ନୂଆଦିଲ୍ଲୀ,୧୯।୬: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆର୍ବିଆଇ)ର ପୂର୍ବତନ ଗଭର୍ନର ଉର୍ଜିିତ ପଟେଲ ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ ଅଫ୍ ପବ୍ଲିକ ଫାଇନାନ୍ସ ଆଣ୍ଡ ପିଲିସି(ଏନ୍ଆଇପିଏଫ୍ପି)ର ଅଧ୍ୟକ୍ଷ ଭାର ସମ୍ଭାଳିବେ। ଜୁନ ୨୨ଠାରୁ ସେ ଏହି ଦାୟିତ୍ୱରେ କାର୍ଯ୍ୟ କରିବେ ବୋଲି ଥିଙ୍କ ଟ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ୨୦୧୪ ନଭେମ୍ବର ୧ରୁ କାମ କରୁଥିବା ବିଜୟ କେଲକରଙ୍କ ପରେ ଉର୍ଜିତ ଅଧ୍ୟକ୍ଷ ଭାବେ ଅବସ୍ଥାପିତ ହୋଇଛନ୍ତି। ଉକ୍ତ ପଦବୀରେ ଉର୍ଜିତ ୪ବର୍ଷ ଲାଗି କାମ କରିବେ। ଡ.କେଲକରଙ୍କ କାର୍ଯ୍ୟକାଳ ଅନୁଷ୍ଠାନ ପାଇଁ ବେଶ୍ ଲାଭକାରୀ ଥିଲା। ଉର୍ଜିତ ଏହି ଧାରାକୁ ବଢାଇବା ସହ ଅନୁଷ୍ଠାନର ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଦିଗରେ ସହାୟକ ହେବେ ବୋଲି ଏନ୍ଆଇପିଏଫ୍ପି ପକ୍ଷରୁ କୁହାଯାଇଛି।