ଏଜିଆର୍‌ ବକେୟା ପଇଠ କରିବ ଭୋଡାଫୋନ-ଆଇଡିଆ

ନୂଆଦିଲ୍ଲୀ,୧୬।୨: ଆଡ୍‌ଜଷ୍ଟେଡ ଗ୍ରସ୍‌ ରେଭେନ୍ୟୁ(ଏଜିଆର୍‌) ବାବଦ ବକେୟା ଅର୍ଥ ପ୍ରଦାନ କରିବାକୁ ଭୋଡାଫୋନ-ଆଇଡିଆ ସମ୍ମତି ପ୍ରଦାନ କରିଛି। ଏହି ବାବଦରେ କେତେ ଅର୍ଥ ପ୍ରଦାନ କରାଯିବ ସେ ନେଇ କମ୍ପାନୀ ବର୍ତ୍ତମାନ ବିଚାର କରୁଛି। କମ୍ପାନୀ ବର୍ତ୍ତମାନ କ୍ଷତିରେ ଚାଲୁଥିବା ବେଳେ ଭାରତରେ ଏହାର ବାଣିଜ୍ୟ ପରିଚାଳନା ଆଗକୁ ଚାଲିବ କି ନାହିଁ ସେ ନେଇ ଆଶଙ୍କା ପ୍ରକଟ କରିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବକେୟା ଏଜିଆର୍‌ ଦେୟ ପଇଠ କରିବା ଲାଗି ପ୍ରସ୍ତୁତିରେ ରହିଥିବା କମ୍ପାନୀ ଶନିବାର ମତ ପ୍ରକାଶ କରିଛି। ଏଜିଆର୍‌ ଦେୟର ପୁନର୍ବିଚାର କରିବା ଲାଗି କମ୍ପାନୀ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଛି। ଭାରତ ବାଣିଜ୍ୟର ଭବିଷ୍ୟତ କ’ଣ ରହିବ ତାହା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ନିର୍ଭର କରୁଛି ବୋଲି କମ୍ପାନୀ କହିଛି। ଏଥିରୁ ବୁଝାପଡୁଛି ଯେ, ସର୍ବୋଚ୍ଚ ନ୍ୟାୟାଳୟ ଯଦି କିଛି କୋହଳ ବ୍ୟବସ୍ଥା କରନ୍ତି ତେବେ କମ୍ପାନୀ ଦେୟ ପଇଠ କରିବା ସହ ଭାରତରେ ବ୍ୟବସାୟ କରିପାରିବ।
ଆଗାମୀ କିଛି ଦିନରେ ବକେୟା ରାଶି ପଇଠ କରାଯିବ ବୋଲି ଭୋଡାଫୋନ-ଆଇଡିଆଇ ପକ୍ଷରୁ ବିଏସ୍‌ଇକୁ ଏକ ଫାଇଲିଂରେ କୁହାଯାଇଛି। ଏହି କମ୍ପାନୀ ଉପରେ ବର୍ତ୍ତମାନ ପ୍ରାୟ ୫୩,୦୩୮ କୋଟି ଟଙ୍କାର ବକେୟା ରହିଛି। ଏହା ମଧ୍ୟରେ ୨୪,୭୨୯ କୋଟି ଟଙ୍କାର ସ୍ପେକ୍ଟ୍ରମ ବକେୟା ଏବଂ ୨୮,୩୦୯ କୋଟି ଟଙ୍କାର ଲାଇସେନ୍ସ ଫି ଦେୟ ବାକି ରହିଛି। ସରକାର କମ୍ପାନୀକୁ ଯଦି କୌଣସି ରିହାତି ପ୍ରଦାନ ନ କରନ୍ତି, ତେବେ କାରବାର ବନ୍ଦ ହୋଇଯିବ ବୋଲି ଏହା ପୂର୍ବରୁ ଚେତାବନୀ ଦେଇସାରିଛି। ଡିସେମ୍ବର ତ୍ରୈମାସରେ କମ୍ପାନୀର କ୍ଷତି ବର୍ତ୍ତମାନ ଯାଏ ସର୍ବାଧିକ ରହିଛି। ଏଭଳି ସ୍ଥିତିରେ କାରବାର ଆଗକୁ ବଢ଼ାଇବା କଷ୍ଟକର ହେଉଥିବା କମ୍ପାନୀ ସୂଚନା ଦେଇଛି। ଏଣୁ ସୁପ୍ରିମକୋର୍ଟଙ୍କ ଆଦେଶ ଆସିଲା ପରେ ହିଁ କମ୍ପାନୀ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବିଚାର କରିବ। ଏଜିଆର୍‌ ମାମଲାରେ ପରବର୍ତ୍ତି ଶୁଣାଣି ମାର୍ଚ୍ଚ ୧୭ରେ ହେବ ବୋଲି ଜଣାପଡିଛି। ସେହିଭଳି ଆଗାମୀ ଶୁଣାଣି ପର୍ଯ୍ୟନ୍ତ ୧୦ ହଜାର କୋଟି ଟଙ୍କା ପଇଠ କରିବାକୁ ଭାରତୀ ଏୟାରଟେଲ କହଛି। ବଜେୟା ପ୍ରଦାନରେ କମ୍ପାନୀଗୁଡିକ ବିଳମ୍ବ କଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ବିଚାର କରାଯାଉଥିବା ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri