ ରାଜ୍ୟରେ ସରକାରରେ ଥିବା ବିରୋଧୀ ଦଳଗୁଡ଼ିକୁ ଉପଯୁକ୍ତ ପ୍ରତିନିଧିତ୍ୱ ଦିଆ ନ ଯାଇ କମିଟି ଗଠନରେ ପକ୍ଷପାତ କରାଯାଇଛି। କମିଟିର ସୁପାରିସ ସମ୍ପୃକ୍ତ ରାଜ୍ୟ ସରକାରକୁ ପ୍ରଭାବିତ କରିବ। ଗତ ୧୦ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀମାନେ ଗୃହ ଉପରେ ଆସ୍ଥା ହରାଇଥିବାବେଳେ ଏକ ନିର୍ଦ୍ଦିଷ୍ଟ ଦଳ ନିଜର ଫାଇଦା ହାସଲ ପାଇଁ ସରକାରୀ କଳର ଅପବ୍ୟବହାର କରିଆସୁଛି ଏବଂ ଜନାଦେଶକୁ ଚୋରି କରିବା ପାଇଁ ଦଳବଦଳ ଆଇନକୁ ବଦଳାଉଛି। ଦେଶରେ ଏକସଙ୍ଗେ ନିର୍ବାଚନ ଚିନ୍ତାଧାରାର କୌଣସି ସ୍ଥାନ ନାହିଁ। ତାହା ସଂଘବାଦ ଗ୍ୟାରେଣ୍ଟି ବିରୋଧରେ ଯିବ ବୋଲି ଖାର୍ଗେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବରାତ୍ରିରେ ସରକାରୀ ବଙ୍ଗଳା ଛାଡ଼ିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୨ା୯: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନବରାତ୍ରି ପାର୍ବଣ ବେଳେ ସରକାର ବଙ୍ଗଳା ଖାଲି କରିବେ ବୋଲି ରବିବାର ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୩ରେ...

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ଉଦୟଭାନୁ ହେଲେ ଯୁବକଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୨ା୯ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଉଦୟଭାନୁ ଚିବ୍‌ଙ୍କୁ ଭାରତୀୟ ଯୁବ କଂଗ୍ରେସ (ଆଇଓ୍ବାଇସି)ର ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ସେ ଯୁବକଂଗ୍ରେସର...

କୋଲକାତା ବଳାତ୍କାର-ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ କଳାଧନ୍ଦା!

କୋଲକାତା,୨୨।୯: ଅଭୟା ନାଁ ଦିଆଯାଇଥିବା ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ କୋଲକାତାର ଆର.ଜି କର ମେଡିକାଲରେ ମିଳିଥିଲା। ଯାହକେ ନେଇ ସାରା ଦେଶରେ ଲାଗି...

ସାର୍ଟିଫିକେଟ ପାଇଁ ବାହାରିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୯: ଫେବୃଆରୀ ବଦଳରେ ନଭେମ୍ବରରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି। ଆଜିକାଲି ଜାତୀୟ ରାଜଧାନୀର ରାଜନୈତିକ ପରିବେଶରେ ଏହା...

ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ବଡ ଦାବି ରଖିଲା ଶରଦ ପାଓ୍ବାରଙ୍କ ଦଳ

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାର ଦଳ ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଏନସିପି ଶରଦ ଦଳ ଏକ ବଡ ଦାବି କରିଛନ୍ତି।...

ଖୁସି ଖବର: ନୀତୀଶ ଦେବେ ବଡ ଉପହାର

ପାଟନା,୨୨।୯: ବିହାରର ଯୁବବର୍ଗଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଅଛି । ବିହାର ସରକାରଙ୍କ ପୋଲିସ ବିଭାଗରେ ସେବା କରିବାକୁ ଚାହୁଁଥିବା ଯୁବକମାନେ...

କଂଗ୍ରେସରେ କାଷ୍ଟିଂ କାଉଚ! ଚେହେରା ଦେଖି ଦିଆଯାଉଛି ଟିକେଟ, ମହିଳା ନେତାଙ୍କ ଅଭିଯୋଗ ପରେ ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ,୨୨।୯: ହରିୟାଣା ନିର୍ବାଚନରେ କଂଗ୍ରେସ ଚେହେରା ଆଧାରରେ ଟିକେଟ ବଣ୍ଟନ କରିଥିବା ଅଭିଯୋଗ ହୋଇଛି ଏବଂ ଏହି ଅଭିଯୋଗ ନିଜେ ଦଳର ମହିଳା ନେତାଙ୍କ ବ୍ୟତୀତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri